Advertisment

ମଧ୍ୟସ୍ଥତା ନୁହେଁ, ମାମଲାର ଶୁଣାଣି କରିବାକୁ କୋର୍ଟରେ ଅନୁଭବଙ୍କ ଆବେଦନ

କଟକ (ଓଡ଼ିଶା ରିପୋର୍ଟର): କାଉନସେଲିଂ ମଧ୍ୟସ୍ଥତା ଚାହୁଁ ନାହାନ୍ତି ବୋଲି କୋର୍ଟକୁ ଜଣାଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ମଧ୍ୟସ୍ଥତା ବନ୍ଦ କରି ବିବାହ ବିଚ୍ଛେଦ ମାମଲାର ଶୁଣାଣି ଆରମ୍ଭ କରିବାକୁ ଅନୁଭବ ଆବେଦନ କରିଛନ୍ତି। ସେପଟେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଥିରେ ସହଯୋଗ କରିବେ ବୋଲି ଜଣାଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। କଟକ ଫ୍ୟାମିଲି କୋର୍ଟରେ ଆଜି ଏଭଳି ନିବେଦନ ଓ ଉତ୍ତର ରଖିଛନ୍ତି ଉଭୟ। ତେଣୁ ମାମଲାର […]

author-image
Niranjan Mishra
ଅଦ୍ୟତନ ହୋଇଛି
ମଧ୍ୟସ୍ଥତା ନୁହେଁ, ମାମଲାର ଶୁଣାଣି କରିବାକୁ କୋର୍ଟରେ ଅନୁଭବଙ୍କ ଆବେଦନ

anubhaba-barsa

କଟକ (ଓଡ଼ିଶା ରିପୋର୍ଟର): କାଉନସେଲିଂ ମଧ୍ୟସ୍ଥତା ଚାହୁଁ ନାହାନ୍ତି ବୋଲି କୋର୍ଟକୁ ଜଣାଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ମଧ୍ୟସ୍ଥତା ବନ୍ଦ କରି ବିବାହ ବିଚ୍ଛେଦ ମାମଲାର ଶୁଣାଣି ଆରମ୍ଭ କରିବାକୁ ଅନୁଭବ ଆବେଦନ କରିଛନ୍ତି। ସେପଟେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଥିରେ ସହଯୋଗ କରିବେ ବୋଲି ଜଣାଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। କଟକ ଫ୍ୟାମିଲି କୋର୍ଟରେ ଆଜି ଏଭଳି ନିବେଦନ ଓ ଉତ୍ତର ରଖିଛନ୍ତି ଉଭୟ। ତେଣୁ ମାମଲାର ବିଚାର ପାଇଁ ପୁଣି କୋର୍ଟ ଦିନ ଧାର୍ଯ୍ୟ କରିବେ ବୋଲି ସ୍ପଷ୍ଟ ହୋଇଛି।

Advertisment

ଅନୁଭବଙ୍କ ଓକିଲ ଶାଶ୍ୱତ ଆଚାର୍ଯ୍ୟ କହିଛନ୍ତି, ଅପୋଷ ସମାଧାନ ନିମନ୍ତେ ବିଚାରପତି ପଦକ୍ଷେପ ନେଇଥିଲେ। ହେଲେ ଏହା ନ କରି ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଅନୁଭବ ନିବେଦନ କରିଛନ୍ତି। ଏଥିସହ କିଛି ଘଟଣା ସମ୍ପର୍କରେ ସେ ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଅବଗତ କରିଛନ୍ତି। ତେଣୁ ଆଗକୁ ଉଭୟଙ୍କୁ ଆଗକୁ କୋର୍ଟରେ ପଚରାଉଚରାର ସାମ୍ନା କରିବାକୁ ପଡ଼ିବ।

ସେହିପରି ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି, କୋର୍ଟ ମାମଲା ଫଇସଲା କରନ୍ତୁ କିମ୍ବା ଅପୋଷ ସମାଧାନ କରନ୍ତୁ; ସବୁଥିରେ ବର୍ଷା ରାଜି ବୋଲି ବିଚାରପତିଙ୍କୁ ଜଣାଇଛନ୍ତି। ଏହାଛଡ଼ା କୋର୍ଟରେ ଦିଆଯାଇଥିବା କିଛି ତଥ୍ୟର ସଂଶୋଧନ ନିମନ୍ତେ ଏକ ଆବେଦନକୁ ମଧ୍ୟ ବିଚାରପତି ଅନୁମତି ଦେଇଛନ୍ତି। ଆସନ୍ତା ତାରିଖରେ ଏନେଇ କୋର୍ଟ ଆବଦନ ଗ୍ରହଣ କରିବେ ବୋଲି କହିଛନ୍ତି।

Advertisment

ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ପାରିବାରିକ ବିବାଦ ମାମଲାରେ ଫ୍ୟାମିଲି କୋର୍ଟରେ ଶୁଣାଣି ନିମନ୍ତେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚି ଥିଲେ।

ଗତ ଥର ଉଭୟ କୋର୍ଟକୁ ଆସିଥିବା ବେଳେ ବିଚାରପତି ତାଙ୍କ ଚାମ୍ବରକୁ ଡାକି ଆପୋଷ ସମାଧାନ ପାଇଁ ଆଲୋଚନା କରିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଆଲୋଚନା କରାଯାଇ ମାମଲାର ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ଏହା ଫେଲ୍ ମାରିଲା ବୋଲି ସ୍ପଷ୍ଟ ହୋଇଛି।