Advertisment

ନବବର୍ଷ ସେଲିବ୍ରେସନରେ ଅଘଟଣ, ଦଳାଚକଟା ହୋଇ ୯ ମୃତ

ନୂଆଦିଲ୍ଲୀ: କେତେ ଅଶା, ଅସୁମାରି, ହସ ଖୁସ ଓ ଆନନ୍ଦ ନେଇ ଆସିଥିବା ନବବର୍ଷ ପହିଲି ଦିନରେ ଅଘଟଣ। ନୂଆବର୍ଷ ସେଲିବ୍ରେସନ ବେଳେ ଅଭାବନୀୟ ଘଟଣା। ରବିବାର ଉଗାଣ୍ଡାର ଏକ ସପିଂ ମଲରେ ଦଳାଚକଟା ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ବର୍ଷ ପାଳନ ପାଇଁ କାମ୍ପଲାର ଫ୍ରିଡମ୍ ସିଟି ମଲରେ ଲୋକମାନେ ଏକାଠି ହୋଇଥିଲେ। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଧ୍ୟରାତ୍ରିରେ ଲୋକମାନେ ଆତସବାଜି ପ୍ରଦର୍ଶନ ଦେଖିବା […]

author-image
Tapas Behera
ଅଦ୍ୟତନ ହୋଇଛି
ଏସବୁ ସ୍ଥାନକୁ ଯାଆନ୍ତୁ: ୟାଦଗାର ହୋଇଯିବ ୩୧ ଡିସେମ୍ବର ନାଇଟ୍‌

new year

ନୂଆଦିଲ୍ଲୀ: କେତେ ଅଶା, ଅସୁମାରି, ହସ ଖୁସ ଓ ଆନନ୍ଦ ନେଇ ଆସିଥିବା ନବବର୍ଷ ପହିଲି ଦିନରେ ଅଘଟଣ। ନୂଆବର୍ଷ ସେଲିବ୍ରେସନ ବେଳେ ଅଭାବନୀୟ ଘଟଣା। ରବିବାର ଉଗାଣ୍ଡାର ଏକ ସପିଂ ମଲରେ ଦଳାଚକଟା ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ବର୍ଷ ପାଳନ ପାଇଁ କାମ୍ପଲାର ଫ୍ରିଡମ୍ ସିଟି ମଲରେ ଲୋକମାନେ ଏକାଠି ହୋଇଥିଲେ। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଧ୍ୟରାତ୍ରିରେ ଲୋକମାନେ ଆତସବାଜି ପ୍ରଦର୍ଶନ ଦେଖିବା ପାଇଁ ବାହାରକୁ ଆସିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ନାଚ,ଗୀତ ଓ ଆତସବାଜିର କାର୍ଯ୍ୟକ୍ରମ ସରିବା ପରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ଏକାଧିକ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଆହତମାନଙ୍କୁ ହସପିଟାଲ ନିଆଯାଇଥିବା କାମ୍ପଲା ପୁଲିସ ଅଧିକାରୀ କହିଛନ୍ତି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାତି ୧୨ଟାରେ ନୂଆବର୍ଷ ପାଳନ କରିବାକୁ ମଲ୍ ବାହାରେ ହେଉଥିବା ଆତସବାଜି ପ୍ରଦର୍ଶନ ଦେଖିବା ପାଇଁ ଲୋକେ ଏକା ସାଙ୍ଗରେ ବାହାରକୁ ଆସିଥିଲେ। ଏହି ସମୟରେ ଦଳାଚକଟା ହୋଇଥିଲା।

ପୁଲିସ କହିଛି ଯେ, ଦଳାଚକଟାର ଖବର ମିଳିବା ପରେ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତରଖାନାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏକାଧିକ ଲୋକ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ରହିଛି।

Advertisment