Advertisment

ପଟ୍ଟା ପାଉନାହାନ୍ତି ୨୦୪ ଭୂମିହୀନ

ବିନିକା (ଦିଲୀପ କୁମାର ସାହୁ): ଭୂମିହୀନଙ୍କ ପାଇଁ ସରକାରଙ୍କ ବିଶ୍ୱର ସର୍ବ ବୃହତ ଯୋଜନା। ମୁଣ୍ଡ ଉପରେ ଏହି ଯୋଜନା ପ୍ରଚାର କରିବାର ବିଶାଳ ବୋର୍ଡ। ଠିକ୍ ଏହା ତଳେ ବିପଦସଙ୍କୁଳ ଝୁପୁଡ଼ି। ଝୁପୁଡ଼ିରେ ମୁଣ୍ଡ ଗୁଞ୍ଜିଛନ୍ତି ବହୁ ପରିବାର।  ଏହି ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ। ଏଠାରେ ଏପରି ଶହ ଶହ ଲୋକ ରହୁଛନ୍ତି, ଯାହାଙ୍କ ନାମରେ ଚାରି ଆଙ୍ଗୁଳ ଜମି ନାହିଁ। ସରକାରୀ ବେନାମୀ ଜମିରେ ଭଙ୍ଗା ଦଦରା ଝାଟିମାଟି […]

ଅଦ୍ୟତନ ହୋଇଛି
ପଟ୍ଟା ପାଉନାହାନ୍ତି ୨୦୪ ଭୂମିହୀନ

jagamisson

Advertisment

ବିନିକା (ଦିଲୀପ କୁମାର ସାହୁ): ଭୂମିହୀନଙ୍କ ପାଇଁ ସରକାରଙ୍କ ବିଶ୍ୱର ସର୍ବ ବୃହତ ଯୋଜନା। ମୁଣ୍ଡ ଉପରେ ଏହି ଯୋଜନା ପ୍ରଚାର କରିବାର ବିଶାଳ ବୋର୍ଡ। ଠିକ୍ ଏହା ତଳେ ବିପଦସଙ୍କୁଳ ଝୁପୁଡ଼ି। ଝୁପୁଡ଼ିରେ ମୁଣ୍ଡ ଗୁଞ୍ଜିଛନ୍ତି ବହୁ ପରିବାର।  ଏହି ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ। ଏଠାରେ ଏପରି ଶହ ଶହ ଲୋକ ରହୁଛନ୍ତି, ଯାହାଙ୍କ ନାମରେ ଚାରି ଆଙ୍ଗୁଳ ଜମି ନାହିଁ। ସରକାରୀ ବେନାମୀ ଜମିରେ ଭଙ୍ଗା ଦଦରା ଝାଟିମାଟି କୁଡିଆ ଘରେ ଅତି ଦୟନୀୟ ଅବସ୍ଥାରେ ସମସ୍ତେ ମୁଣ୍ଡ ଗୁଞ୍ଜିଛନ୍ତି। ବର୍ଷ ବର୍ଷ ଧରି ଭୂମିହୀନ ପଟ୍ଟା ପାଇବାକୁ ସଂଘର୍ଷ କରୁଛନ୍ତି। ଗତ ୨ ବର୍ଷ ହେଲା ସେମାନଙ୍କୁ କେବଳ ଏନଏସି ପ୍ରଶାସନ ତରଫରୁ ଯୋଗ୍ୟତା ପ୍ରମାଣ ପତ୍ର ଦିଆଯାଇଛି। କିନ୍ତୁ ଜମି ପଟ୍ଟା ଦିଆଯାଉନି। ବାରମ୍ୱାର ପ୍ରଶାସନ ପାଖରେ ଦାବି କରିବା ସତ୍ତ୍ୱେ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି।

Advertisment

ସୂଚନା ମୁତାବକ, ବିନିଆ ତଅଁଳାପଡାରରେ ପ୍ରାୟ ୩୧ ଜଣ ଭୂମିହୀନ ଦୀର୍ଘ ପ୍ରାୟ ୧୦୦ ବର୍ଷ ହେଲା ବସବାସ କରୁଛନ୍ତି। ସମସ୍ତେ ଭୂମିହୀନ। ଏମାନଙ୍କୁ ପଟ୍ଟା ଯୋଗାଇ ଦେବାକୁ ଜାଗା ମିଶନରେ ସାମିଲ କରାଯାଇଛି। ହେଲେ ବିନିକା ଏନଏସିର ଚିଠି ନଂ ୨୧୭, ୨୧ ଫେବୃଆର ୨୦୨୦ରେ ଏନଏସି ପ୍ରଶାସନ ତରଫରୁ କେବଳ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏ ପର୍ଯ୍ୟନ୍ତ ନା ସେମାନଙ୍କୁ ଜମି ପଟ୍ଟା ଦିଆଯାଉଛି, ନା ପକ୍କାଘର କାର୍ଯ୍ୟାଦେଶ।

ଲୋକଙ୍କ ସମସ୍ୟା ନେଇ ନିର୍ବାଚିନ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଚୁପ୍। ନିର୍ବାଚନ ବୈତରଣୀ ପାର ହେବା ପରେ ନେତାଙ୍କ ଆଉ ଦେଖା ମିଳୁନି। ତେଣୁ ଲୋକେ କହିବେ କାହାକୁ, ଶୁଣିବ କିଏ। ଭାଗ୍ୟକୁ ଆଦରି କୁଡ଼ିଆ ଘରେ ପରିବାର ଧରି ମୁଣ୍ଡ ଗୁଞ୍ଜିଛନ୍ତି ସମସ୍ତେ।

Advertisment

ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ ଜରିଆରେ ଭୂମିହୀନ ପ୍ରମାଣ ପତ୍ର ଓ ଆଦର୍ଶ ବସତି ତିଆରି ନିମନ୍ତେ ବିଶ୍ୱର ସର୍ବ ବୃହତ ଯୋଜନା ନାମରେ ଜାଗା ମିଶନ କରିଛନ୍ତି। କିନ୍ତୁ ସରକାରଙ୍କ ଏହି ଯୋଜନା ଉକ୍ତ ଭୂମିହୀନଙ୍କ ପାଇଁ ପ୍ରହଶନ ପାଲଟିଛି।

କେବଳ ବିନିକା ସହରର ତଅଁଳାପଡା ନୁହେଁ। ଏଠାରେ ରହିଥିବା ଚଣ୍ଡିପଡା, ବେତ୍ରାପଡା, ମନୋହରିପଡା, ଉର୍ଲେ, କୋଲପଡା, ମିଶ୍ରପାଲି, ଜଗଦଲପୁର ଆଦି ବିଭିନ୍ନ ପଡାର ୨୦୪ ଜଣ ଭୂମିହୀନ ପଟ୍ଟା ପାଇବାରୁ ବଂଚିତ ରହିଛନ୍ତି। ଚଣ୍ଡିପଡାରେ ଦୁଇବର୍ଷ ତଳେ ଉଷା ସର୍ଭେ ହୋଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏଠାର ଭୂମିହୀନମାନଙ୍କୁ ଜମିପଟ୍ଟା ଯୋଗାଇ ଦିଆଯାଉନାହିଁ। ଫଳରେ ଏମାନେ ସରକାରଙ୍କ ପକ୍କା ଘର ଯୋଜନା ସହ ଅନେକ ସରକାରୀ ଯୋଜନାରୁ ବାଦ ପଡିଛନ୍ତି।

ସେପଟେ ଏନଏସି ଅଫିସର ସରକାରୀ ବାବୁମାନେ ଏହି ଭୂମିହୀନଙ୍କ ତୁରନ୍ତ ପଟ୍ଟା ଦେବାକୁ ପ୍ରଲୋଭନ ଦେଇ ସେମାନଙ୍କ ପାଖରୁ ୨ଶହ ଟଙ୍କା ଲେଖାଏଁ ଲାଞ୍ଚ ଆଦାୟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗ ଉପରେ ତଦନ୍ତ ମଧ୍ୟ ଶୂନ।

ଏନେଇ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ଭୂମିହୀନ ଓ ଗରିବ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରିବା ପରେ ଗୋଟିଏ ପ୍ରମାଣ ପତ୍ର ଦିଆଯାଇଛି। ଉଷା ସର୍ଭେ ବେଳେ ଚାଲିଥିବା ଡ୍ରୋନ୍ ସର୍ଭେରୁ ୨୦୪ ଜଣ ପରିବାର ବଞ୍ଚିତ ରହିଥିଲେ। ଏବାବଦରେ ସରକାରଙ୍କୁ ଜଣାଇବା ପରେ ଏବେ ମାନୁଆଲ ସର୍ଭେ ନିର୍ଦ୍ଦେଶ ଆସିଛି। ୫ ଦିନ ହେବ ଅମିନ ଓ ଆରଆଇ ସର୍ଭେ କାମ କରୁଛନ୍ତି। ଏହି ରିପୋର୍ଟକୁ ସରକାରଙ୍କ ନିକଟକୁ ପଠାଯିବ। ସରକାର ଅନୁମତି ଦେବା ପରେ ସେମାନଙ୍କୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ।

ତଥ୍ୟ ମୁତାବକ, ଏଠାରେ ମୋଟ ୧୩୨୫ ପରିବାରଙ୍କୁ ଜମି ପଟ୍ଟା ଓ ପକ୍କାଘର କାର୍ଯ୍ୟାଦେଶ ଦିଆଯିବାକୁ ଥିବା ବେଳେ ଏଥିମଧ୍ୟରୁ ୮୭୮ ପରିବାରଙ୍କୁ ଏହା ବଣ୍ଟନ ସରିଛି। ଏବେ ୨୦୪ ପରିବାରଙ୍କୁ ଜମି ପଟ୍ଟା ଓ ପକ୍କା ଘର କାର୍ଯ୍ୟାଦେଶ ଦେବା ନିମନ୍ତେ ଜିଲ୍ଲାପାଳଙ୍କ ଠାରୁ ଅନୁମୋଦନ ଅପେକ୍ଷା ରହିଛି।

ଏନେଇ ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି, ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷାକରି ଯୋଗ୍ୟ ଲୋକମାନଙ୍କୁ ଏଲ.ଆର.ସି ପଟ୍ଟା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe