Advertisment

ଦାଦନ ଶ୍ରମିକଙ୍କ କରୁଣ କାହାଣୀ: ବନ୍ଧକ ବେଳେ ଆଖି ବୁଜିଲେ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ ):  ଦାଦନ ଚାଲାଣ ପାଇଁ ଅପଖ୍ୟାତି ଅର୍ଜନ କରିଥିବା ବଲାଙ୍ଗିର ଜିଲ୍ଲା ସହ ଯୋଡ଼ି ହୋଇଯାଇଛି କଳଙ୍କର ଆଉ ଏକ ଫର୍ଦ୍ଦ। ମଣିଷ ଚାଲାଣ ବେପାର ବେଳେ ଆଖି ବୁଜିଲେ ବନ୍ଧକ ଥିବା ଜଣେ ଶ୍ରମିକ।  ଏପରି କରୁଣ କାହାଣୀ ଏଠାରେ ଶ୍ରମିକ ଚାଲାଣ ଉପରେ ରୋକ ଲଗାଇବାକୁ ପ୍ରଶାସନର ଆନ୍ତରିକତା ଉପରେ  ପ୍ରଶ୍ନ ଉଠାଇଛି। ଏପରିକି ଶ୍ରମିକଙ୍କ ମୃତ୍ୟୁ ପରେ ଅନ୍ଧାର ରାତିରେ ଘଟଣାର ରଫାଦଫା ପାଇଁ ଉଦ୍ୟମ ଚାଲିଥିଲା। ହେଲେ […]

ଅଦ୍ୟତନ ହୋଇଛି
ଦାଦନ ଶ୍ରମିକଙ୍କ କରୁଣ କାହାଣୀ: ବନ୍ଧକ ବେଳେ ଆଖି ବୁଜିଲେ

bolangiri02-1

Advertisment

ବଲାଙ୍ଗିର (ମନୋରଞ୍ଜନ ଯୋଶୀ ):  ଦାଦନ ଚାଲାଣ ପାଇଁ ଅପଖ୍ୟାତି ଅର୍ଜନ କରିଥିବା ବଲାଙ୍ଗିର ଜିଲ୍ଲା ସହ ଯୋଡ଼ି ହୋଇଯାଇଛି କଳଙ୍କର ଆଉ ଏକ ଫର୍ଦ୍ଦ। ମଣିଷ ଚାଲାଣ ବେପାର ବେଳେ ଆଖି ବୁଜିଲେ ବନ୍ଧକ ଥିବା ଜଣେ ଶ୍ରମିକ।  ଏପରି କରୁଣ କାହାଣୀ ଏଠାରେ ଶ୍ରମିକ ଚାଲାଣ ଉପରେ ରୋକ ଲଗାଇବାକୁ ପ୍ରଶାସନର ଆନ୍ତରିକତା ଉପରେ  ପ୍ରଶ୍ନ ଉଠାଇଛି।

Advertisment

ଏପରିକି ଶ୍ରମିକଙ୍କ ମୃତ୍ୟୁ ପରେ ଅନ୍ଧାର ରାତିରେ ଘଟଣାର ରଫାଦଫା ପାଇଁ ଉଦ୍ୟମ ଚାଲିଥିଲା। ହେଲେ ଗଣମାଧ୍ୟମ ପ୍ରତିନିଧି  ଘଟଣା ସ୍ଥଳରେ ପହଞ୍ଚିବା ପରେ ମଣିଷ ଚାଲାଣର ଏ କରୁଣ କାହାଣୀର ପର୍ଦ୍ଦାଫାସ୍  ହୋଇଛି । ମୃତ ଶ୍ରମିକଙ୍କ ନାଁ କେନାଲୁ ମଲ୍ଲିକ । ତାଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରେ ବୋଲି ଜଣାଯାଇଛି।

ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର କ୍ଷମାନିଧି ନାମକ ସର୍ଦ୍ଦାର ବରଗଡ଼ ବରପାଲି ଅଞ୍ଚଳର କିଛି ଶ୍ରମିକଙ୍କୁ ଆଣି ସିନ୍‌ଗମନ ଗାଁରେ ବନ୍ଧକ ରଖିଥିଲା । ସୁବିଧା ସୁଯୋଗ ଦେଖି ସହଯୋଗୀ ସର୍ଦ୍ଦାର ଲକ୍ଷିନ୍ଦ୍ର କୁମ୍ଭାର ସେମାନଙ୍କୁ ବାହାରକୁ ଚାଲାଣ କରିଥାନ୍ତା । ତେବେ ଖାଇବା ପିଇବା ଅଭାବରୁ ବନ୍ଧକ ଶ୍ରମିକଙ୍କ ମଧ୍ୟରୁ କେନାଲୁ ଅସୁସ୍ଥ ହୋଇପଡିଥିଲେ । ଏହାସତ୍ତ୍ୱେ ସହଯୋଗୀ ସର୍ଦ୍ଦାର ତାଙ୍କୁ ମେଡିକାଲ ନନେଇ ସେଠାରେ ବନ୍ଧକ ରଖିଥିଲା । ଫଳରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବି ମୃତଦେହକୁ ମେଡିକାଲ ନନେଇ ମାମଲାର ରଫାଦଫା ପାଇଁ ସେ ଯୋଜନା ଚଲାଇଥିଲା।

Advertisment

ଏଥିନିମନ୍ତେ ଗ୍ରାମରକ୍ଷୀଙ୍କୁ ହାତ କରି ମୃତଦେହକୁ ଗାଁକୁ ପଠାଇବା ପାଇଁ ଯୋଜନା କରିଥିଲା । ରାତି ଅଧରେ ଲୁଚାଛପାରେ ଏ କାମ ଚାଲିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ କ୍ୟାମେରାରେ କଏଦ୍ ହୋଇଯାଇଥିଲା ପୁରା ଘଟଣା।

ସେପଟେ ବେଆଇନ ଦାଦନ ଚାଲଣକୁ ସହଯୋଗୀ ସର୍ଦ୍ଦାର ଖଣ୍ଡନ କରିଛନ୍ତି। ପରିବାର ଲୋକଙ୍କ ସହମତିରେ ମୃତଦେହକୁ ପଠାଯାଇଥିବା ଗ୍ରାମରକ୍ଷୀ କହିଥିବାବେଳେ ଆହୁରି ୪ରୁ ୫ଜଣ ଶ୍ରମିକ ବନ୍ଧକ ଥିବା ସହଯୋଗୀ ସର୍ଦ୍ଦାର କହିଛନ୍ତି ।  ଘଟଣା ସଂପର୍କରେ ଜାଣିବା ପରେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe