Advertisment

ଭୁବନେଶ୍ୱରରେ ବନ୍ଦ ଘରୁ ୪ବର୍ଷର ଶିଶୁ ଉଦ୍ଧାର ଘଟଣା: ଥାନାରେ ଅଭିଯୋଗ ଦାଖଲ କଲା ସିଡବ୍ଲୁସି

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା କଳାରାହାଙ୍ଗ ଅଞ୍ଚଳରେ ଏକ ବନ୍ଦ ଘରୁ ୪ବର୍ଷର ଶିଶୁ ଉଦ୍ଧାର ଘଟଣାରେ ଆଜି ମଞ୍ଚେଶ୍ୱର ଥାନାରେ ସିଡବ୍ଲୁସି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଶିଶୁ ପ୍ରତି  ଯତ୍ନ ଓ ସୁରକ୍ଷାରେ ଅବହେଳା ହୋଇଥିବା ଅଭିଯୋଗରେ ଦାଖଲ କରାଯାଇଛି।  ଏପଟେ ଶିଶୁର ମା’ ଓ ପରିବାର ଲୋକଙ୍କୁ ଆଜି ଚାଇଲ୍ଡ ଲାଇନ୍ ଡାକିପାରନ୍ତି। ୬ ମାସ ଧରି ଶିଶୁଟିର ମା’ ତାକୁ ଗୋଟେ ଘରେ ବନ୍ଦ କରି ବାହାର ପଟୁ ତାଲା ପକାଇ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବନ୍ଦ ଘରୁ ୪ ବର୍ଷର ଶିଶୁ କନ୍ୟା ଉଦ୍ଧାର ଘଟଣା:  ଶିଶୁଟିକୁ ଜେଜେବାପା, ଜେଜେମା’ଙ୍କୁ ହସ୍ତାନ୍ତର

CHILD resued at mancheswar

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା କଳାରାହାଙ୍ଗ ଅଞ୍ଚଳରେ ଏକ ବନ୍ଦ ଘରୁ ୪ବର୍ଷର ଶିଶୁ ଉଦ୍ଧାର ଘଟଣାରେ ଆଜି ମଞ୍ଚେଶ୍ୱର ଥାନାରେ ସିଡବ୍ଲୁସି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଶିଶୁ ପ୍ରତି  ଯତ୍ନ ଓ ସୁରକ୍ଷାରେ ଅବହେଳା ହୋଇଥିବା ଅଭିଯୋଗରେ ଦାଖଲ କରାଯାଇଛି।

Advertisment

 ଏପଟେ ଶିଶୁର ମା’ ଓ ପରିବାର ଲୋକଙ୍କୁ ଆଜି ଚାଇଲ୍ଡ ଲାଇନ୍ ଡାକିପାରନ୍ତି। ୬ ମାସ ଧରି ଶିଶୁଟିର ମା’ ତାକୁ ଗୋଟେ ଘରେ ବନ୍ଦ କରି ବାହାର ପଟୁ ତାଲା ପକାଇ ପଳାଉଥିବା ଅଭିଯୋଗ ହୋଇଥିଲା। ଖବର ପାଇ ରୁଚିକା ଚାଇଲ୍ଡ ଲାଇନ୍ ଓ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଡିଏମଙ୍କ ପରାମର୍ଶ ନେଇ ଶିଶୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।

ଏବେ  ଶିଶୁକନ୍ୟାକୁ ଚାଇଲ୍ଡ ଲାଇନରେ ରଖାଯାଇଛି। ଶିଶୁକନ୍ୟାକୁ ଘରେ ତାଲା ପକାଇ କାମକୁ ଯାଉଥିବା ସଂପୃକ୍ତ ମହିଳାଙ୍କୁ ଚାଇଲ୍ଡ ଲାଇନ ତରଫରୁ ଯୋଗାଯୋଗ କରାଯାଇଥିଲା। ତେବେ ସେ ଯାଇପାରିବେ ନାହିଁ ବୋଲି ଫୋନ୍ ଯୋଗେ କହିଥିଲେ। ମହିଳା ଜଣଙ୍କ ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ମହିଳା ଜଣଙ୍କ ତାଙ୍କ ଘରେ ବର୍ଷେ ହେବ ଭଡ଼ାର ରହୁଥିବା ମାଲିକ କହିଛନ୍ତି। ୬ମାସ ହେବ ସେ ଶିଶୁଟିକୁ ଏକୁଟିଆ ଏମିତି ବନ୍ଦ କରି କାମକୁ ଯାଉଥିବା ସେ ସୂଚନା ଦେଇଛନ୍ତି।

Advertisment