Advertisment

୩୦ଟି ଜିଏସ୍‌ଟି ପରିଷଦ ବୈଠକରେ ହୋଇଛି ୯୧୮ ନିଷ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ ଗଠନ ହୋଇଛି ଜିଏସ୍‌ଟି ପରିଷଦ। ଗତ ୨ ବର୍ଷରେ ବସି ସାରିଲାଣି ୩୦ଟି ପରିଷଦ ବୈଠକ। ଏହିସବୁ ବୈଠକରେ ବହୁ ଛୋଟ ବଡ଼ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ନିଷ୍ପତ୍ତିରେ ପରିବର୍ତ୍ତନ ଅଣାଯାଇଛି। ଏକ ହିସାବ ଅନୁସାରେ ଏହି ସମୟରେ ପ୍ରାୟ ୯୧୮ଟି  ନିଷ୍ପତ୍ତି ନିଆଯାଇଛି। କେଉଁ ଜିନିଷ ଉପରେ କେତେ ଟିକସ ବସିବ, କେଉଁଥିରେ ଟିକସ ବୃଦ୍ଧି ହେବ ଏବଂ କାହାକୁ […]

୩୦ଟି ଜିଏସ୍‌ଟି ପରିଷଦ ବୈଠକରେ ହୋଇଛି ୯୧୮ ନିଷ୍ପତ୍ତି

Untitled-2

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପୂର୍ବରୁ ଗଠନ ହୋଇଛି ଜିଏସ୍‌ଟି ପରିଷଦ। ଗତ ୨ ବର୍ଷରେ ବସି ସାରିଲାଣି ୩୦ଟି ପରିଷଦ ବୈଠକ। ଏହିସବୁ ବୈଠକରେ ବହୁ ଛୋଟ ବଡ଼ ଗୁରୁତ୍ୱପୂର୍ଣ୍ଣ ନୀତି ଏବଂ ନିଷ୍ପତ୍ତିରେ ପରିବର୍ତ୍ତନ ଅଣାଯାଇଛି। ଏକ ହିସାବ ଅନୁସାରେ ଏହି ସମୟରେ ପ୍ରାୟ ୯୧୮ଟି  ନିଷ୍ପତ୍ତି ନିଆଯାଇଛି। କେଉଁ ଜିନିଷ ଉପରେ କେତେ ଟିକସ ବସିବ, କେଉଁଥିରେ ଟିକସ ବୃଦ୍ଧି ହେବ ଏବଂ କାହାକୁ ଟିକସରୁ ବାଦ୍‌ ଦିଆଯିବ ଆଦି ସବୁ ନିଷ୍ପତ୍ତି ଏହି ବୈଠକରେ ନିଆଯାଇଛି।

Advertisment

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ରବିବାର ଏହା କୁହାଯାଇଛି।

ଖାଲି ସେତିକି ନୁହେଁ, ଏହି ସମୟ ମଧ୍ୟରେ ଯେଉଁ ସବୁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ସେଥିମଧ୍ୟରୁ ପ୍ରାୟ ୯୬% କାର୍ଯ୍ୟକାରୀ ହୋଇ ସାରିଛି। ସେଥିପାଇଁ ୨୯୪ଟି ବିଜ୍ଞପ୍ତି ଜାରି ହୋଇଛି। ୩୦ ଟି ପରିଷଦ ବୈଠକ ସମ୍ପର୍କରେ ୪୭୩୦ ପୃଷ୍ଠାର ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ,୨୦୧୬ ସେପ୍ଟେମ୍ବର ୧୫ରେ ଜିଏସ୍‌ଟି ପରିଷଦ ଗଠନ କରାଯାଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ, ସବୁ ରାଜ୍ୟର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଗଣ ଏହାର ସଦସ୍ୟ ରହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe