Advertisment

ଦାନରେ କ’ଣ ରହିଛି ମହତ୍ତ୍ୱ? ପଢ଼ନ୍ତୁ ଏହି ରିପୋର୍ଟ

ଦାନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଲୋକେ ବିଭିନ୍ନ ପ୍ରକାର ଦାନ କରିଥାନ୍ତି। କିଏ ସମ୍ପତ୍ତି ଦାନ କରେ, ତ ଆଉ କିଏ ଭୋକିଲା ଲୋକକୁ ଆହାର ଦେଇ ତା’ମୁଖରେ ହସ ଫୁଟାଇଥାଏ। ଆସନ୍ତୁ ଜାଣିବା କେଉଁ ଦାନର କେତେ ମହତ୍ତ୍ୱ ରହିଛି। ଖାଦ୍ୟ ଦାନ ସାଧାରଣତଃ କୁହାଯାଏ ସମସ୍ତ ଦାନ ମଧ୍ୟରୁ ଭୋଜନ ଦାନ ସବୁଠାରୁ ଶ୍ରେଷ୍ଠ। ଭୋକିଲାକୁ ଆହର ଦେଇ ଆପଣ ତାର କ୍ଷୁଧାକୁ ମେଣ୍ଟାଇଥାନ୍ତି। ମଧ୍ୟାହ୍ନ […]

author-image
Rakesh Mallick
ଦାନରେ କ’ଣ ରହିଛି ମହତ୍ତ୍ୱ? ପଢ଼ନ୍ତୁ ଏହି ରିପୋର୍ଟ

ଦାନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଲୋକେ ବିଭିନ୍ନ ପ୍ରକାର ଦାନ କରିଥାନ୍ତି। କିଏ ସମ୍ପତ୍ତି ଦାନ କରେ, ତ ଆଉ କିଏ ଭୋକିଲା ଲୋକକୁ ଆହାର ଦେଇ ତା’ମୁଖରେ ହସ ଫୁଟାଇଥାଏ। ଆସନ୍ତୁ ଜାଣିବା କେଉଁ ଦାନର କେତେ ମହତ୍ତ୍ୱ ରହିଛି।

Advertisment

ଖାଦ୍ୟ ଦାନ

ସାଧାରଣତଃ କୁହାଯାଏ ସମସ୍ତ ଦାନ ମଧ୍ୟରୁ ଭୋଜନ ଦାନ ସବୁଠାରୁ ଶ୍ରେଷ୍ଠ। ଭୋକିଲାକୁ ଆହର ଦେଇ ଆପଣ ତାର କ୍ଷୁଧାକୁ ମେଣ୍ଟାଇଥାନ୍ତି। ମଧ୍ୟାହ୍ନ ସମୟରେ ଘର ସମ୍ମୁଖରେ କୌଣସି ଭୋକିଲା ଲୋକ ଖାଇବାକୁ ମାଗିଲେ ତାକୁ ଯଦି ଦେବେ ଏହା ଆପଣଙ୍କ ଦାନ ବୋଲି କୁହାଯାଇଥାଏ।

ଔଷଧ ଦାନ

ଖାଦ୍ୟଠାରୁ ଔଷଧ ଦାନର ମହତ୍ତ୍ୱ ସବୁଠାରୁ ଅଧିକ ରହିଛି। କାରଣ ଆପଣ ଜଣେ ବ୍ୟକ୍ତିଙ୍କୁ ଆରୋଗ୍ୟ କରିଥାନ୍ତି। ରୋଗରେ ପଡ଼ି ଯନ୍ତ୍ରଣା ପାଉଥିବା ବ୍ୟକ୍ତିକୁ ଆପଣଙ୍କ ସାହାଯ୍ୟ ଦ୍ୱାରା ସେ ସୁସ୍ଥ ହୋଇଥାଏ। ଯଦି କୌଣସି ଗରିବ ବ୍ୟକ୍ତି ରୋଗରେ ପଡ଼ିଥିବ ତାର ଚିକିତ୍ସା ପାଇଁ କିଛି ଟଙ୍କା କିମ୍ୱା ଔଷଧ ଦେବା ଦ୍ୱାରା ଏହା ଆପଣଙ୍କ ଦାନ ହୋଇଥାଏ। ଆପଣଙ୍କ ଏହି ଦାନ ଦ୍ୱାରା ରୋଗରେ ପଡ଼ିଥିବା ଲୋକଟି ନୂଆ ଜୀବନ ପାଇଥାଏ।

Advertisment

ଆଧ୍ୟାତ୍ମିକ ଜ୍ଞାନ ଦାନ

ଖାଦ୍ୟ, ଔଷଧ ପରି ଆଧ୍ୟାତ୍ମିକ ଜ୍ଞାନ ଦାନ ମଧ୍ୟ ମୂଲ୍ୟବାନ। ଯେଉଁ ପୁସ୍ତକ ଲୋକଙ୍କୁ ମୋକ୍ଷ ଆଡକୁ ସଠିକ୍ ରାସ୍ତା ଦେଖାଇଥାଏ। ସେଭଳି ବହି ଲୋକଙ୍କୁ ଦେବା ଦ୍ୱାରା ସେମାନେ ଅଜ୍ଞାନର ଅନ୍ଧକାରୁ ଦୂରେଇ ରହିଥାନ୍ତି। ଜ୍ଞାନ ଦାନ ଦ୍ୱାରା ଜୀବନର ଭବିଷ୍ୟ ଉଜ୍ଜଳ ଆଡକୁ ଅଗ୍ରସର ହୋଇଥାଏ।