ଭୁବନେଶ୍ୱର: ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଆଜି ପ୍ରକାଶ ପାଇବ ରାୟ

ଭୁବନେଶ୍ୱର: ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇବ। ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-ଟୁରେ ଏହି ରାୟ ପ୍ରକାଶ ପାଇବ। ମାମଲାରେ ଗ୍ୟାଙ୍ଗଷ୍ଟର ହାଇଦର ସମେତ ୧୦ଜଣ ଅଭିଯୁକ୍ତ ଅଛନ୍ତି। ମୋଟ୍ ୪୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଘଟଣାର ୮ବର୍ଷ ପରେ ଆଜି ଏହି ରାୟ ଆସୁଛି। ୨୦୦୭ ମସିହା ମେ’ ୨୭ ତାରିଖରେ ଏହି ଘଟଣା ଘଟିଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ର ଭୁବନେଶ୍ୱର […]

murder

murder

Rakesh Mallick
  • Published: Saturday, 17 October 2015
  • Updated: 17 October 2015, 11:43 AM IST

Sports

Latest News

ଭୁବନେଶ୍ୱର: ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇବ। ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-ଟୁରେ ଏହି ରାୟ ପ୍ରକାଶ ପାଇବ। ମାମଲାରେ ଗ୍ୟାଙ୍ଗଷ୍ଟର ହାଇଦର ସମେତ ୧୦ଜଣ ଅଭିଯୁକ୍ତ ଅଛନ୍ତି। ମୋଟ୍ ୪୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଘଟଣାର ୮ବର୍ଷ ପରେ ଆଜି ଏହି ରାୟ ଆସୁଛି। ୨୦୦୭ ମସିହା ମେ’ ୨୭ ତାରିଖରେ ଏହି ଘଟଣା ଘଟିଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଏହା ପରେ ତାଙ୍କୁ ମୁଣ୍ଡଜାମିନ ରଖି ଅପହର୍ତ୍ତାମାନେ ରଶ୍ମୀରଞ୍ଜନଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ରଶ୍ମୀଙ୍କ ପରିବାର ଲୋକେ ପ୍ରାୟ ୧କୋଟି ଟଙ୍କା ଦେଇଥିବା ସୂଚନା ରହିଛି। ତେବେ ପରେ ରଶ୍ମୀରଞ୍ଜନଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମୀଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos