ଆମେରିକାରେ ଏକାଠି ଟି-ଟ୍ୱେଣ୍ଟି ଖେଳିବେ ସଚିନ ଓ ୱାର୍ଣ୍ଣ

ୱାସିଂଟନ୍: ଆମେରିକାରରେ ଆସନ୍ତା ନଭେମ୍ବରରେ ଗୋଟିଏ ଦଳ ଓ ଗୋଟିଏ ଜର୍ସିରେ ଦେଖାଦେବେ ବିଶ୍ୱ କ୍ରିକେଟ ଜଗତର ଦୁଇ କ୍ରିକେଟ ଆଇକନ୍। ଏମାନେ ହେଲେ କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ ଏବଂ ସେନ୍ ୱାର୍ଣ୍ଣ । ବିଶ୍ୱର ବିଭିନ୍ନ ଦେଶରୁ କ୍ରିକେଟ ଆଇକନଙ୍କୁ ନେଇ ଆମେରିକାରେ ଏକ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ। ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସ୍ପିନ୍ ୱିଇଜାର୍ଡ ସେନ୍ ୱାର୍ଣ୍ଣଙ୍କ ସମେତ ବିଭିନ୍ନ ଦେଶର ୨୪ରୁ ଅଧିକ କ୍ରିକେଟର […]

Sachin Tendulkar and Shane Warne

Sachin Tendulkar and Shane Warne

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 01:33 PM IST

Sports

Latest News

ୱାସିଂଟନ୍: ଆମେରିକାରରେ ଆସନ୍ତା ନଭେମ୍ବରରେ ଗୋଟିଏ ଦଳ ଓ ଗୋଟିଏ ଜର୍ସିରେ ଦେଖାଦେବେ ବିଶ୍ୱ କ୍ରିକେଟ ଜଗତର ଦୁଇ କ୍ରିକେଟ ଆଇକନ୍। ଏମାନେ ହେଲେ କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ ଏବଂ ସେନ୍ ୱାର୍ଣ୍ଣ ।

ବିଶ୍ୱର ବିଭିନ୍ନ ଦେଶରୁ କ୍ରିକେଟ ଆଇକନଙ୍କୁ ନେଇ ଆମେରିକାରେ ଏକ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେବ। ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସ୍ପିନ୍ ୱିଇଜାର୍ଡ ସେନ୍ ୱାର୍ଣ୍ଣଙ୍କ ସମେତ ବିଭିନ୍ନ ଦେଶର ୨୪ରୁ ଅଧିକ କ୍ରିକେଟର ଭାଗ ନେବେ। ‘କ୍ରିକେଟ ଅଲ୍-ଷ୍ଟାର ସିରଜ’ର ପ୍ରଥମ ମ୍ୟାଚ ନଭେମ୍ବର ୭ ତାରିଖରେ ସିଟି ଫିଲ୍ଡ ସ୍ଥିତ ବିଗ-ଲିଗ୍ ବେସବଲ ଷ୍ଟାଡିୟମରେ ଖେଳାଯିବ । ନଭେମ୍ବର ୧୧ରେ ହୋଇଷ୍ଟୋନ୍ ମନ୍ୟୁଟ୍ ମେଡ୍ ପାର୍କରେ ଓ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ନଭେମ୍ବର ୧୪ ତାରିଖ ଲସ୍ ଏଞ୍ଜେଲ୍ସର ଡୋଗର ଷ୍ଟାଡିୟମରେ ଖେଳାଯିବ। ଅନ୍ୟ କ୍ରିକେଟର ମଧ୍ୟରେ ପାକିସ୍ତାନର ୱାସିମ୍ ଆକ୍ରମ, ୱେଷ୍ଟ ଇଣ୍ଡିଜର ବ୍ରାଏନ ଲାରା, ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ୍, ଇଂଲଣ୍ଡର ମାଇକେଲ ଭାଉଗନ ଓ ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେ ପ୍ରମୁଖଙ୍କୁ ପୁଣି ପଡିଆରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos