Advertisment

କପଡ଼ା ସଫା କରୁଛି ସିମ୍ପାଜି, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କପଡ଼ା ଅପରିଷ୍କାର ହୋଇଗଲେ ଆମେ ଏହାକୁ ସଫା କରିଥାଉ। ହେଲେ ଆପଣ କେବେ ଶୁଣିଛନ୍ତି ସିମ୍ପାଜି କପଡ଼ା ସଫା କରିବା ? ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦୃଶ୍ୟ ଚୀନ୍‌ର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି। ସିମ୍ପାଜି-ମନୁଷ୍ୟ ଭିତରେ ଅନେକ ସମାନତା ରହିଛି, ଯାହା ଅନେକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଚୀନ୍‌ର ଏହି ଚିଡ଼ିଆଖାନାରେ ଏକ ସିମ୍ପାଜି ଏକ ଧଳା ରଙ୍ଗର ଟି-ଶାର୍ଟ ସଫା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ […]

କପଡ଼ା ସଫା କରୁଛି ସିମ୍ପାଜି, ଭିଡିଓ ଭାଇରାଲ୍‌

s222

Advertisment

ନୂଆଦିଲ୍ଲୀ: କପଡ଼ା ଅପରିଷ୍କାର ହୋଇଗଲେ ଆମେ ଏହାକୁ ସଫା କରିଥାଉ। ହେଲେ ଆପଣ କେବେ ଶୁଣିଛନ୍ତି ସିମ୍ପାଜି କପଡ଼ା ସଫା କରିବା ? ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି ଦୃଶ୍ୟ ଚୀନ୍‌ର ଏକ ଚିଡ଼ିଆଖାନାରେ ଦେଖିବାକୁ ମିଳିଛି।

Advertisment

ସିମ୍ପାଜି-ମନୁଷ୍ୟ ଭିତରେ ଅନେକ ସମାନତା ରହିଛି, ଯାହା ଅନେକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଚୀନ୍‌ର ଏହି ଚିଡ଼ିଆଖାନାରେ ଏକ ସିମ୍ପାଜି ଏକ ଧଳା ରଙ୍ଗର ଟି-ଶାର୍ଟ ସଫା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଆପଣ ଅବାକ୍‌ ହୋଇଯିବେ। ଦକ୍ଷିଣ-ପଶ୍ଚିମ ଚୀନ୍‌ର ଚୋଙ୍ଗ୍‌କିଙ୍ଗ୍‌ ସ୍ଥିତ ଲେହେ ଲେଡୁ ଥିମ୍‌ ପାର୍କରେ ରହୁଥିବା ୟୁହୁଇ ନାମକ ଏହି ସିମ୍ପାଜି ସାବୁନ୍‌ ଓ ବ୍ରଶ୍‌ ସାହାଯ୍ୟରେ କିପର୍‌ର ଟି-ଶାର୍ଟ ସଫା କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପାଖାପାଖି ୩୦ ମିନିଟ୍‌ ପର୍ଯ୍ୟନ୍ତ ସିମ୍ପାଜିଟି ଏହି ଶାର୍ଟ ସଫା କରିଥିଲା। ସୋଶାଲ୍‌ ମିଡିଆରେ ଏହି ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ସ୍ଥାନୀୟ ରିପୋର୍ଟରଙ୍କ କହିବା ଅନୁସାରେ, ପୂର୍ବରୁ ଥରେ ୟୁହୁଇ ତା’ କିପର୍‌ର କପଡ଼ା ସଫା କରୁଥିବା ଦେଖିବାକୁ ମିଳିଥିଲା। ଯେତବେଳେ କିପର୍‌ ଜଣକ ଏହା ଦେଖିଥିଲେ ସିମ୍ପାଜିଟି ମନ ଧ୍ୟାନ ଦେଇ କପଡ଼ା ସଫା କରୁଛି, ସେଇ ସ୍ଥାନରେ ସେ ଏକ ଟି-ଶାର୍ଟ, ସାବୁନ୍‌ ଓ ବ୍ରଶ୍‌ ରଖିଥିଲେ। କାରଣ ସେ ଜାଣିବାକୁ ଚାହୁଁଥିଲେ ସିମ୍ପାଜିଟି ପୂର୍ବଭଳି କପଡ଼ାକୁ ସେମିତି ଧୋଉଛି ନା ନାହିଁ। ସିମ୍ପାଜିଟି ଟି-ଶାର୍ଟ, ସାବୁନ୍‌ ଓ ବ୍ରଶ୍‌ ଯେତେବେଳେ ଦେଖିଥିଲା ସେଇ ସ୍ଥାନକୁ ଚାଲି ଯାଇ ଠିକ୍‌ ସେମିତି ପୂର୍ବଭଳି କପଡ଼ାକୁ ଧୋଇଥିଲା।

Advertisment

ଉକ୍ତ କିପର୍‌ଙ୍କ କହିବା କଥା, କପଡ଼ା ଧୋଇବା ବ୍ୟତୀତ ୟୁହୁଇ ଆହୁରି ଅନେକ କାମ କରନ୍ତି ଯାହା ମନୁଷ୍ୟ ମାନେ କରନ୍ତି। ଯେମିତି ଆଙ୍ଗୁଠିରେ ହୃଦୟ ଆକାରର ଚିତ୍ର ଆଙ୍କିବା ଓ ଗୋଟିଏ ଗୋଡ଼ରେ ଠିଆ ହେବା ଇତ୍ୟାଦି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe