Advertisment

ଅମିତ୍ ଶାହ ଶ୍ରୀରାମ ମନ୍ଦିରର ପୂଜକ କି ମହନ୍ତ ନୁହନ୍ତି: ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର  ସର୍ବସାଧାରଣଙ୍କ ପାଇଁ ୨୦୨୪ର ଜାନୁଆରୀ ୧ରେ  ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା କରିବା ପରେ ରାଜନୀତି ଜୋର ଧରିଛି। ଶାହଙ୍କ ବୟାନକୁ ନେଈ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ତାଙ୍କୁ ଟାର୍ଗେଟ କରିଛନ୍ତି। ଖାଡ଼ଗେ କହିଛନ୍ତି ଯେ, ଶାହ ମନ୍ଦିରର ପୂଜାରି କି ମହନ୍ତ ନୁହନ୍ତି। ସମସ୍ତଙ୍କର ଇଶ୍ୱର ବିଶ୍ୱାସ ରହିଛି।  ତ୍ରିପୁରା ନିର୍ବାଚନ ଥିବା ବେଳେ ତୁମେ କାହିଁକି […]

ନେତାଙ୍କୁ ଖାଡଗେଙ୍କ ତାଗିଦ- ନେତୃତ୍ୱ ନେଇ ନପାରିଲେ ପଦ ଛାଡ଼

president-mallikarjun-kharge

Advertisment

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର  ସର୍ବସାଧାରଣଙ୍କ ପାଇଁ ୨୦୨୪ର ଜାନୁଆରୀ ୧ରେ  ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା କରିବା ପରେ ରାଜନୀତି ଜୋର ଧରିଛି। ଶାହଙ୍କ ବୟାନକୁ ନେଈ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ତାଙ୍କୁ ଟାର୍ଗେଟ କରିଛନ୍ତି। ଖାଡ଼ଗେ କହିଛନ୍ତି ଯେ, ଶାହ ମନ୍ଦିରର ପୂଜାରି କି ମହନ୍ତ ନୁହନ୍ତି। ସମସ୍ତଙ୍କର ଇଶ୍ୱର ବିଶ୍ୱାସ ରହିଛି।  ତ୍ରିପୁରା ନିର୍ବାଚନ ଥିବା ବେଳେ ତୁମେ କାହିଁକି ଏମିତି ଘୋଷଣା କରୁଛ ବୋଲି ଖାଡ଼ଗେ ପ୍ରଶ୍ନ କରିଛନ୍ତି।  ଏମିତିକି ଯେତେବେଳେ ୨୦୨୪ରେ ସାଧାରଣ ନିର୍ବାଆଚନ ରହିଛି ଆପଣ ସେଇ ସମୟରେ ମନ୍ଦିର ଖୋଲିବା କଥା କହୁଛନ୍ତି। ଏମିତି ଘୋଷଣା କରିବାକୁ ଆପଣ କିଏ ? ଆପଣ କଣ ଶ୍ରୀରାମ ମନ୍ଦିର ପୂଜାରି ନା ମହନ୍ତି ? ମନ୍ଦିରର ଯିଏ ମହନ୍ତ ତାଙ୍କୁ ଏବିଷୟରେ କହିବାକୁ ଦିଆଯାଉ । ଆପଣ ଜଣେ ହେଉଛନ୍ତି ରାଜନୈତିକ ବ୍ୟକ୍ତି।  ଆପଣଙ୍କ କାମ ହେଛି ଦେଶକୁ ସୁରକ୍ଷିତ ରଖିବାଏବଂ ଆଇନ ଶୃଙ୍ଖଳାକୁ ନିଶ୍ଚିତ କରିବା।  ଲୋକଙ୍କକୁ ଖାଦ୍ୟ ଯୋଗାଇବା, ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ହେଉଛି ଆପଣଙ୍କର କାମ ବୋଲି ଖାଡ଼ଗେ କହିଛନ୍ତି ।

Advertisment

ଭାରତଯୋଡ଼ୋ ଯାତ୍ରାରେ ସାମିଲ ହୋଇ ଏକ ସଭାରେ ଏହା କହିଛନ୍ତି ଖାଡ଼ଗେ। ତ୍ରିପୁରାରେ ଏକ ସାଧାରଣ ସଭାରେ ଭାଷଣ ବେଳେ ୨୦୨୪ ଜାନୁଆରୀ ୧ ସୁଦ୍ଧା ରାମ ମନ୍ଦିର କାମ ସରିବା ନେଇ ଶାହ  ଘୋଷଣା କରିଛନ୍ତି । ସେ କହିଛନ୍ତି ଜାନୁଆରୀ ୧ ସୁଦ୍ଧା ରାମ ମନ୍ଦିର ପୂରା ପ୍ରସ୍ତୁତ ହୋଇଯିବ । ଖାଲି ସେତିକି ନୁହେଁ ରାମ ମନ୍ଦିର ନିର୍ମାଣ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଅମିତ ଶାହା । ସେ କହିଛନ୍ତି ରାମ ମନ୍ଦିର ନିର୍ମାଣ କାମରେ କଂଗ୍ରେସ ପ୍ରତିବନ୍ଧକ ସାଜୁଥିଲା ।

କୋର୍ଟଙ୍କ ସାହାଯ୍ୟ ନେଇ ରାମ ମନ୍ଦିର କାମକୁ ଅଟକାଇ ରଖିଥିଲା କଂଗ୍ରେସ । ହେଲେ ଯେବେଠାରୁ ରାମ ମନ୍ଦିର ନିର୍ମାଣ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ସେବେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ କାମରେ ଲାଗି ପଡ଼ିଛନ୍ତି । ଏବେ ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଯାହା ହୋଇଗଲେ ବି ଆଗାମୀ ଜାନୁଆରୀ ପହିଲା ସୁଦ୍ଧା ରାମ ମନ୍ଦିର କାମ ଶେଷ ହେବ । ଅର୍ଥାତ୍‌ ଆଗାମୀ ବର୍ଷକ ମଧ୍ୟରେ ସରିବ ରାମ ମନ୍ଦିର କାମ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe