Advertisment

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳାଯିବ । ମଧ୍ୟାହ୍ନ ସାଢେ ଗୋଟାଏରୁ ମ୍ୟାଚ୍ ଆରମ୍ଭ ହେବ। ଗାନ୍ଧି-ମଣ୍ଡେଲା ଫ୍ରିଡମ ସିରିଜର ପ୍ରଥମ ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା ୧-୦ରେ  ସିରିଜ ଅଗ୍ରଣୀ ରହିଛି। ଗତ ମ୍ୟାଚର ସ୍ଲଗ ଓଭରରେ ବୋଲରଙ୍କ ଖରାପ ବୋଲିଂ ଓ ବ୍ୟାଟିଂ ବିଭାଗରରେ କ୍ୟାପଟେନ କୁଲଙ୍କ ଫିନିସିଂକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଦଳ ଏହି ଭୁଲକୁ ସୁଧାରି ସିରିଜ ପ୍ରତ୍ୟାବର୍ତ୍ତନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ind-vs-SA-2nd-odi

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଖେଳାଯିବ । ମଧ୍ୟାହ୍ନ ସାଢେ ଗୋଟାଏରୁ ମ୍ୟାଚ୍ ଆରମ୍ଭ ହେବ। ଗାନ୍ଧି-ମଣ୍ଡେଲା ଫ୍ରିଡମ ସିରିଜର ପ୍ରଥମ ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା ୧-୦ରେ  ସିରିଜ ଅଗ୍ରଣୀ ରହିଛି। ଗତ ମ୍ୟାଚର ସ୍ଲଗ ଓଭରରେ ବୋଲରଙ୍କ ଖରାପ ବୋଲିଂ ଓ ବ୍ୟାଟିଂ ବିଭାଗରରେ କ୍ୟାପଟେନ କୁଲଙ୍କ ଫିନିସିଂକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଦଳ ଏହି ଭୁଲକୁ ସୁଧାରି ସିରିଜ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ସେପଟେ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ବିଜୟ ସହ ପ୍ରଥମ ଦିନିକିଆକୁ ଜିତି ଦୃଢ଼ ମନରେ ରହିଛି।

Advertisment

ପ୍ରଥମେ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ପ୍ରଥମ ଦିନିକିଆରେ ମଧ୍ୟ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଲଗାତାର ୩ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇ ଧୋନୀ ବାହିନୀ ଏବେ ଚାପରେ ରହିଛି । ତେବେ ପରାଜୟର ଧାରାକୁ ଦଳ ନିଶ୍ଚିତ ଭାଙ୍ଗିବାକୁ ଉଦ୍ୟମ କରିବ। କାନପୁର ଦିନିକିଆରେ ଭାରତକୁ ୫ ରନରେ ପରାଜିତ କରି ଦକ୍ଷିଣ ଆଫ୍ରିକା ଦଳ ମଜଭୁତ ସ୍ଥିତିରେ ରହିଥିବା ବେଳେ ଭାରତ ପ୍ରଥମ ଦିନିକିଆରେ କରିଥିବା ତ୍ରୁଟିକୁ ସୁଧାରି ବିଜୟ ଧାରାକୁ ଆସିବାକୁ ଚେଷ୍ଟା କରିବ। ମୁଖ୍ୟତଃ ଦଳ ଶୀଘ୍ର ୱିକେଟ ପତନକୁ ରୋକିବା ଉପରେ ଗୁରୁତ୍ୱ ଦେବ। ତା’ସହ ବୋଲିଂରେ ସୁଧାର ଆଣିବାକୁ ଚେଷ୍ଟା କରିବ।