/odisha-reporter/media/post_attachments/uploads/2015/04/BSNL_Headquarters.jpg)
BSNLHeadquarters
ନୂଆଦିଲ୍ଲୀ: ଲ୍ୟାଣ୍ଡ୍ ଫୋନ୍ ବ୍ୟବସାୟକୁ ବ୍ୟାପକ କରିବା ପାଇଁ ବିଏସଏନଏଲ ଘୋଷଣା କରିଛି ମନଲୋଭା ସ୍କିମ୍। ଯେଉଁମାନେ ଲ୍ୟାଣ୍ଡ ଫୋନ୍ ସଂଯୋଗ ନେଇଛନ୍ତି ସେମାନେ ରାତିରେ ଅନଲିମିଟେଡ୍ କଲ୍ କରିପାରିବେ। ଆଉ ତାହା ଦେୟ ମୁକ୍ତ ରହିବ। ଅର୍ଥାତ ପଇସା କଟିବ ନାହିଁ। ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ରହିବ। ସାରା ଦେଶରେ ଆପଣ ଯେକୌଣସି ସ୍ଥାନକୁ ଫୋନ୍ କରିପାରିବେ ଓ ଯେତେ ସମୟ ଚାହିଁବେ ମାଗଣାରେ କଥା ହୋଇପାରିବେ। ଉଭୟ ଲ୍ୟାଣ୍ଡଫୋନରୁ ଲ୍ୟାଣ୍ଡଫୋନ ଓ ଲ୍ୟାଣ୍ଡଫୋନରୁ ମୋବାଇଲ ପାଇଁ ଏହି ସ୍କିମ୍ ଲାଗୁ ହେବ। ଆପଣ ମୋବାଇଲ ଫୋନକୁ କଲ୍ କଲେ ବି ପଇସା ଦେବାକୁ ପଡ଼ିବ ନାହିଁ। ମେ’ ୧ ତାରିଖରୁ ଏହି ସ୍କିମ୍ ଆରମ୍ଭ କରିବ ବିଏସଏନଏଲ।
ଲ୍ୟାଣ୍ଡଫୋନ୍ ସେବା କ୍ଷେତ୍ରରେ ଦେଶରେ ପ୍ରାଧାନ୍ୟ ବିସ୍ତାର କରି ଆସିଥିବା ବିଏସଏନଏଲକୁ ଗତ ଫେବୃଆରୀରେ ଝଟକା ଲାଗିଥିଲା। ଏହାର ଲ୍ୟାଣ୍ଡଫୋନ ଗ୍ରାହକ ସଂଖ୍ୟା କମି ଯାଇଥିଲେ। ଫେବୃଆରୀ ଶେଷ ବେଳକୁ ଏହାର ଲ୍ୟାଣ୍ଡଲାଇନ୍ ଗ୍ରାହକଙ୍କ ସଂଖ୍ୟା ୧.୬୬ କୋଟି ଥିଲା। ଅନ୍ୟପକ୍ଷରେ ବିଏସଏନଏଲର ଲ୍ୟାଣ୍ଡଫୋନ ଗ୍ରାହକ ସଂଖ୍ୟା କମିଯିବା ଫଳରେ ଏୟାରଟେଲ ଏହି ସେବା କ୍ଷେତ୍ରରେ ଶୀର୍ଷକୁ ଉଠି ଯାଇଥିଲା। ୧,୬୨,୫୫୬ ଲ୍ୟାଣ୍ଡଲାଇନ ଗ୍ରାହକଙ୍କୁ ହରାଇବା ସତ୍ତ୍ୱେ ବିଏସଏନଏଲ ବଜାରରେ ୬୨.୨୬% ଅଂଶଧନ ସହିତ ତା’ର ପତିଆରା ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
