Advertisment

ବସ୍-ଟ୍ରକ ଧକ୍କା: ଚାଲିଗଲା ୧୫ ଜଣଙ୍କ ଜୀବନ

ରେୱା: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରେୱା ଜିଲ୍ଲାରେ ବସ୍ ଓ ଟ୍ରଲି ମଧ୍ୟରେ ଧକ୍କାରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ  ୪୦ଜଣ ଆହତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ଗୋରଖପୁର ଅଂଚଳର। ଏହି ଯାତ୍ରୀମାନେ ହାଇଦ୍ରାବାଦରୁ ଗୋରଖପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକଟି ଜାତୀୟ ରାଜପଥରେ ଛିଡ଼ା ହୋଇଥିବା […]

ଅଦ୍ୟତନ ହୋଇଛି
ବୋଲେରୋକୁ ଧକ୍କା ଦେଲା ବାଇକ୍; ସ୍ୱାମୀ ମୃତ, ସ୍ତ୍ରୀ ଓ ଛୁଆ ଗୁରୁତର

accident

Advertisment

ରେୱା: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରେୱା ଜିଲ୍ଲାରେ ବସ୍ ଓ ଟ୍ରଲି ମଧ୍ୟରେ ଧକ୍କାରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ  ୪୦ଜଣ ଆହତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ଗୋରଖପୁର ଅଂଚଳର। ଏହି ଯାତ୍ରୀମାନେ ହାଇଦ୍ରାବାଦରୁ ଗୋରଖପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକଟି ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ବେଳେ ପଛପଟୁ ବସଟି ପିଟି ହୋଇଯାଇଥିଲା।

Advertisment

ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।  ପୁଲିସ ଭାଙ୍ଗିରୁଜି ଯାଇଥିବା ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ବସ୍‌ର କ୍ୟାବିନ୍‌ରେ ତିନିଚାରିଜଣ ଲୋକ ଫସିଥିବା ପୁଲିସ କହିଛି। ଆହତମାନଙ୍କୁ ତେଓନ୍ଥାର୍‌ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଶ୍ରମିକମାନେ ବସ ଯୋଗେ କାମ ପାଇଁ ହାଇଦ୍ରାବାଦ ଆସିଥିଲେ। ବସ୍‌ଟି ହାଇଦ୍ରାବାଦରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା। ଶୁକ୍ରବାର ରାତି ପ୍ରାୟ ୧୧.୩୦ରେ ମଧ୍ୟପ୍ରଦେଶର ରେୱା ଜିଲ୍ଲା ସୁହାଗି ନିକଟରେ ନିକଟରେ ଟ୍ରକ୍‌ ସହ ଧକ୍କାଖାଇ ଦୁର୍ଘଟଣାଗ୍ରସ୍ତ ‌ହୋଇଥିଲା। ଏହି ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୦ଜଣ ଆହତ ହୋଇଛନ୍ତି।

ମୃତକଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ଅନୁକମ୍ପା ମୂଳକ ୫୦,୦୦୦ ଟଙ୍କା ଲେଖାଁଏ କ୍ଷତିପୂରଣ ଘୋଷଣା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe