କାନ୍ (ଫ୍ରାନ୍ସ): ୭୨ତମ କାନ୍ ଫିଲ୍ମ ଫେଷ୍ଟିଭାଲ୍ର ରେଡ୍ କାର୍ପେଟରେ ଜଲୱା ଦେଖାଉଛନ୍ତି ସେଲେବ୍ରିଟି। ଲୁକ୍ରେ ଏକରୁ ବଳି ଆରକ। ଗତ କିଛିଦିନ ହେବ ଚର୍ଚ୍ଚାରେ ଥିବା କାନ୍ ଫେଷ୍ଟିଭାଲ୍ରେ ସେଲିବ୍ରେଟିଙ୍କ ଲୁକ୍ରେ ଏବେ ଚାର୍ ଚାନ୍ଦ ଲଗାଇଦେଇଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା। ଗତକାଲି ସେ ଝିଅ ଆରାଧ୍ୟାଙ୍କ ସହ କାନ୍ ଫେଷ୍ଟିଭାଲ୍ରେ ଯୋଗଦେଇଛନ୍ତି।
ସୋଶାଲ୍ ମିଡିଆରେ ଐଶ୍ଙ୍କ ଲୁକ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଫେଷ୍ଟିଭାଲକୁ ମା’ ଐଶ୍ଙ୍କ ସହ ଆସିଥିବା ଝିଅ ଆରାଧ୍ୟା ବି କୋଉ ପରୀଠୁ କମ୍ ଲାଗୁନଥିଲେ। ଏକ ହଳଦିଆ ରଙ୍ଗର ଫ୍ରକ୍ରେ ହୋଇଥିବା ବଡ଼ ଫୁଲ ତାଙ୍କୁ ବି ଦେଇଥିଲା ଗ୍ଲାମରସ୍ ଲୁକ୍। ଏହି ମା’ ଝିଅ ୟୁନିକ୍ ଯୋଡ଼ିଙ୍କ ଫଟୋ ନିଜ କ୍ୟାମେରାରେ କଏଦ କରିବାକୁ ଦେଖାଦେଇଥିଲା ପ୍ରତିଯୋଗିତା।
https://www.instagram.com/p/BxpoDithE6N/?utm_source=ig_web_button_share_sheet
ସୂଚନା ଅନୁଯାୟୀ, ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା ସହ କିଛି ଟେଲି ଅଭିନେତ୍ରୀଙ୍କୁ କାନ୍ସ ରେଡ୍ କାର୍ପେଟ୍ରେ ଯୋଗ ଦେଇ ଢେର୍ ପ୍ରଶଂସା ସାଉଁଟିଥିଲେ।