Advertisment

ଛାତ୍ର ସଂସଦ ନିର୍ବାଚନ: ଆସନ୍ତାକାଲି ହ୍ୱାଇ ଆଇ ଷ୍ଟାଣ୍ଡ୍ ଫର୍ ମିଟିଂ, ତା’ପର ଦିନ ଭୋଟ୍

ଭୁବନେଶ୍ୱର: ଆସନ୍ତାକାଲି ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ। ଆଉ ତା’ପର ଦିନ ଅର୍ଥାତ ବୁଧବାର ହେଉଛି ନିର୍ବାଚନ। ତେଣୁ ହାତରେ ଆଉ ମାତ୍ର ଗୋଟିଏ ଦିନ। ଏଣେ ମଝିରେ ଦୁଇଦିନ (ରବିବାର ଓ ସୋମବାର) ଛୁଟି ପଡ଼ିଥିବାରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରିଛନ୍ତି। ମାତ୍ର ସମସ୍ତଙ୍କ ପାଖରେ ପହଞ୍ଚି ହୋଇନି। ସେଥିପାଇଁ ସୋସିଆଲ୍ ମିଡିଆ ଉପରେ ଗୁରୁତ୍ୱ ଦେଇଛନ୍ତି ଛାତ୍ରଛାତ୍ରୀ। ଫେସ୍ ବୁକ୍, ହ୍ୱାଟସ୍ ଆପ୍, ଟ୍ୱିଟର ପାଲଟିଛି ପ୍ରାର୍ଥୀଙ୍କ ପ୍ରଚାରର ମୁଖ୍ୟ […]

ଅଦ୍ୟତନ ହୋଇଛି
ଅକ୍ଟୋବର ୫ରେ କଲେଜ ଛାତ୍ରସଂସଦ ନିର୍ବାଚନ

election

Advertisment

electionଭୁବନେଶ୍ୱର: ଆସନ୍ତାକାଲି ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ। ଆଉ ତା’ପର ଦିନ ଅର୍ଥାତ ବୁଧବାର ହେଉଛି ନିର୍ବାଚନ। ତେଣୁ ହାତରେ ଆଉ ମାତ୍ର ଗୋଟିଏ ଦିନ। ଏଣେ ମଝିରେ ଦୁଇଦିନ (ରବିବାର ଓ ସୋମବାର) ଛୁଟି ପଡ଼ିଥିବାରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରିଛନ୍ତି। ମାତ୍ର ସମସ୍ତଙ୍କ ପାଖରେ ପହଞ୍ଚି ହୋଇନି। ସେଥିପାଇଁ ସୋସିଆଲ୍ ମିଡିଆ ଉପରେ ଗୁରୁତ୍ୱ ଦେଇଛନ୍ତି ଛାତ୍ରଛାତ୍ରୀ। ଫେସ୍ ବୁକ୍, ହ୍ୱାଟସ୍ ଆପ୍, ଟ୍ୱିଟର ପାଲଟିଛି ପ୍ରାର୍ଥୀଙ୍କ ପ୍ରଚାରର ମୁଖ୍ୟ ଅସ୍ତ୍ର। ଭିନ୍ନ ଭିନ୍ନ ଗୋଷ୍ଠୀ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ଗ୍ରୁପ୍ କରିଛନ୍ତି।  ଛାତ୍ରଛାତ୍ରୀମାନଙ୍କୁ ଘନଘନ ଟେକ୍ସଟ୍ ମେସେଜ ବି କରୁଛନ୍ତି।   ସୋସିଆଲ ମିଡିଆରେ ପ୍ରଚାରକୁ ଭଲ ରେସପନ୍ସ ମିଳୁଛି ବୋଲି କହିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଭାପତି ପ୍ରାର୍ଥୀ ମେଘା କାନୁନଗୋ।

Advertisment

ଭୁବନେଶ୍ୱର ସମେତ କଟକ, ବାରିପଦା, ବାଲେଶ୍ୱର ଓ ରାଜ୍ୟର ଅନ୍ୟ ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ ଲାଗି ଆଶାୟୀମାନେ ସୋସିଆଲ୍ ମିଡିଆକୁ ଗୁରୁତ୍ୱ ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସର ଟ୍ୱିଟର ପେଜରେ ଖୋଲାଖୋଲି ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ୍ କରାଯାଇଛି। ଏହାକୁ ବିରୋଧ କରିଛି ବିଜେଡି। ବିଜୁ ଛାତ୍ର ଜନତା ଦଳ ସଭାପତି ବ୍ୟୋମକେଶ ରାୟ କହିଛନ୍ତି ଯେ ଲିଙ୍ଗଡୋ କମିଶନଙ୍କ ନିୟମ ଅନୁଯାୟୀ କୌଣସି ଦଳ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ମାଗି ପାରିବେ ନାହିଁ। କିନ୍ତୁ କଂଗ୍ରେସ ପକ୍ଷରୁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।  ଅନ୍ୟପକ୍ଷରେ ଛାତ୍ର କଂଗ୍ରେସ ସଭାପତି ସତ୍ୟଜିତ୍ ପଟ୍ଟନାୟକ କହିଛନ୍ତି ଯେ ସୋସିଆଲ୍ ମିଡିଆରେ ସମସ୍ତେ ନିଜ ମତାମତ ରଖିବାକୁ ସ୍ୱାଧୀନ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe