Advertisment

ମଝି ରାସ୍ତାରେ ହଙ୍ଗମା କଲେ ନିଶାସକ୍ତ ଦୁଇ ବଙ୍ଗୀୟ ଯୁବତୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ମଝିରେ କାର୍‌ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି। ଆଜି କପିଳେଶ୍ୱର ରାସ୍ତା ମଝିରେ ହଠାତ୍‌ ଏକ କାର୍‌ ଅଟକିଗଲା। ଆଉ ତା’ପରେ କାର୍‌ ଭିତରେ ବସିଥିବା ବ୍ୟକ୍ତି ଡୋର୍‌ ଖୋଲି ଦେଇଥିଲେ। କାର୍‌ର ଡୋର୍‌ଟି ଜଣେ ବ୍ୟକ୍ତିଙ୍କ ଦେହରେ […]

ଅଦ୍ୟତନ ହୋଇଛି

oninon

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ମଝିରେ କାର୍‌ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି।

Advertisment

ଆଜି କପିଳେଶ୍ୱର ରାସ୍ତା ମଝିରେ ହଠାତ୍‌ ଏକ କାର୍‌ ଅଟକିଗଲା। ଆଉ ତା’ପରେ କାର୍‌ ଭିତରେ ବସିଥିବା ବ୍ୟକ୍ତି ଡୋର୍‌ ଖୋଲି ଦେଇଥିଲେ। କାର୍‌ର ଡୋର୍‌ଟି ଜଣେ ବ୍ୟକ୍ତିଙ୍କ ଦେହରେ ବାଜିଥିଲା। ଫଳରେ ସେ ତଳ ପଡ଼ି ଯାଇଥିଲେ। ଯାହାକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ କାର୍‌କୁ ଘେରି ଯାଇଥିଲେ।

ଠିକ୍‌ ଏତିକି ବେଳେ ଗାଡ଼ି ଭିତରୁ ୨ ଜଣ ବଙ୍ଗୀୟ ଯୁବତୀ ବାହାରି ଲୋକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ସେମାନେ ନିଶା ସେବନ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ବସିଥିବା ୨ ବଙ୍ଗୀୟ ଯୁବତୀ ଓ ଜଣେ ଲୋକଙ୍କୁ ଉଦ୍ଧାର କରିବା ସହ ଭିଡ଼ ହଟାଇଥିଲା। ବଙ୍ଗୀୟ ଯୁବତୀଙ୍କୁ ପୁଲିସ ସାଙ୍ଗରେ ନେବା ପଚରାଉଚରା କରି ଛାଡ଼ିଦେଇଛି। କିନ୍ତୁ କାର୍‌କୁ ପୁଲିସ ଜବତ କରିଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe