Advertisment

ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ୍ ଆସିଲେ ସବୁ ସରକାରୀ କର୍ମଚାରୀ

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଳିଲେ ସମସ୍ତ ସରକାରୀ କର୍ମଚାରୀ। ସୋମବାର ସମସ୍ତେ ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ୍ ଆସିଥିଲେ। ଆଗକୁ ସମସ୍ତ ସୋମବାର ମଧ୍ୟ କର୍ମଚାରୀମାନ ଏଭଳି ସମ୍ବଲପୁରୀ ପୋଷାକ ପିନ୍ଧି ଅସିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। ସମ୍ବଲପୁରୀ ବସ୍ତ୍ର ତିଆରି ନିମନ୍ତେ ବେଶ ପ୍ରସିଦ୍ଧ ସୁବର୍ଣ୍ଣପୁର। ଏହି ଜିଲ୍ଲାର କାରିଗରଙ୍କ ଖ୍ୟାତି ବୃଦ୍ଧି ସହିତ କାରିଗରଙ୍କ ହାତ ତିଆରି ଜିନିଷର ଆଦୃତି ବଢ଼ାଇବା ନିମନ୍ତେ ଜିଲ୍ଲାପାଳ ଅବୋଲି ସୁନିଲ ନରୱାନେ ଏହି ପଦକ୍ଷେପ ନେଇଛନ୍ତି। […]

ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ୍ ଆସିଲେ ସବୁ ସରକାରୀ କର୍ମଚାରୀ

sambalpuri-dress

Advertisment

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଳିଲେ ସମସ୍ତ ସରକାରୀ କର୍ମଚାରୀ। ସୋମବାର ସମସ୍ତେ ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ୍ ଆସିଥିଲେ। ଆଗକୁ ସମସ୍ତ ସୋମବାର ମଧ୍ୟ କର୍ମଚାରୀମାନ ଏଭଳି ସମ୍ବଲପୁରୀ ପୋଷାକ ପିନ୍ଧି ଅସିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। ସମ୍ବଲପୁରୀ ବସ୍ତ୍ର ତିଆରି ନିମନ୍ତେ ବେଶ ପ୍ରସିଦ୍ଧ ସୁବର୍ଣ୍ଣପୁର। ଏହି ଜିଲ୍ଲାର କାରିଗରଙ୍କ ଖ୍ୟାତି ବୃଦ୍ଧି ସହିତ କାରିଗରଙ୍କ ହାତ ତିଆରି ଜିନିଷର ଆଦୃତି ବଢ଼ାଇବା ନିମନ୍ତେ ଜିଲ୍ଲାପାଳ ଅବୋଲି ସୁନିଲ ନରୱାନେ ଏହି ପଦକ୍ଷେପ ନେଇଛନ୍ତି।

Advertisment

ଆଜି ଜିଲ୍ଲାର ଉଲୁଣ୍ଡା ବ୍ଲକରେ ଜନଶୁଣାଣି ଥିବା ବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ ସମ୍ବଲପୁରୀ ପୋଷାକ ପିନ୍ଧି ଆସିଥିଲେ। ମହିଳା କର୍ମଚାରୀମାନ ସମ୍ବଲପୁରୀ ଶାଢ଼ୀ ଓ ପୁରୁଷ କର୍ମଚାରୀମାନ ସମ୍ବଲପୁରୀ ସାର୍ଟ ପିନ୍ଧିଥିଲେ। ସୂଚନା ମୁତାବକ ଏହି ଜିଲ୍ଲାରେ ପ୍ରାୟ ୭ ହଜାରରୁ ଅଧିକ ସମ୍ବଲପୁରୀ ପୋଷାକ ତିଆରି କାରିଗର ପରିବାର ରହିଛନ୍ତି। କାରିଗରଙ୍କ ସଂଖ୍ୟା ୧୮ ହଜାରରୁ ଅଧିକ ହେବ। ଜିଲ୍ଲାରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠାରେ ସମସ୍ତ ପରିବାର ସମ୍ବଲପୁରୀ ପୋଷାକ ତିଆରି କରନ୍ତି। ସମସ୍ତଙ୍କ ଘରେ ରହିଛି ତନ୍ତ ଓ ପରିବାରର ସମସ୍ତେ ମିଶି ସମ୍ବଲପୁରୀ ପୋଷାକ ତିଆରି କରନ୍ତି। ସେଥିରୁ ଯାହା ମିଳେ ପରିବାର ଚଳେ। ବାନ୍ଧ କଳାକୁ ନେଇ ସମସ୍ତେ ବେଶ ପରିଚିତ।

ଏହି କାରିଗରଙ୍କ ହାତ ତିଆରି ସମ୍ବଲପୁରୀ ପୋଷାକର ଚାହିଦା ମଧ୍ୟ ବେଶ ରହିଛି। ପ୍ରାକୃତିକ ରଙ୍ଗ ଦେଇ ସିଲକ ଓ କଟନ ସୁତା ଉପରେ ସେମାନେ ସମ୍ବଲପୁରୀ ପୋଷାକ ତିଆରି କରିବାରେ ବେଶ ସିଦ୍ଧ ହସ୍ତ। ଏହି ପୋଷାକ ଦେଖିବାକୁ ଯେତିକି ସୁନ୍ଦର, ପିନ୍ଧିବାକୁ ସେତିକି ଆରାମ। ପୋଷାକର ନିଖୁଣ କାରିଗରୀ ସମସ୍ତଙ୍କୁ ବେଶ ଆକର୍ଷିତ କରିଥାଏ। ସ୍ଥାୟୀତ୍ୱରେ ଏହା ଏକ ନମ୍ବର। ତେଣୁ ଏହାର ଆଦୃତି ବଢ଼ାଇବା ସହ ସମ୍ବଲପୁରୀ ବସ୍ତ୍ର କାରିଗରଙ୍କ ଉଚିତ ରୋଜଗାର ଦେବା ନିମନ୍ତେ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜିଲ୍ଲାପାଳ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe