Advertisment

ଆଇଏଏସ୍‌ ଅଫିସର ହେବେ ବସ୍‌ କଣ୍ଡକ୍ଟର!

ନୂଆଦିଲ୍ଲୀ: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ପରିଶ୍ରମର ଫଳ କେବେ ବୃଥାରେ ଯାଏନି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ବେଙ୍ଗଲୁରୁର ଜଣେ ବସ୍‌ କଣ୍ଡକ୍ଟର ମଧୁ ଏନ୍‌ସି। ବସ୍‌ରେ ଟିକେଟ୍‌ କାଟି ପଇସା ରୋଜଗାର କରୁଥିବା ମଧୁ ୟୁପିଏସସି ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ୨୯ ବର୍ଷୀୟ ମଧୁ ଏନ୍‌ସି ବିଏମ୍‌ଟିସିରେ ଜଣେ ବସ୍‌ କଣ୍ଡକ୍ଟର ଭାବେ କାମ କରନ୍ତି। ସେ ୟୁପିଏସ୍‌ସି ମେନ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଚଳିତ ମାସରେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଆଇଏଏସ୍‌ ଅଫିସର ହେବେ ବସ୍‌ କଣ୍ଡକ୍ଟର!

m

ନୂଆଦିଲ୍ଲୀ: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ପରିଶ୍ରମର ଫଳ କେବେ ବୃଥାରେ ଯାଏନି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ବେଙ୍ଗଲୁରୁର ଜଣେ ବସ୍‌ କଣ୍ଡକ୍ଟର ମଧୁ ଏନ୍‌ସି। ବସ୍‌ରେ ଟିକେଟ୍‌ କାଟି ପଇସା ରୋଜଗାର କରୁଥିବା ମଧୁ ୟୁପିଏସସି ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

Advertisment

୨୯ ବର୍ଷୀୟ ମଧୁ ଏନ୍‌ସି ବିଏମ୍‌ଟିସିରେ ଜଣେ ବସ୍‌ କଣ୍ଡକ୍ଟର ଭାବେ କାମ କରନ୍ତି। ସେ ୟୁପିଏସ୍‌ସି ମେନ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଚଳିତ ମାସରେ ପରୀକ୍ଷା ଫଳ ବାହାରିଥିବା ବେଳେ ମାର୍ଚ୍ଚ ୨୫ ତାରିଖରେ ତାଙ୍କର ଇଣ୍ଟରଭ୍ୟୁ ରହିଛି। ଭଗବାନଙ୍କ ଆଶୀର୍ବାଦ ସହିତ ତାଙ୍କର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ସେ  କହିଛନ୍ତି।

ମଧୁଙ୍କ ପରିବାର କହିଲେ ତାଙ୍କ ଭାଇ, ଭାଉଜ ଓ ମା’ ବାପା। ମଧୁ ତାଙ୍କ ପରିବାରର ଏକମାତ୍ର ସଦସ୍ୟ, ଯିଏକି ପାଠ ପଢ଼ିଛନ୍ତି। ଗତବର୍ଷ ମଧୁ ପ୍ରିଲିମ୍ ପରୀକ୍ଷାର ସଫଳ ହେବା ପରେ ମେନ୍ ପରୀକ୍ଷା ପାଇଁ ମନଦେଇ ପଢ଼ିଥିଲେ ଏବଂ ଆଜି ସେ ଏହି ପରୀକ୍ଷାରେ ସଫଳ ହୋଇଛନ୍ତି।

Advertisment

ମଧୁ ୧୯ ବର୍ଷ ବୟସରୁ କଣ୍ଡକ୍ଟର କାମ ଆରମ୍ଭ କରିଥିଲେ। ସେ ରାଜନୀତି ବିଜ୍ଞାନରେ ଏମଏ ଡିଗ୍ରି ହାସଲ କରିଛନ୍ତି । ମଧୁଙ୍କ ମା’ଙ୍କୁ ୟୁପିଏସସି କ’ଣ ବୋଲି ଜଣା ନଥିବା ବେଳେ ସେ ପୁଅର ଏଭଳି ସଫଳତାରେ ବହୁତ ଖୁସି ଥିବା କହିଛନ୍ତି।