division
ନୂଆଦିଲ୍ଲୀ: ଅଖଣ୍ଡ ଭାରତ ଇତିହାସର କଳାଦିନ ଅଗଷ୍ଟ ୧୪ ୧୯୪୭ । ଆଜିର ଦିନରେ ୨ ଖଣ୍ଡରେ ପରିଣତ ହୋଇଥିଲା ବିଶାଳ ଭାରତୀୟ ଭୂଖଣ୍ଡ । କୁହାଯାଏ ସ୍ୱତନ୍ତ୍ର ପାକିସ୍ତାନ ଗଠନ ଲାଗି ମୁସଲିମ୍ ଲିଗର ଦାବିକୁ ମାନି ନେଇଥିଲେ ତତ୍କାଳୀନ କଂଗ୍ରେସ ମୁଖିଆ। କୋଟି କୋଟି ଦେଶବାସୀଙ୍କୁ ବିଶ୍ୱାସକୁ ନନେଇ ମୁସଲିମ୍ ଲିଗର ଦାବି ଓ ଇଂରେଜ ଶାସକଙ୍କ ଚାଲ୍କୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏ ବିଭାଜନ ଯୋଗୁଁ ଅକଥନୀୟ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଦେଢ କୋଟିରୁ ଅଧିକ ନୀରିହ ଜନତା। ୧୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ବି ଯାଇଥିଲା । ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ଦିବସ ଭାବେ ପାଳନ କରିଛି କେନ୍ଦ୍ର ନରେନ୍ଦ୍ର ମୋଦି ସରକାର।
୧୯୪୭ ଜୁନ ୨। ଦିଲ୍ଲୀରେ ଏକ ବୈଠକରେ କୋଟି କୋଟି ଭାରତୀୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ମାତ୍ର ୧୦ରୁ ୧୨ ଜଣ ବ୍ୟକ୍ତି । ଏହି ବୈଠକରେ ହିଁ ସାକାରା ହେବାକୁ ଯାଉଥିଲା ସ୍ୱତନ୍ତ୍ର ପାକିସ୍ତାନ ଦେଶ ଗଠନର ନାରା ଲଗାଉଥିବା ମୁସଲିମ୍ ଲିଗର ସ୍ୱପ୍ନ । ବୈଠକର ମାତ୍ର ୨ ସପ୍ତାହ ଭିତରେ ଭାରତ ବିଭାଜନ ପ୍ରସ୍ତାବ ଉପରେ ଲାଗିଥିଲା ମୋହର। ଦୁଇଖଣ୍ଡ ହେବାକୁ ଯାଉଥିଲା ଅଖଣ୍ଡ ଭାରତ । ମାତ୍ର କେଇ ଜଣ ବ୍ୟକ୍ତି ବିଶେଷଜ୍ଞ ଏତେବେଡ଼ ନିଷ୍ପତ୍ତି ସଂପର୍କରେ ସେତେବେଳେ ଅଜ୍ଞ ଥିଲେ ଦେଶର କୋଟି କୋଟି ଜନତା। ୧୯୪୭ର ଏ ବିଭାଜନକୁ ଯେଉଁମାନେ ସାକାର କରିଥିଲେ, ସେମାନେ ହେଲେ ଭାରତୀୟ ଜାତୀୟ କଂଗ୍ରେସ, ମୁସଲିମ୍ ଲିଗ୍ ଓ ଭାରତୀୟ କମ୍ଯୁନିଷ୍ଟ ପାର୍ଟି । ୧୯୦୫ ବଙ୍ଗ ବିଭାଜନ ବିରୋଧ ଭିତରେ ୧୯୦୬ରେ ଢାକାରେ ଜନ୍ମ ନେଇଥିଲା ମୁସଲିମ୍ ଲିଗ୍ । ୧୯୦୯ରେ ମର୍ଲେ-ମିଣ୍ଟୋ ସଂସ୍କାର ଆଇନ୍ ବାହାନାରେ ଅଲଗା ନିର୍ବାଚନ ଦାବି କରି ସ୍ୱତନ୍ତ୍ର ଇସଲାମିକ୍ ରାଷ୍ଟ୍ର ଭାବେ ପାକିସ୍ତାନକୁ ଭାରତଠୁ ଅଲଗା କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା ସଂଗଠନ । ଆଉ ୧୯୪୦ରେ ମୁସଲିମ୍ ଲିଗ୍ ଲାହୋର ଅଧିବେଶନରେ ପାକିସ୍ତାନ ନାଁରେ ସ୍ୱତନ୍ତ୍ର ଇସଲାମୀୟ ଦେଶ ଗଠନ ପ୍ରସ୍ତାବରେ ମୋହର ବାଜିଥିଲା । ଆଉ ୧୯୪୭, ଅଗଷ୍ଟ ୧୪ରେ ହିଁ ପ୍ରାୟ ୧୦ ଲକ୍ଷ ନୀରହ ଜନତାଙ୍କ ମୃତଦେହ ଉପରେ ସୃଷ୍ଟି ହୋଇଥିଲା ପାକିସ୍ତାନ।
ଯେଉଁ ଭାରତ ୧୯୦୫ର ବଙ୍ଗ ବିଭାଜନ ହେବାକୁ ଦେଇନଥିଲା ସେହି ଭାରତ ୧୯୪୭ରେ ଦେଶ ବିଭାଜନକୁ ରୋକି ପାରିନଥିଲା କାହିଁକି? କୁହାଯାଏ କଂଗ୍ରେସର ଯେଉଁ ନେତାଙ୍କୁ ମୁସଲିମ୍ ଲିଗର ସାମ୍ନା କରିବାକୁ ଦାୟିତ୍ୱ ଦିଆଯାଇଥିଲା, ସେମାନେ ହିଁ ଦେଶବାସୀଙ୍କୁ ବିଶ୍ୱାସକୁ ନନେଇ ବିଭାଜନ ପ୍ରସ୍ତାବକୁ ସ୍ୱୀକାର କରି ନେଇଥିଲେ। ଦେଶକୁ ଖଣ୍ଡ ଖଣ୍ଡ କରିବା ଖେଳରେ କମ୍ୟୁନିଷ୍ଟଙ୍କର ରହିଥିଲା ବଡ଼ ଭାଗିଦାରୀ । ଅନ୍ୟତମ ତୁଙ୍ଗ ବାମପନ୍ଥୀ ନେତା କମ୍ରେଡ୍ ଜି.ଅଧିକାରୀ ମୁସଲିମ୍ ଲିଗର ଦାବିକୁ ନ୍ୟାୟ ସଂଗତ ଦର୍ଶାଇଥିଲେ । ଦେଶ ବିଭାଜନ ନିଷ୍ପତ୍ତି ଚୂଡାନ୍ତ ହେବା ପରେ ଇଂରେଜ ଅଧିକାରୀ ସାର ରେଡ୍ କ୍ଲିଫଙ୍କୁ ଭାରତ-ପାକିସ୍ତାନ ସୀମା ନିର୍ଦ୍ଧାରଣ ଦାୟିତ୍ୱ ମିଳିଥିଲା । ତେବେ ପୂର୍ବରୁ ସେ କେବେ ଭାରତ ଆସିନଥିଲେ କିମ୍ବା ଭାରତର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ବିଚାରଧାରା ଓ ଚାଲିଚଳଣୀ ଉପରେ ତାଙ୍କର ଧାରଣା ବି ନଥିଲା। ଏହାସତ୍ତ୍ୱେ ମାତ୍ର ୩ ସପ୍ତାହରେ ହିଁ କେଉଁ ଅଞ୍ଚଳକୁ ପାକିସ୍ତାନ ଆଉ କେଉଁ ଅଞ୍ଚଳକୁ ଭାରତ କୁହାଯିବ ସେ ଚୂଡ଼ାନ୍ତ କରିଦେଇଥିଲେ । ବିଭାଜନ ପରେ ପୂର୍ବ ପାକିସ୍ତାନରେ ସୃଷ୍ଟି ହୋଇଥିଲା । ଆଉ ଏକ ବଡ଼ ନରସଂହାର ଅପହରଣ ଓ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ ହଜାର ହଜାର ମହିଳା । ଫଳରେ ଘରଦ୍ୱାର ଛାଡ଼ି ଶରଣାର୍ଥୀ ପାଲଟ ଯାଇଥିଲେ ଲକ୍ଷ ଲକ୍ଷ ଲୋକ। ଖରା, ବର୍ଷା, କାକରକୁ ଖାତିର ନକରି ଘର ଦ୍ୱାର ଛାଡ଼ି ଚାଲି ଆସିଥିଲେ ଭାରତ। ସେଦିନର ସେ କ୍ରୁର ଇତିହାସକୁ କେବେ ମନେ ପକାଇବାକୁ ଚେଷ୍ଟା କରି ନାହାନ୍ତି ସେତେବେଳେର ସରକାର। କିନ୍ତୁ ସେହି କଳା ଇତିହାସକୁ ମନେ ପକାଇବା ସହ କେତେ ଜଣ ବିବେକହୀନଙ୍କ ନିଷ୍ପତ୍ତି ଯୋଗୁଁ ପ୍ରାଣ ବଳି ଦେଇଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଆଜିର ଦିନକୁ ଦେଶ ବିଭାଜନ ବିଭୀଷିକା ଦିବସ ରୂପେ ପାଳନ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/division.jpg)