ରେଳ ବଜେଟ୍‌ରେ ଓଡ଼ିଶାକୁ ୯୭୩୪ କୋଟି, ଫୋକସ୍‌ରେ ଖୋର୍ଦ୍ଧା-ବଲାଙ୍ଗିର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୯୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ପୂର୍ବତଟ ରେଳବାଇକୁ ଆବଣ୍ଟିତ ଅନୁଦାନରେ ସର୍ବାଧିକ ଗୁରୁତ୍ୱ ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ଓ ଅନୁଗୋଳ-ସୁକିନ୍ଦା ରେଳମାର୍ଗକୁ ମିଳିଛି। ଏହାସହିତ ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଏକ ନୂଆ ପ୍ଲାଟଫର୍ମ ନିର୍ମାଣ ସହ ସବୁ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ୍ ମଧ୍ୟ ନିର୍ମାଣ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ରେଳ ମନ୍ତ୍ରଣାଳୟର ୨୦୨୨-୨୩ ଆର୍ଥିକ ବର୍ଷର ପିଙ୍କ ବୁକ୍ ଅନୁସାରେ ପୂର୍ବତଟ ରେଳବାଇ […]

indian railway

indian railway

Ordigital Desk
  • Published: Wednesday, 02 February 2022
  • Updated: 02 February 2022, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୯୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ପୂର୍ବତଟ ରେଳବାଇକୁ ଆବଣ୍ଟିତ ଅନୁଦାନରେ ସର୍ବାଧିକ ଗୁରୁତ୍ୱ ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ଓ ଅନୁଗୋଳ-ସୁକିନ୍ଦା ରେଳମାର୍ଗକୁ ମିଳିଛି। ଏହାସହିତ ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଏକ ନୂଆ ପ୍ଲାଟଫର୍ମ ନିର୍ମାଣ ସହ ସବୁ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ୍ ମଧ୍ୟ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

କେନ୍ଦ୍ର ରେଳ ମନ୍ତ୍ରଣାଳୟର ୨୦୨୨-୨୩ ଆର୍ଥିକ ବର୍ଷର ପିଙ୍କ ବୁକ୍ ଅନୁସାରେ ପୂର୍ବତଟ ରେଳବାଇ ଅର୍ନ୍ତଗତ ୯ଟି ନୂଆ ରେଳମାର୍ଗ ନିର୍ମାଣ ଓ ୨୧ଟି ରେଳମାର୍ଗର ଦୋହରୀକରଣ ନିମନ୍ତେ ବଜେଟରେ ବ୍ୟୟବରାଦ ହୋଇଛି। ୩ଦଶନ୍ଧିରୁ ଅଧିକ ସମୟ ଧରି ଅସମ୍ପୂର୍ଣ୍ଣ ଥିବା ଖୋର୍ଦ୍ଧା ରୋଡ-ବଲାଙ୍ଗିର(୨୮୯କିମି) ରେଳମାର୍ଗ ପାଇଁ ବଜେଟରେ ୮୯୧. ୫୫କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଅନୁଗୋଳ-ସୁକିନ୍ଦା ରୋଡ(୯୮.୭କିମି) ପାଇଁ ୪୭୫ କୋଟି ଟଙ୍କା, ତାଳଚେର-ବିମଳାଗଡ଼(୧୫୪କିମି) ପାଇଁ ୨୫୦କୋଟି ଟଙ୍କା, ହରିଦାସପୁର-ପାରାଦୀପ(୮୨କିମି) ପାଇଁ ୮୫କୋଟି ଟଙ୍କା, ଜୟପୁର-ମାଲକାନଗିରି(୧୩୦କିମି) ପାଇଁ ୧୩.୮୦କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮କିମି) ପାଇଁ ୮୧କୋଟି ଟଙ୍କା, ନୂଆପଡ଼ା-ଗୁଣୁପର-ଥେରୁଭାଲି ପର୍ଯ୍ୟନ୍ତ(୭୯.୧୫କିମି) ପାଇଁ ୧୦କୋଟି ଟଙ୍କା, ତାଳଚେର-ଅନୁଗୁଳ ପାଇଁ ୧୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଚଳିତ ବଜେଟରେ ପୂର୍ବତଟ ରେଳବାଇ ଅନ୍ତର୍ଗତ ନୂଆ ରେଳଲାଇନ୍ ପାଇଁ ୩୧୭.୧୮କୋଟି ଟଙ୍କାକୁ ମିଶାଇ ମୋଟ ୧୮୦୬.୦୯କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ସେହିପରି ପୂର୍ବତଟ ରେଳବାଇର ମୋଟ ୨୧ଟି ରେଳମାର୍ଗର ଦୋହରୀକରଣ ପାଇଁ ଚଳିତ ବଜେଟରେ ୧୮୬୧.୧୪କୋଟି ଟଙ୍କାକୁ ମିଶାଇ ମୋଟ ୪୨୩୭.୦୫କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ଖୋର୍ଦ୍ଧା-ବାରଙ୍ଗ(୩୫କିମି) ତୃତୀୟ ରେଳ ଲାଇନ୍ ପାଇଁ ୧୬୪କୋଟି ଟଙ୍କା, ଝାରସୁଗୁଡ଼ା-ରେଙ୍ଗାଲି(୨୫କିମି) ପାଇଁ ୧୫କୋଟି ଟଙ୍କା, ବିଜୟନଗରମ-କୋଟ୍ଟାଭାଲାସ(୩୪.୭କିମି)ର ତୃତୀୟ ଲାଇନ୍ ପାଇଁ ୧୩କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼(୧୮୨କିମି) ପାଇଁ ୯୯.୫୩କୋଟି ଟଙ୍କା, ବାଂଶପାଣି-ଦୈତାରୀ-ଟମକା-ଜଖପୁରା(୧୮୦କିମି) ପାଇଁ ୩୦୦କୋଟି ଟଙ୍କା, ସମ୍ବଲପୁର-ତାଳଚେର ପାଇଁ ୧୭୨.୫୦କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧କୋଟି ଟଙ୍କା, ବିଜୟନଗରମ-ସମ୍ବଲପୁର(ଟିଟିଲାଗଡ଼) ୯୬୧କୋଟି ଟଙ୍କା ବ୍ୟୟବରାଦ ହୋଇଛି। ତେବେ ଡେଲାଙ୍ଗ-ପୁରୀ(୨୮.୭କିମି) ପାଇଁ ଟୋକନ୍ ଭାବେ ୧କୋଟି ଟଙ୍କା ବରାଦ ହୋଇଥିବା ଜଣାପଡ଼ିଛି ।

ଏସବୁ ବ୍ୟତୀତ କଟକ-ବାରଙ୍ଗ ରୋଡରେ ଥିବା ରେଳ ଫାଟକ ନିକଟରେ ଫ୍ଲାଏଓଭର ନିର୍ମାଣ, ରଘୁନାଥପୁର-ଗୋରଖନାଥ ପାଖରେ ଫ୍ଲାଏଓଭର, କେନ୍ଦ୍ରାପଡ଼ା ରୋଡ-କଟକ ମାର୍ଗରେ ଫ୍ଲାଏଓଭର ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି ।

ସେହିପରି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଥିବା ରେଳବାଇ କଲୋନୀର ସମସ୍ତ ଜାଗାକୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ)ଠୁ ସିଧାସଳଖ କ୍ରୟ ନିମନ୍ତେ ମଧ୍ୟ ବଜେଟରେ ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି ।

ଓଡ଼ିଶା ମଧ୍ୟରେ ପୂର୍ବତଟ ରେଳବାଇ,ଦକ୍ଷିଣ ପୂର୍ବ ରେଳବାଇ ଓ ଦକ୍ଷିଣ-ପୂର୍ବ ସେଣ୍ଟ୍ରାଲ ରେଳବାଇର ବିଭିନ୍ନ ଡିଭିଜନ ରହିଥିବାରୁ ୨୦୨୨-୨୩ ଆର୍ଥିକ ବର୍ଷର ରେଳବଜେଟରେ ଓଡ଼ିଶାକୁ କେତେ ପରିମାଣର ଅନୁଦାନ ମିଳିଛି ତାହା ସ୍ପଷ୍ଟ ହୋଇପାରିନି ।

ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୭୬୦୦କୋଟି ଟଙ୍କାର ଅନୁଦାନ ଦେବାକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଥିଲେ । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ୬୯୯୫.୫୮କୋଟି ଟଙ୍କାର ଅନୁଦାନ ରେଳବାଇ କ୍ଷେତ୍ରରେ ମିଳିଥିଲା । ଯାହାକି ୨୦୨୦-୨୧ର ଅନୁଦାନ ତୁଳନାରେ ୬୦ ପ୍ରତିଶତ ଅଧିକ ଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story