ପୁଣି ଅଘଟଣ: ୪୦୦ ଫୁଟ୍ କୂଅରେ ଖସିପଡ଼ିଲା ୮ ବର୍ଷର ବାଳକ

ଭୋପାଳ: ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ଛୋଟ ପିଲା। ପ୍ରାୟ ୪୦୦  ଫୁଟ ଗଭୀର ବୋରେଓ୍ୱଲରେ ଖସି ପଡ଼ିଛି ୮ ବର୍ଷ ବୟସର ବାଳକ । ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା  । ଏହି ଘଟଣା ଗତକାଲି ଅପରାହ୍ନରୁ ହୋଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋରେୱେରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି।  ଘଟଣାସ୍ଥଳରେ ଭୋପାଳ […]

790

  • Published: Wednesday, 07 December 2022
  • , Updated: 07 December 2022, 08:10 AM IST

ଭୋପାଳ: ପୁଣି ଗଭୀର ବୋରେୱେଲ ଭିତରେ ଖସିପଡ଼ିଛି ଏକ ଛୋଟ ପିଲା। ପ୍ରାୟ ୪୦୦  ଫୁଟ ଗଭୀର ବୋରେଓ୍ୱଲରେ ଖସି ପଡ଼ିଛି ୮ ବର୍ଷ ବୟସର ବାଳକ । ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା  । ଏହି ଘଟଣା ଗତକାଲି ଅପରାହ୍ନରୁ ହୋଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋରେୱେରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି।  ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା SDRF ଟିମ୍ ଉଦ୍ଧାର କାଯର୍ୟରେ ଲାଗି ପଡିଛନ୍ତି।  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଉଦ୍ଧାର କାର୍ଯ୍ୟର ଲଗାତର ଭାବେ ଅନୁଧ୍ୟାନ କରୁଛନ୍ତି ।  ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ମାଣ୍ଡଭି ଗାଁର ୮ ବର୍ଷର ବାଳକ ତନ୍ମୟ ସାହୁ କ୍ଷେତରେ ଖେଳୁଥିଲା ।

ତେବେ କିଛି ଦିନ ତଳେ ସେହି କ୍ଷେତରେ ଖୋଳାଯାଇଥିବା ବୋରେୱେଲ ଭିତରେ ଅଚାନକ ଖସିପଡିଥିଲା ତନ୍ମୟ ।  ତନ୍ମୟ ବୋରେୱେଲରେ ଖସିପଡିଥିବା ଜଣାପଡିବା ପରେ ଆରମ୍ଭ ହୋଇଛି ଅପରେସନ୍। ବୋରେୱେଲ ସହ ସମାନ୍ତରାଳ ଭାବେ ଦୁଇଟି ଗାତ ଖୋଳାଚାଲିଛ॥  ବୋଲଡୋଜର, ଜେସିବି ସହାୟତାରେ ଗାତ ଖୋଳାଚାଲିଛି।  ଗାତଖୋଳାରେ ସହାୟତା କରୁଛନ୍ତି ବିଭିନ୍ନ ବୈଷୟିକ ଟିମ୍ । ସ୍ଥାନୀୟ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି।  ଏହା ପୂର୍ବରୁ ଏମିତି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା ଛତିଶଗଡରେ । ଜାଞ୍ଜିଗିର ଚମ୍ପା ଜିଲ୍ଲାରେ ରାହୁଲ ନାମକ ଏକ ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ଖସିପଡିଥିଲା । ୮୦ ଫୁଟ ଗଭୀର ବୋରୱେଲ ଭିତରେ  ଦୀର୍ଘ ଶହେ ଘଣ୍ଟାରୁ ଅଧିକ ସମୟ ପରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ରାହୁଲ।

Related story