/odisha-reporter/media/post_attachments/uploads/2020/01/jnu-3.jpg)
jnu
ମୁମ୍ବାଇ: ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ରେ ମୁଖା ପିନ୍ଧି କିଛି ଦୁର୍ବୃତ୍ତ ପଶି ଆସି ମାର୍ପିଟ୍ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନରେ ଏଭଳି ହିଂସା କାଣ୍ଡକୁ ବିରୋଧ କରାଯାଉଛି। ମୁମ୍ବାଇରେ ମଧ୍ୟ ଗେଟ୍ ୱେ ଅଫ୍ ଇଣ୍ଡିଆ ସମ୍ମୁଖରେ ଏହା ବିରୋଧରେ ଅନେକ ଲୋକ ପ୍ରଦର୍ଶନ କରିଥିଲେ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଏହି ଘଟଣା ନେଇ ମୁମ୍ବାଇରେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଏହି ହିଂସା କାଣ୍ଡ ବିରୋଧରେ ଅନୁରାଗ କଶ୍ୟପ, ବିଶାଲ ଭରଦ୍ୱାଜ, ଦିୟା ମିର୍ଜା, ତାପସୀ ପନ୍ନୁ, ଅନୁଭନ ସିହ୍ନା, ରିଚା ଚଡ୍ଡା, ରାହୁଲ ବୋଷ, ଜୋୟା ଅଖତର୍, ଗୋହର ଖାନ୍, ରିମା କାଗ୍ତି, ଅଲ୍ଲି ଫଜଲଙ୍କ ପରି ଅନେକ ସେଲେବ୍ରିଟି ମୁମ୍ବାଇର କାର୍ଟର ରୋଡ଼ କ୍ଷେତ୍ରରେ ବିରୋଧପ୍ରଦର୍ଶନ କରିଥିଲେ। ତେବେ ଅନୁରାଗ କଶ୍ୟପ ସୁଧିର ମିଶ୍ର, ବିଶାଲ୍ ଭରଦ୍ୱାଜ, ଜୋୟା ଅଖତର୍, ଦିୟା ମିର୍ଜାଙ୍କ ସହ ମିଶି ଏହି ପ୍ରଦର୍ଶନ ପାଇଁ ମୁମ୍ବାଇ ପୁଲିସ୍ଠୁ ଅନୁମତି ଆଣିଥିଲେ।
https://twitter.com/MumbaiMirror/status/1214200293048508418
ଏହି ସେଲିବ୍ରିଟିମାନେ କେବଳ ଜେଏନ୍ୟୁ ହିଂସା କାଣ୍ଡ ପାଇଁ ନୁହେଁ ବରଂ ଅଲ୍ଲୀଗଡ଼ ମୁସଲିମ୍ ୟୁନିଭର୍ସିଟି, ଜାମିଆ ମିଲିଆ ଇସଲାମିଆ ଓ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟର ସମର୍ଥନରେ ଏହି ପ୍ରତିବାଦ କରିଥିଲେ। ଏହି ପ୍ରୋଟେଷ୍ଟରେ ପ୍ରାୟ ୧୫୦ କଳାକାର ସାମିଲ୍ ଥିଲେ। ଏଥିରେ ଅନେକ ଷ୍ଟାର ନିଜର ପ୍ରିତିକ୍ରିୟା ଦେଇଥିଲେ ଓ ବିଭିନ୍ନ ପ୍ଲାକାର୍ଡ଼ ଜରିଆରେ ନିଜର ମନ୍ତବ୍ୟ ସାମ୍ନାରେ ରଖିଥିଲେ। ସଙ୍ଗୀତ ଓ କବିତାରେ ଏହି ପ୍ରଦର୍ଶନ ଶେଷ ହୋଇଥିଲା। ତେବେ କେବଳ ପ୍ରଦର୍ଶନ କରି ନୁହେଁ ଟ୍ୱିଟର୍ ଓ ଗଣମାଧ୍ୟମ ସାମ୍ନାରେ ମଧ୍ୟ ବରୁଣ ଧୱନ୍, ଆଲିଆ ଭଟ୍ଟ, ସୋନମ କପୁର ଓ ଅନିଲ୍ କପୁରଙ୍କ ଭଳି କଳାକାକର ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି।
ବିରେଧ ପ୍ରଦର୍ଶନରେ ସେଲେବ୍ରିଟିମାନେ ଦାବି କରିଥିଲେ ଯେ ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ହିଂସା କାଣ୍ଡ ଭିଆଉଥିବା ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଗିରଫ କରାଯାଉ ଓ ସେମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯାଉ। ତେବେ ଏମାନଙ୍କ ଭିତରେ ଏମିତି ଅନେକ ସେଲେବ୍ରିଟି ଅଛନ୍ତି ଯେଉଁମାନେ ନାଗରିରକତା ସଂଶୋଧନ ଆଇନ୍(ସିଏଏ) ଓ ଏନଆରସି ବିରୋଧରେ ଆନ୍ଦୋଳନ କରିଥିଲେ ବିଶେଷ କରି ଅନୁରାଗ କଶ୍ୟପ ଓ ଅନୁଭବ ସିହ୍ନାଙ୍କୁ ଅନେକ ମାମଲାରେ ମୋଦି ସରକାରଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି।
https://www.instagram.com/p/B6_GIPInSo4/?utm_source=ig_web_copy_link
ରବିବାର ମୁଖାପିନ୍ଧା ପୁରୁଷ ଓ ମହିଳା ଦୁର୍ବୃତ୍ତ ଜେଏନୟୁରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଛନ୍ତି। ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଯୋଗୁ ଜେଏନୟୁ କର୍ତ୍ତୃପକ୍ଷ ପୁଲିସକୁ ଡାକିଥିଲେ ଓ ପୁଲିସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଥିଲା। ଏହି ଆକ୍ରମଣରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶି ଘୋଷଙ୍କ ସମେତ ୩୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଥିଲେ। ଏହି ଆକ୍ରମଣ ପୂର୍ବରୁ ସକାଳେ ବାମପନ୍ଥୀ ଓ ଏବିଭିପି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ବିବାଦ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
