Advertisment

ବିଧାନସଭାରେ ନବ ଦାସ ଅଶ୍ଳୀଳ ଭିଡିଓ ଦେଖିବା ମାମଲା: ଖୁବଶୀଘ୍ର ତଦନ୍ତ ଆରମ୍ଭ କରିବ ସଦାଚାର କମିଟି

ଭୁବନେଶ୍ୱର: ବିଧାୟକ ନବ ଦାସ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାର ଖୁବଶୀଘ୍ର ତଦନ୍ତ ଆରମ୍ଭ କରିବ ବିଧାନସଭାର ସଦାଚାର କମିଟି।୨୮ ଜଣିଆ ଏହି କମିଟିରେ ବିଜେଡିର ୨୩ ଜଣ, କଂଗ୍ରେସର ୪ ଓ ବିଜେପିର ଜଣେ ବିଧାୟକ ସଦସ୍ୟ ଅଛନ୍ତି। କମିଟି ଖୁବଶୀଘ୍ର ନବ ଦାସଙ୍କୁ ଡାକି ଏ ସଂପର୍କରେ ପଚରାଉଚରା କରିବ। କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ଏ ସଂପର୍କରେ ଗଣମାଧ୍ୟମରେ ଯେଉଁ ଭିଡିଓ କ୍ଲିପିଂ ପ୍ରସାରିତ ହୋଇଛି ତା’ର ଅନୁଧ୍ୟାନ କରାଯିବ। ତା’ସହ ସିସିଟିଭି […]

author-image
Rakesh Mallick
ଅଦ୍ୟତନ ହୋଇଛି
ବିଧାନସଭାରେ ନବ ଦାସ ଅଶ୍ଳୀଳ ଭିଡିଓ ଦେଖିବା ମାମଲା: ଖୁବଶୀଘ୍ର ତଦନ୍ତ ଆରମ୍ଭ କରିବ ସଦାଚାର କମିଟି

naba dash

ଭୁବନେଶ୍ୱର: ବିଧାୟକ ନବ ଦାସ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାର ଖୁବଶୀଘ୍ର ତଦନ୍ତ ଆରମ୍ଭ କରିବ ବିଧାନସଭାର ସଦାଚାର କମିଟି।୨୮ ଜଣିଆ ଏହି କମିଟିରେ ବିଜେଡିର ୨୩ ଜଣ, କଂଗ୍ରେସର ୪ ଓ ବିଜେପିର ଜଣେ ବିଧାୟକ ସଦସ୍ୟ ଅଛନ୍ତି। କମିଟି ଖୁବଶୀଘ୍ର ନବ ଦାସଙ୍କୁ ଡାକି ଏ ସଂପର୍କରେ ପଚରାଉଚରା କରିବ। କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ଏ ସଂପର୍କରେ ଗଣମାଧ୍ୟମରେ ଯେଉଁ ଭିଡିଓ କ୍ଲିପିଂ ପ୍ରସାରିତ ହୋଇଛି ତା’ର ଅନୁଧ୍ୟାନ କରାଯିବ। ତା’ସହ ସିସିଟିଭି ଫୁଟେଜ୍ ଯାଞ୍ଚ ହେବ। ନବଙ୍କ ପାଖରେ ଯେଉଁ ବିଧାୟକମାନେ ବସିଥିଲେ ସେମାନଙ୍କୁ ବି ପଚରାଯିବ। ନବଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି ଓ ଗଣମାଧ୍ୟମରେ ନିଜେ ନବ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତା’ର ମଧ୍ୟ ଅନୁଧ୍ୟାନ କରାଯିବ। ତା’ସହ ନବଙ୍କୁ ପକ୍ଷ ରଖିବା ପାଇଁ ପୂରା ସୁଯୋଗ ଦିଆଯିବ।

Advertisment

ସଦାଚାର କମିଟି ସଦସ୍ୟ ଶଶିଭୂଷଣ ବେହେରା କହିଛନ୍ତି ଯେ ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯିବ। ଅଭିଯୋଗ ଆସିଥିବା ବ୍ୟକ୍ତିଙ୍କଠାରୁ ସ୍ପଷ୍ଟୀକରଣ ମଗାଯିବ। ଏହି ଭିଡିଓ ଉଠାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା ପାଇଁ ଆମନ୍ତ୍ରଣ କରାଯାଇପାରେ।

ସଦାଚାର କମିଟିରେ ଥିବା କଂଗ୍ରେସ୍ ସଦସ୍ୟ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି। ତେବେ ଯେଉଁଭଳି ଭାବେ ତଦନ୍ତ ପୂର୍ବରୁ ନବଙ୍କୁ ସସପେଣ୍ଡ କରାଗଲା ସେଥିରେ ବିରୋଧୀ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତା’ଛଡ଼ା ଗୃହ ଭିତରେ ଅନେକ ସଦସ୍ୟ ମୋବାଇଲ୍ ବ୍ୟବହାର କରୁଥିବା ଗଣମାଧ୍ୟମରେ ପ୍ରସାରିତ ହୋଇଛି। ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ କଂଗ୍ରେସ ଦାବି କରିଛି।

Advertisment

ସଦାଚାର କମିଟି ସଦସ୍ୟ ତଥା କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତି, ସଦାଚାର କମିଟି ରିପୋର୍ଟ ଦେଲା ପରେ ବିଧାୟକ ନବ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ଭଲ ହୋଇଥାଆନ୍ତା। ତେବେ ବିଧାନସଭାରେ କେବଳ ନବ ଦାସ ମୋବାଇଲ୍ ଦେଖୁ ନ ଥିଲେ। ଅନ୍ୟମାନେ ବି ମୋବାଇଲ୍ ଦେଖୁଥିଲେ। ତେଣୁ ଏ ନେଇ ବି ପଦକ୍ଷେପ ଗ୍ରହଣ କରାଯାଉ।

ଅନ୍ୟପକ୍ଷରେ ନବ ଦାସଙ୍କୁ ୭ ଦିନ ପାଇଁ ସସପେଣ୍ଡ କରାଯିବାର ଦିନକ ପରେ ବିଧାନସଭା ବନ୍ଦ ହୋଇଯାଇଥିଲା। ତେଣୁ ପରବର୍ତ୍ତୀ ଅଧିବେଶନରେ ନବଙ୍କୁ ଆଉ ୫ ଦିନ ନିଲମ୍ୱନରେ ରହିବାକୁ ପଡ଼ିବ ନା କ’ଣ ହେବ ଏବେ ତା ଉପରେ ନଜର। ବିଧାନସଭା ସେକ୍ରେଟାରିଏଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏ ସଂପର୍କରେ ପାର୍ଲାମେଣ୍ଟ ପ୍ରୋସିଡିଂ ଅନୁଧ୍ୟାନ କରାଯିବ ଓ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ।

ପୂର୍ବତନ ବାଚସ୍ପତି ଶରତ କର କହିଛନ୍ତି ଯେ ଏନେଇ ନିଷ୍ପତ୍ତି ନେବାର ଅଧିକାର ବାଚସ୍ପତିଙ୍କ ରହିଛି। ସେ ଚାହିଁଲେ ଏହି ଦଣ୍ଡକୁ କମାଇ ପାରିବେ ଓ ବଢ଼ାଇ ପାରିବେ। ବିଧାନସଭାର ଆଗାମୀ ଅଧିବେଶନର ପ୍ରଥମ ୫ ଦିନ ଗୃହକୁ ନଆସିବାକୁ ବି ବାଚସ୍ପତି ତାଙ୍କୁ (ବିଧାୟକ ନବ ଦାସ)ଙ୍କୁ କହି ପାରିବେ। ଆସିବା ପାଇଁ ବି ସେ କହିପାରନ୍ତି।