Advertisment

ହିଂସା ଉସୁକାଉଥିବା ଚ୍ୟାନେଲମାନଙ୍କୁ ସତର୍କ ଚେତାବନୀ

ନୂଆଦିଲ୍ଲୀ: ଜାହାଙ୍ଗିରପୁରୀ ହିଂସା ଏବଂ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ବିଭ୍ରାନ୍ତରକାରୀ ଖବର ପ୍ରସାରଣ କରୁଥିବା ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଶନିବାର ଶକ୍ତ ଚେତାବନୀ ଜାରି କରିଛନ୍ତି କେନ୍ଦ୍ର ସରକାର। ନିୟମକୁ ଖିଲାପ କରି ଆପତ୍ତିଜନକ ଖବର ପ୍ରସାରଣ, ପ୍ରଦାନ, ଓ ଜଟିଳକରି ବିଷୟବସ୍ତୁ ଉପସ୍ଥାପନ ନ କରିବାକୁ ନିର୍ଦ୍ଦଶନାମା ଜାରି ହୋଇଛି। ଅନ୍ୟକୁ ଉସୁକାଇବା ଭଳି ଖବର ପ୍ରସାରଣରୁ ବିରତ ରହିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା କିଛି ଘଟଣା ଏବଂ ନ୍ୟୁଜ […]

ହିଂସା ଉସୁକାଉଥିବା ଚ୍ୟାନେଲମାନଙ୍କୁ ସତର୍କ ଚେତାବନୀ

NEWS

Advertisment

ନୂଆଦିଲ୍ଲୀ: ଜାହାଙ୍ଗିରପୁରୀ ହିଂସା ଏବଂ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ବିଭ୍ରାନ୍ତରକାରୀ ଖବର ପ୍ରସାରଣ କରୁଥିବା ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଶନିବାର ଶକ୍ତ ଚେତାବନୀ ଜାରି କରିଛନ୍ତି କେନ୍ଦ୍ର ସରକାର। ନିୟମକୁ ଖିଲାପ କରି ଆପତ୍ତିଜନକ ଖବର ପ୍ରସାରଣ, ପ୍ରଦାନ, ଓ ଜଟିଳକରି ବିଷୟବସ୍ତୁ ଉପସ୍ଥାପନ ନ କରିବାକୁ ନିର୍ଦ୍ଦଶନାମା ଜାରି ହୋଇଛି। ଅନ୍ୟକୁ ଉସୁକାଇବା ଭଳି ଖବର ପ୍ରସାରଣରୁ ବିରତ ରହିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

Advertisment

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା କିଛି ଘଟଣା ଏବଂ ନ୍ୟୁଜ ବିତର୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏଭଳି ସତର୍କ ପରାମର୍ଶ ଜାରି କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି, ନିକଟରେ ଅନେକ ସାଟେଲାଇଟ୍ ଟିଭି ଚ୍ୟାନେଲ ଅପ୍ରାମାଣିକ, ବିଭ୍ରାନ୍ତିକର, ସମ୍ବେଦନଶୀଳ, ଅଗ୍ରହଣୀୟ ଭାଷା ଓ ମନ୍ତବ୍ୟ ଥିବା କାର୍ଯ୍ୟକ୍ରମ କରିଛନ୍ତି। ଯାହା ଅରୁଚିକର। ଅନ୍ୟର ମର୍ଯ୍ୟାଦାହାନୀ କରୁଛି। ସମାଜ ନିମନ୍ତେ ଏହା ଅଶୋଭନୀୟ, ଅଶ୍ଳୀଳ, ଅପମାନଜନକ। ସାଂପ୍ରଦାୟିକତା ଭିତ୍ତିକ କାର୍ଯ୍ୟକ୍ରମ ଅନ୍ୟ ଉପରେ କୁପ୍ରଭାବ ପକାଉଛି। ଯାହା ପ୍ରୋଗ୍ରାମ କୋଡ଼୍‌ ଓ ବ୍ୟବସ୍ଥା ନିୟମ କେବୁଲ ଟେଲିଭିଜନ ନେଟଓ୍ୱାର୍କ(ରେଗୁଲେସନ) ଆକ୍ଟ ୧୯୯୫ର ସେକ୍ସନ ୨୦ ଅନ୍ତର୍ଗତ ସବ ସେକ୍ସନ(୨)କୁ ଉଲ୍ଲଂଘନ କରୁଛି।

ରୁଷ-ୟୁକ୍ରେନ ଯୁଦ୍ଧରେ ବିଦେଶୀ ଏଜେନ୍ସି ଓ ଆକ୍ଟରସଙ୍କ ସମ୍ପର୍କରେ ବିଭିନ୍ନ ମିଛ ଦାବି, ମନ୍ତବ୍ୟ, ଘୋଟୋଲା ଶୀରୋନାମା ଓ ଟ୍ୟାଗ ଲାଇନ୍ କରାଯାଉଛି। ଯାହା ନ୍ୟୁଜ୍ ସହିତ କୌଣସି ସମ୍ପର୍କ ନାହିଁ। ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ଅନେକ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର ଘଟଣାକୁ ବଢ଼େଇଚଢ଼େଇ କହୁଛନ୍ତି।

Advertisment

ସେହିପରି ଜାହାଙ୍ଗିରପୁରୀ ହିଂସା ମାମଲାରେ ଉତ୍ତେଜନା ସୃଷ୍ଟିକାରୀ ଶୀରୋନାମା, ମନଇଛା ଏହାକୁ ରଙ୍ଗ ଦେବା ଓ ହିଂସା ସମୟର ଭିଡିଓ ପ୍ରସାରିତ କରି ସମାଜରେ ଶାନ୍ତି ଓ ଶୃଙ୍ଖଳା ଭଙ୍ଗ କରାଯାଉଛି। ଯାଞ୍ଚ କରାଯାଇ ନ ଥିବା ସିସିଟିଭି ଫୁଟେଜ ଓ ଘୋଟାଲା ସମ୍ପର୍କରେ ଖବର ପ୍ରକାଶ କରାଯାଉଛି। ଯାହା ତଦନ୍ତରେ ବାଧା ଉପୁଯାଉଛି। ଏଭଳି କରୁଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସତର୍କ କରାଯାଇଛି।

ସେହିପରି କେତେକ ଟିଭି ଚ୍ୟାନେଲ ପକ୍ଷରୁ କରାଯାଉଥିବା ବିତର୍କ କାର୍ଯ୍ୟକ୍ରମରେ ସଭ୍ୟ ସମାଜ ଗ୍ରହଣ କରିପାରୁ ନଥିବା ଅବୋଧ, ଉତ୍ତେଜକ, ଅଭାଷ୍ୟ ପ୍ରୟୋଗ କରାଯାଉଛି। ସମ୍ମାନହାନି କଲାଭଳି ବାର୍ତ୍ତାଳାପ ହେଉଛି। ସାମ୍ପ୍ରଦାୟିକତାକୁ ନେଇ ଉପସ୍ଥାପିତ ହେଉଥିବା ମତାମତ ଦର୍ଶକଙ୍କ ମାନସିକତା ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହା ସମାଜରେ ଘୃଣା ସୃଷ୍ଟି କରୁଛି ଓ ଶାନ୍ତି ଭଙ୍ଗ କରିବାକୁ ଉସୁକାଉଛି। ତେଣୁ କେବୁଲ ଟେଲିଭିଜନ ନେଟଓ୍ୱାର୍କ(ରେଗୁଲେସନ) ନିୟମ ୧୯୯୫ ଉଲ୍ଲଂଘନ ନ କରି କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଚେତାବନୀ ଦିଆଯାଇଛି।

ଦେଶର ଦେଶର ସାର୍ବଭୌମତା ଓ ଅଖଣ୍ତତା ବଜାୟ ରଖିବା ସହ ଦେଶର ସୁରକ୍ଷା, ଅନ୍ୟଦେଶ ସହ ବନ୍ଧୁତା ଓ ସାବର୍ଜନୀନ ଶୃଙ୍ଖଳା ବଜାୟ ରଖି କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ସାଟେଲାଇଟ୍ ଟିଭି ଚ୍ୟାନେଲମାନଙ୍କୁ ଅନୁମତି ଦିଆଯାଇଛି। କେବୁଲ ଟେଲିଭିଜନ ନେଟଓ୍ୱାର୍କ(ରେଗୁଲେସନ) ନିୟମ ୧୯୯୫ ପାଳନ ସହିତ  ପ୍ରୋଗ୍ରାମ କୋର୍ଡ ୨୦୦୫/୨୦୧୧ ଗାଇଡଲାଇନ ଅପଲିଙ୍କିଂ/ଡାଉନଲିଙ୍କିଂ ଅନ୍ତର୍ଗତ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଅନୁମତି ଦିଆଯାଇଛି। ତେଣୁ ଏହାର ପାଳନ ହେବା ଉଚିତ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe