Advertisment

ରାତାରାତି ବଦଳିଲା ହ୍ରଦର ରଙ୍ଗ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

ଔରଙ୍ଗାବାଦ: ଏ ପୃଥିବୀ ରହସ୍ୟମୟୀ। ଏଠାରେ ଏଭଳି ଅନେକ କିଛି ଘଟଣା ଘଟିଥାଏ, ଯାହା ମଣିଷର ମସ୍ତିସ୍କକୁ ଆହୁରି ଗବେଷଣା କରିବାକୁ ବାଧ୍ୟ କରିଦିଏ। ବର୍ତ୍ତମାନ ଏଭଳି ଏକ ରହସ୍ୟଜନକ ଘଟଣା ମହାରାଷ୍ଟ୍ରର ଲୋନାର ହ୍ରଦରେ ଦେଖିବାକୁ ମିଳିଛି। ୫୦ ହଜାର ବର୍ଷ ପୂରୁଣା ଏହି ଲୋନାର ହ୍ରଦର ପାଣି ହଠାତ୍ ଗୋଲାପୀ ରଙ୍ଗରେ ପରିଣତ ହୋଇଯାଇଛି। ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାସ୍ଥିତ ପ୍ରସିଦ୍ଧ ଲୋନାର ହ୍ରଦକୁ ନେଇ ଏଭଳି ରହସ୍ୟମୟ ଘଟଣା ଜଣାପଡ଼ିଛି। ମୁମ୍ବାଇଠାରୁ ପ୍ରାୟ ୫୦୦ […]

ଅଦ୍ୟତନ ହୋଇଛି
ରାତାରାତି ବଦଳିଲା ହ୍ରଦର ରଙ୍ଗ, କାରଣ ଖୋଜୁଛନ୍ତି ବୈଜ୍ଞାନିକ

lonar-lake

Advertisment

ଔରଙ୍ଗାବାଦ: ଏ ପୃଥିବୀ ରହସ୍ୟମୟୀ। ଏଠାରେ ଏଭଳି ଅନେକ କିଛି ଘଟଣା ଘଟିଥାଏ, ଯାହା ମଣିଷର ମସ୍ତିସ୍କକୁ ଆହୁରି ଗବେଷଣା କରିବାକୁ ବାଧ୍ୟ କରିଦିଏ। ବର୍ତ୍ତମାନ ଏଭଳି ଏକ ରହସ୍ୟଜନକ ଘଟଣା ମହାରାଷ୍ଟ୍ରର ଲୋନାର ହ୍ରଦରେ ଦେଖିବାକୁ ମିଳିଛି। ୫୦ ହଜାର ବର୍ଷ ପୂରୁଣା ଏହି ଲୋନାର ହ୍ରଦର ପାଣି ହଠାତ୍ ଗୋଲାପୀ ରଙ୍ଗରେ ପରିଣତ ହୋଇଯାଇଛି।

Advertisment

lonar-lake

ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାସ୍ଥିତ ପ୍ରସିଦ୍ଧ ଲୋନାର ହ୍ରଦକୁ ନେଇ ଏଭଳି ରହସ୍ୟମୟ ଘଟଣା ଜଣାପଡ଼ିଛି। ମୁମ୍ବାଇଠାରୁ ପ୍ରାୟ ୫୦୦ କି.ମି ଦୂରରେ ଏହା ଅବସ୍ଥିତ। ଏହା ଏକ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଦୁନିଆର କୋଣାନୁ କୋଣରୁ ପର୍ଯ୍ୟଟକ ଓ ବୈଜ୍ଞାନିକମାନଙ୍କୁ ଏହା ଆକୃଷ୍ଟ କରିଥାଏ।

ପ୍ରାୟ ୫୦ ହଜାର ବର୍ଷ ପୂର୍ବେ ପଥିବୀ ସହ ଉଲକାପିଣ୍ଡର ଧକ୍କା ହେବା ଫଳରେ ଏହି ହ୍ରଦ ନିର୍ମାଣ ହୋଇଥିଲା ବୋଲି ମାନ୍ୟତା ରହିଛି। ସମୟକ୍ରମେ ଏହି ହ୍ରଦରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ହେଲେ ଏହି ହ୍ରଦକୁ ନେଇ ଆଜି ବି ରହସ୍ୟରୁ ପରଦା ଉଠିନି।

Advertisment

lonar-lake

ତେବେ ଏହି ଲୋନାର ହ୍ରଦର ପାଣିର ରଙ୍ଗ ସବୁଜ ଥିଲା। ହେଲେ ଗତ ୨-୩ ଦିନ ହେଲା ଏହା ଗୋଲାପୀ ରଙ୍ଗ ହୋଇଯାଇଛି। ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଦେଇଛନ୍ତି। ଅନ୍ୟପଟେ ଏହି ହ୍ରଦକୁ ନେଇ ପୂର୍ବରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ସମୟ ସମୟରେ ଏହି ହ୍ରଦର ଜଳର ରଙ୍ଗ ପରିବର୍ତ୍ତନ ହୋଇଛି।

ବୁଲଧାନା ଜିଲ୍ଲାର ତହସିଲଦାର ସୈଫନ ନଦାଫ ଏନେଇ କହିଛନ୍ତି ଯେ, ଗତ ୨-୩ ଦିନ ହେଲା ହ୍ରଦର ଜଳ ଲଗାତର ରଙ୍ଗ ପରିବର୍ତ୍ତନ କରୁଥିବା ଆମ ଦୃଷ୍ଟିଗୋଚର ହୋଇଛି। ଏନେଇ ବନବିଭାଗକୁ ଜଳର ନମୁନା ପରୀକ୍ଷଣ କରି କାରଣ ଖୋଜିବାକୁ କୁହାଯାଇଛି। ଏହାରି ଭିତରେ ଲୋନାର ହ୍ରଦକୁ ନେଇ ସର୍ଭେ କରିଥିବା ପ୍ରଫେସର ଡା. ସୁରେଶ ମାପରି କେତେଜଣ ଜଳ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି।

ବିଶେଷଜ୍ଞଙ୍କ କହିବା ହେଲା, ଜଳରେ ହାଲୋ ବ୍ୟାକ୍ଟେରିଆ ଏବଂ ଡ୍ୟୁନୋନିଲା ସଲୀନା କବକର ବୃଦ୍ଧି କାରଣରୁ କ୍ୟାରିଟୁନାଇଟ୍ ପିଗମେଣ୍ଟ ବିସ୍ତାର କରିଥାଏ, ଯାହା ଫଳରେ ଜଳ ଗୋଲାପୀ ରଙ୍ଗର ହୋଇପାରେ। ସେହିପରି ଲୋନାର ହ୍ରଦ ସଂରକ୍ଷଣ ଏବଂ ବିକାଶ କମିଟି ସଦସ୍ୟ ଗଜାନନ ଖରାଟ୍ କହିଛନ୍ତି ହ୍ରଦର ଜଳ ପୃଷ୍ଠର ୧ କି.ମି ତଳେ କୌଣସି ଅମ୍ଳଜାନ ନାହିଁ। ଏଭଳି ଇରାନରେ ମଧ୍ୟ ଏକ ହ୍ରଦ ରହିଛି, ଯେଉଁଠାରେ ଜଳରେ କ୍ଷାର ବୃଦ୍ଧି ପାଇବାରୁ ଜଳର ରଙ୍ଗ ଲାଲ୍ ହୋଇଥିବା ଦେଖାଯାଇଛି।

ଗଜାନନ କହିଛନ୍ତି, ଗତ କିଛି ବର୍ଷ ତୁଳନାରେ ଲୋନାର ହ୍ରଦରେ ଜଳର ମାତ୍ରା କମ୍ ରହିଛି ଏବଂ ବର୍ଷାର ଅଭାବ ଲାଗି ସେଥିରେ ମଧୁର ଜଳ ଭର୍ତ୍ତି ହୋଇପାରୁ ନାହିଁ। ନିମ୍ନ ସ୍ତରରେ ଜଳର ଉପସ୍ଥିତି ଯୋଗୁ ଲବଣତା ବୃଦ୍ଧି ପାଇଛି। ଆଉ ବାୟୁମଣ୍ଡଳରେ ପରିବର୍ତ୍ତନ ଯୋଗୁ ଏହାର ରଙ୍ଗ ପରିବର୍ତ୍ତିତ ହୋଇଥାଇପାରେ ବୋଲି ସେ କହିଛନ୍ତି।

lonar lake

ଅନ୍ୟପଟେ ହ୍ରଦର ଜଳର ରଙ୍ଗ ପରିବର୍ତ୍ତନ ପରେ ଆଖପାଖର ଲୋକେ ଏହାକୁ ଦେଖିବାକୁ ଭିଡ଼ ଜମାଉଛନ୍ତି। କେତେଜଣ ଏହାକୁ ଚମତ୍କାର ବୋଲି ମଧ୍ୟ କହୁଛନ୍ତି। ତେବେ ଏହି ହ୍ରଦ ଆରମ୍ଭରୁ ହିଁ ରହସ୍ୟମୟୀ। ନାସାରୁ ଆରମ୍ଭ କରି ଦୁନିଆର ସମସ୍ତ ଗବେଷଣାକାରୀ ଏଜେନ୍ସି ଏହି ଦ୍ରଦର ରହସ୍ୟ ଜାଣିବାକୁ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe