Advertisment

ସୋମବାର ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ପାଟନା: ଆସନ୍ତାକାଲି ହେଉଛି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଦାନ। ଏହି ପର୍ଯ୍ୟାୟରେ ୪୯ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଓ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ଆଇନଶୃଙ୍ଗଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ବୁଥରେ ମତଦାନ ଅପରାହ୍ଣ ୩ଟା ଓ ୪ଟାରେ ମଧ୍ୟରେ ଶେଷ କରାଯିବ। ବିହାରରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ୧୦ ଜିଲ୍ଲାର ୪୯ଟି ଆସନରେ ୫୮୩ ଜଣ ପ୍ରାର୍ଥୀଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୋମବାର ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

nitish-modi-laloo-leadpic

ପାଟନା: ଆସନ୍ତାକାଲି ହେଉଛି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଦାନ। ଏହି ପର୍ଯ୍ୟାୟରେ ୪୯ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଓ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ଆଇନଶୃଙ୍ଗଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ବୁଥରେ ମତଦାନ ଅପରାହ୍ଣ ୩ଟା ଓ ୪ଟାରେ ମଧ୍ୟରେ ଶେଷ କରାଯିବ।

Advertisment

ବିହାରରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ୧୦ ଜିଲ୍ଲାର ୪୯ଟି ଆସନରେ ୫୮୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧,୩୫,୭୨,୩୩୯ ଜଣ ଭୋଟର। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ନିର୍ବାଚନ ଅଧିକାରୀ ଆର.ଲକ୍ଷ୍ମଣନ୍।

ବିହାରରେ ବହୁ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନାପୂର୍ଣ୍ଣ ଥିବାରୁ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି। ଅପ୍ରତୀକର ପରିସ୍ଥିତିକୁ ଏଡେଇବାକୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Advertisment