Advertisment

୧୯ର ଥିମ: ପରିବର୍ତ୍ତନ ପାଇଁ ନୂଆ ପଦକ୍ଷେପ

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୧୦୮ ତମ ବିଶ୍ୱ ମହିଳା ଦିବସ। ଏ ବର୍ଷର ବାର୍ତ୍ତ ‘think equal, build smart, innovate for change ’। ସକାଳୁ ସକାଳୁ ମୋବାଇଲରେ ଶୁଭେଚ୍ଛା ବାର୍ତ୍ତା ପଢି ଥକି ଯିବେଣି। ମହିଳା ଦିବସ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଆୟାଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ । ଏସବୁ ଦେଖିଲେ ଲାଗୁଛି ସତରେ ଯେମିତି ମହିଳାମାନଙ୍କୁ ସମସ୍ତେ ଆଜି ହିଁ ଚିହ୍ନିଲେ ! ଏଠାରେ ପ୍ରଶ୍ନ ଉଠେ, ଏମିତି ଏକ ଦିବସ […]

ଅଦ୍ୟତନ ହୋଇଛି
୧୯ର ଥିମ: ପରିବର୍ତ୍ତନ ପାଇଁ ନୂଆ ପଦକ୍ଷେପ

women

Advertisment

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୧୦୮ ତମ ବିଶ୍ୱ ମହିଳା ଦିବସ। ଏ ବର୍ଷର ବାର୍ତ୍ତ ‘think equal, build smart, innovate for change ’। ସକାଳୁ ସକାଳୁ ମୋବାଇଲରେ ଶୁଭେଚ୍ଛା ବାର୍ତ୍ତା ପଢି ଥକି ଯିବେଣି। ମହିଳା ଦିବସ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ଆୟାଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ । ଏସବୁ ଦେଖିଲେ ଲାଗୁଛି ସତରେ ଯେମିତି ମହିଳାମାନଙ୍କୁ ସମସ୍ତେ ଆଜି ହିଁ ଚିହ୍ନିଲେ !

Advertisment

ଏଠାରେ ପ୍ରଶ୍ନ ଉଠେ, ଏମିତି ଏକ ଦିବସ ପାଳନ କରିବାର ଆବଶ୍ୟକତା ପଡ଼ିଲା କାହିଁକି ?

ସତରେ କ’ଣ ମହିଳାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା କରାଯାଉଛି ! ଯଦି ଏହା ଠିକ୍ ତେବେ ମାର୍ଚ୍ଚ ୮ ତାରିଖ କାହିଁକି ? କ’ଣ ବିଶେଷତ୍ୱ ରହିଛି ଏହି ଦିନରେ !

ଆସନ୍ତୁ ଜାଣିବା ଏ ଦିନର ମହତ୍ୱ

ଆନ୍ତର୍ଜାତିକ ମହିଳା ଦିବସ ଆରମ୍ଭ ପ୍ରଥମେ ୧୯୦୮ରେ ନ୍ୟୁୟର୍କରେ ହୋଇଥିଲା । ଏହା ପଛରେ ଏକ କାହାଣୀ ଅଛି  । ଏହି ଦିନ ଏଠିକାର ମହିଳାମାନେ ଏକତ୍ରିତ ହୋଇ କାର୍ଯ୍ୟକ୍ଷେତ୍ରରେ ସମୟ କମ୍ କରିବା, ମାସିକ ବେତନ ବୃଦ୍ଧି ତଥା  ଭୋଟ ଦାନ ଅଧିକାର ପ୍ରଦାନ ଦାବିରେ ରାସ୍ତାକୁ ଓହ୍ଲାଇ ଥିଲେ। ଏହାର ଠିକ ଏକ ବର୍ଷ ପରେ ଆମେରିକାରେ ଏହି ଦିନକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।

Advertisment

୧୯୧୦ ଏହି ତାରିଖରେ କ୍ଲାରା ଜେଟକିନ ନାମ୍ନୀ ଜଣେ ମହିଳା ଏକ ଅନ୍ତରାଷ୍ଟ୍ରୀୟ ମହିଳା ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସମ୍ମିଳନୀରେ ୧୧୦ ଦେଶର ମହିଳା ଏକାଠି ହୋଇଥିଲେ। ଏହି ସମ୍ମିଳନୀରେ କ୍ଲାରା ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ସମସ୍ତେ ଏହାକୁ ସମର୍ଥନ କରିଥିଲେ। ତା ପରଠାରୁ ଅର୍ଥାତ୍ ୧୯୧୧ରୁ ମାର୍ଚ୍ଚ ୮କୁ  ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି। ସେହି ଅନୁସାରେ ଆମେ ଚଳିତ ବର୍ଷ ୧୦୮ ତମ ବିଶ୍ୱ ମହିଳା ଦିବସ ପାଳନ କରୁଛେ।

ଏହି ଦିନ ସହ ଆଉ ଏକ ଘଟଣାର ମଧ୍ୟ ସମ୍ପର୍କ ରହିଛି।  ୧୯୧୭ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ତାର ପ୍ରଭାବରେ ଅତିଷ୍ଠ ହୋଇ ପଡ଼ିଥିଲେ ଋଷର ମହିଳାମାନେ । ଶେଷରେ ଯୁଦ୍ଧକୁ ବିରୋଧ କରି ଖାଦ୍ୟ ଏବଂ ଶାନ୍ତି ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇ ଥିଲେ। ମହିଳାମାନଙ୍କର ଏହି ବିରୋଧ ଏତେ ପ୍ରଭାବଶାଳୀ ଥିଲା ଯେ ତତ୍କାଳୀନ ସମ୍ରାଟ ନିକୋସ ତାଙ୍କ ପଦ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେତିକି ନୁହେଁ, ଏହି ବିଦ୍ରୋହ ପରେ ଏଠିକାର ମହିଳାଙ୍କୁ ଭୋଟ ଦାନ ଅଧିକାର ମିଳିଥିଲା। ଯେଉଁଦିନ ଋଷ ମହିଳାମାନେ ହରତାଳ ଆରମ୍ଭ କରିଥିଲେ ସଂଯୋଗ ବଶତଃ ସେଦିନ ମଧ୍ୟ ଥିଲା ମାର୍ଚ୍ଚ ୮।

ତେବେ ୧୯୭୫ରେ ଏହି ଦିବସକୁ ଅଧ‍କାର ମାନ୍ୟତା ଦିଆଯାଇଥିଲା। ସେହି ବର୍ଷଠାରୁ ଏକ ସ୍ୱତନ୍ତ୍ର ବାର୍ତ୍ତା ସହ ବିଶ୍ୱ ମହିଳା ଦିବସ ପାଳନ ପାଇଁ ଜାତିସଂଘରେ ନିଷ୍ପତି ନିଆଯାଇଥିଲା। ସେହି ଅନୁସାରେ ୧୯୬୬ରୁ ପ୍ରତିବର୍ଷ ବିଶ୍ୱ ମହିଳା ଦିବସ ଏକ ଥିମକୁ ନେଇ ପାଳନ କରାଯାଉଛି  । ମହିଳା ଦିବସର ପ୍ରଥମ ଥିମ ଥିଲା -celebrating the past and planning for our future.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe