Advertisment

ବିଧାୟକଙ୍କ ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲା: ଚତୁର୍ଥ ଥର ପାଇଁ ରବି ଶର୍ମାଙ୍କ ଘରେ ଲାଗିଲା ଲଟକା

ଭୁବନେଶ୍ୱର: ବିଜେଡିର ୪ ବିଧାୟକଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ୍‌ କରିଥିବା ଘରୋଇ ୱେବ ଚ୍ୟାନେଲ ୨୪X୭ ମାଲିକ ରବି ଶର୍ମାଙ୍କ ଘର ଆଗରେ ଆଜି ପୁଣି ଭିଜିଲାନ୍ସ ଲଟକା ଜାରି କରିଛି। ଆସନ୍ତା ସୋମବାର ସୁଦ୍ଧା ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥରକୁ ମିଶାଇ ଭିଜିଲାନ୍ସ ୪ର୍ଥ ଥର ପାଇଁ ରବି ଶର୍ମାଙ୍କ ଭୁବନେଶ୍ୱର ମଧୁସୂଦନ ନଗର ସ୍ଥିତ ଘରେ ଲଟକା ଲଗାଇ ସାରିଲାଣି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଞ୍ଜିଆ ବିଧାୟକ ବିଜୟ […]

ଅଦ୍ୟତନ ହୋଇଛି
ବିଧାୟକଙ୍କ ଷ୍ଟିଙ୍ଗ୍‌ ଅପରେସନ୍‌ ମାମଲା: ଚତୁର୍ଥ ଥର ପାଇଁ ରବି ଶର୍ମାଙ୍କ ଘରେ ଲାଗିଲା ଲଟକା

stingoperation

Advertisment

stingoperationଭୁବନେଶ୍ୱର: ବିଜେଡିର ୪ ବିଧାୟକଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ୍‌ କରିଥିବା ଘରୋଇ ୱେବ ଚ୍ୟାନେଲ ୨୪X୭ ମାଲିକ ରବି ଶର୍ମାଙ୍କ ଘର ଆଗରେ ଆଜି ପୁଣି ଭିଜିଲାନ୍ସ ଲଟକା ଜାରି କରିଛି। ଆସନ୍ତା ସୋମବାର ସୁଦ୍ଧା ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥରକୁ ମିଶାଇ ଭିଜିଲାନ୍ସ ୪ର୍ଥ ଥର ପାଇଁ ରବି ଶର୍ମାଙ୍କ ଭୁବନେଶ୍ୱର ମଧୁସୂଦନ ନଗର ସ୍ଥିତ ଘରେ ଲଟକା ଲଗାଇ ସାରିଲାଣି।

Advertisment

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଞ୍ଜିଆ ବିଧାୟକ ବିଜୟ ନାୟକ, ଭବାନୀପାଟଣା ଅନାମ ନାୟକ ଓ ହିନ୍ଦୋଳ ସୀମାରାଣୀ ନାୟକ ଏକ ଷ୍ଟିଙ୍ଗ୍ ଅପରେସନ୍‌ରେ ଶିଳ୍ପ ପାଇଁ ଲାଞ୍ଚ ମାଗୁଥିବା ନେଇ ଧରାପଡ଼ିଥିଲେ। ଏହି ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‌ରେ ଖବର ପ୍ରସାରିତ ହେବା ପରେ ରାଜ୍ୟ ସରକାର ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଟି ଟିମ୍‌ ଗଠନ କରି ଅନୁସନ୍ଧାନ ଚଳାଇଛି।

ଗତ ୨ ତାରିଖରେ ଭିଜିଲାନ୍ସ ଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ୱେବ ଚ୍ୟାନେଲର ମାଲିକ ରବି ଶର୍ମାଙ୍କ ଭୁବନେଶ୍ୱରସ୍ଥିତ ଘର ଓ ତାଙ୍କ କ୍ୟାମେରାମ୍ୟାନ୍‌ ସରୋଜ କୁମାର କମିଳାଙ୍କ ବାଲେଶ୍ୱର କମର୍ଦ୍ଦାସ୍ଥିତ ଘରେ ଚଢ଼ାଉ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe