Advertisment

ରେଡ୍‌ କାର୍ପେଟ୍‌ରେ ଚମକିଲେ ନୀଳନୟନା: ଆରାଧ୍ୟା ବି ପରୀଠୁ କମ୍‌ ନ ଥିଲେ

କାନ୍ (ଫ୍ରାନ୍ସ):  ୭୨ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ର ରେଡ୍ କାର୍ପେଟରେ ଜଲୱା ଦେଖାଉଛନ୍ତି ସେଲେବ୍ରିଟି। ଲୁକ୍‌ରେ ଏକରୁ ବଳି ଆରକ। ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା କାନ୍‌ ଫେଷ୍ଟିଭାଲ୍‌ରେ ସେଲିବ୍ରେଟିଙ୍କ ଲୁକ୍‌ରେ ଏବେ ଚାର୍‌ ଚାନ୍ଦ ଲଗାଇଦେଇଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା। ଗତକାଲି ସେ ଝିଅ ଆରାଧ୍ୟାଙ୍କ ସହ କାନ୍‌ ଫେଷ୍ଟିଭାଲ୍‌ରେ ଯୋଗଦେଇଛନ୍ତି। ଏବେ ଯେଉଁ ଚର୍ଚ୍ଚା ହେଉଛି ସେସବୁ କେବଳ ଐଶ୍ୱର୍ଯ୍ୟାଙ୍କ ଲୁକ୍‌କୁ ନେଇ। ରେଡ୍‌ କାର୍ପେଟ୍‌ରେ ଗୋଲ୍‌ଡେନ୍‌ ଗ୍ରୀନ୍‌ ରଙ୍ଗର ଏକ ଗାଉନ୍‌ […]

author-image
Biswobandita Swain
ଅଦ୍ୟତନ ହୋଇଛି
ରେଡ୍‌ କାର୍ପେଟ୍‌ରେ ଚମକିଲେ ନୀଳନୟନା: ଆରାଧ୍ୟା ବି ପରୀଠୁ କମ୍‌ ନ ଥିଲେ

825441-aishwarya

କାନ୍ (ଫ୍ରାନ୍ସ):  ୭୨ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍‌ର ରେଡ୍ କାର୍ପେଟରେ ଜଲୱା ଦେଖାଉଛନ୍ତି ସେଲେବ୍ରିଟି। ଲୁକ୍‌ରେ ଏକରୁ ବଳି ଆରକ। ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା କାନ୍‌ ଫେଷ୍ଟିଭାଲ୍‌ରେ ସେଲିବ୍ରେଟିଙ୍କ ଲୁକ୍‌ରେ ଏବେ ଚାର୍‌ ଚାନ୍ଦ ଲଗାଇଦେଇଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା। ଗତକାଲି ସେ ଝିଅ ଆରାଧ୍ୟାଙ୍କ ସହ କାନ୍‌ ଫେଷ୍ଟିଭାଲ୍‌ରେ ଯୋଗଦେଇଛନ୍ତି।

Advertisment

publive-imageଏବେ ଯେଉଁ ଚର୍ଚ୍ଚା ହେଉଛି ସେସବୁ କେବଳ ଐଶ୍ୱର୍ଯ୍ୟାଙ୍କ ଲୁକ୍‌କୁ ନେଇ। ରେଡ୍‌ କାର୍ପେଟ୍‌ରେ ଗୋଲ୍‌ଡେନ୍‌ ଗ୍ରୀନ୍‌ ରଙ୍ଗର ଏକ ଗାଉନ୍‌ ପିନ୍ଧି ଆକର୍ଷଣାୟ ଲାଗୁଛନ୍ତି ଐଶ୍ୱର୍ଯ୍ୟା। ଆଉ ଐଶ୍‌ଙ୍କର ଏହି ଲୁକ୍‌କୁ ଲୋକେ ସୂର୍ଯ୍ୟ ଲୁକ୍‌ର ନାଁ ମଧ୍ୟ ଦେଇଛନ୍ତି। କାରଣ ଏହି ଲୁକ୍‌ରେ ଐଶ୍‌ ଏକଦମ୍‌ ଚମକୁଛନ୍ତି। ଐଶ୍‌ଙ୍କ ଲୁକ୍‌ ଦେଖିବା ପରେ କିଛି ଲୋକ ଯେମିତି ସୂର୍ଯ୍ୟ ପୃଥିବୀ ପୃଷ୍ଠକୁ  ଚାଲିଆସିଛନ୍ତି ବୋଲି କହିଛନ୍ତି।

ସୋଶାଲ୍‌ ମିଡିଆରେ ଐଶ୍‌ଙ୍କ ଲୁକ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫେଷ୍ଟିଭାଲକୁ ମା’ ଐଶ୍‌ଙ୍କ ସହ ଆସିଥିବା ଝିଅ ଆରାଧ୍ୟା ବି କୋଉ ପରୀଠୁ କମ୍‌ ଲାଗୁନଥିଲେ। ଏକ ହଳଦିଆ ରଙ୍ଗର ଫ୍ରକ୍‌ରେ ହୋଇଥିବା ବଡ଼ ଫୁଲ ତାଙ୍କୁ ବି ଦେଇଥିଲା ଗ୍ଲାମରସ୍‌ ଲୁକ୍‌। ଏହି ମା’ ଝିଅ ୟୁନିକ୍‌ ଯୋଡ଼ିଙ୍କ ଫଟୋ ନିଜ କ୍ୟାମେରାରେ କଏଦ କରିବାକୁ  ଦେଖାଦେଇଥିଲା ପ୍ରତିଯୋଗିତା।

Advertisment

https://www.instagram.com/p/BxpoDithE6N/?utm_source=ig_web_button_share_sheet

ସୂଚନା ଅନୁଯାୟୀ, ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା ସହ କିଛି ଟେଲି ଅଭିନେତ୍ରୀଙ୍କୁ କାନ୍ସ ରେଡ୍‌ କାର୍ପେଟ୍‌ରେ ଯୋଗ ଦେଇ ଢେର୍‌ ପ୍ରଶଂସା ସାଉଁଟିଥିଲେ।