Advertisment

ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ସମ୍ମାନଜନକ ‘ଶାରଳା ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ ଲେଖିକା ବନଜ ଦେବୀ ୩୮ତମ ‘ଶାରଳା ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି।  ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଗତକାଲି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରସ୍କାର ସ୍ୱରୂପ ବନଜ ଦେବୀଙ୍କୁ ପାଞ୍ଚଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ଏତଦ୍ ବ୍ୟତୀତ ପଣ୍ଡିତ ଗୁରୁ  ଡ. ଘାସିରାମ ମିଶ୍ରଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଏବଂ ଡ. ଦୁର୍ଗା […]

ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ସମ୍ମାନଜନକ ‘ଶାରଳା ପୁରସ୍କାର’
Advertisment

ଭୁବନେଶ୍ୱର: ବିଶିଷ୍ଟ ଲେଖିକା ବନଜ ଦେବୀ ୩୮ତମ ‘ଶାରଳା ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି।  ‘କାଠପୁଅ’ ଗଳ୍ପ ସଙ୍କଳନ ନିମନ୍ତେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଗତକାଲି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରସ୍କାର ସ୍ୱରୂପ ବନଜ ଦେବୀଙ୍କୁ ପାଞ୍ଚଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

Advertisment

ଏତଦ୍ ବ୍ୟତୀତ ପଣ୍ଡିତ ଗୁରୁ  ଡ. ଘାସିରାମ ମିଶ୍ରଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ଏବଂ ଡ. ଦୁର୍ଗା ପ୍ରସାଦ ଦାସଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯିବ। ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧,୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରର ମେ’ ଫେୟାର ଲାଗୁନ ହୋଟେଲରେ ଏକ ସ୍ୱତନ୍ତ୍ର ଉତ୍ସବରେ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ। ଏଥିରେ ବିଶିଷ୍ଟ ଲେଖିକା ମାମଙ୍ଗ୍ ଦାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

Advertisment

ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍‌ସ ଆଣ୍ଡ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୭୯ ମସିହାରୁ ପ୍ରତିବର୍ଷ  ପ୍ରଦାନ କରାଯାଇ ଆସୁଅଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe