Advertisment

ସରିଲା ତରଙ୍ଗ ସିନେ ଉତ୍ସବ: ବିଜୟ ମହାନ୍ତିଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ’ ଆୱାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତରଙ୍ଗ ସିନେ ଉତ୍ସବ ୨୦୧୯’ ଖୁବ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଗତ ରବିବାର ଏହି ଉତ୍ସବ ଆୟୋଜିତ ହୋଇଥିଲା। ରୁପେଲି ପରଦାର ବହୁ କଳାକର ଏଥିରେ ସାମିଲ ହୋଇଥିଲେ । ବର୍ଷ ତମାମ ଅକ୍ଲାନ୍ତ ପରିଶ୍ରମ, ଦୃଢ ମନୋବଳ ଏବଂ ନିଷ୍ଠାରେ ଦର୍ଶକଙ୍କ ମନୋରଞ୍ଜନ କରିଥିବା କଳାକାରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସବୁଥର ପରି ଏଥର ମଧ୍ୟ ଆୱାର୍ଡ ସାଙ୍ଗକୁ ନାଚଗୀତର ଆସର ଜମିଥିଲା। ଏହି ଶୋ’ର ସବୁଠୁ ବଡ ଆକର୍ଷଣ ଥିଲା […]

ସରିଲା ତରଙ୍ଗ ସିନେ ଉତ୍ସବ: ବିଜୟ ମହାନ୍ତିଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ’ ଆୱାର୍ଡ

DSC_0583

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତରଙ୍ଗ ସିନେ ଉତ୍ସବ ୨୦୧୯’ ଖୁବ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଗତ ରବିବାର ଏହି ଉତ୍ସବ ଆୟୋଜିତ ହୋଇଥିଲା। ରୁପେଲି ପରଦାର ବହୁ କଳାକର ଏଥିରେ ସାମିଲ ହୋଇଥିଲେ । ବର୍ଷ ତମାମ ଅକ୍ଲାନ୍ତ ପରିଶ୍ରମ, ଦୃଢ ମନୋବଳ ଏବଂ ନିଷ୍ଠାରେ ଦର୍ଶକଙ୍କ ମନୋରଞ୍ଜନ କରିଥିବା କଳାକାରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସବୁଥର ପରି ଏଥର ମଧ୍ୟ ଆୱାର୍ଡ ସାଙ୍ଗକୁ ନାଚଗୀତର ଆସର ଜମିଥିଲା। ଏହି ଶୋ’ର ସବୁଠୁ ବଡ ଆକର୍ଷଣ ଥିଲା ‘ପ୍ରିନ୍ସ ଡ୍ୟାନ୍ସ’ ଗ୍ରୁପ୍‌ ଦ୍ୱାରା ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିବା ନୃତ୍ୟ । ଗାୟିକା ଅସୀମା ପଣ୍ଡାଙ୍କୁ ପ୍ରଥମ ଥର ଷ୍ଟେଜ୍‌ରେ ନାଚିବାର ଦେଖିବାକୁ ମିଳିଥିଲା।

Advertisment

publive-imageଅଭିନେତା ବିଜୟ ମହାନ୍ତିଙ୍କୁ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ’ ଆୱାର୍ଡ ମିଳିଥିଲା। ‘ଜୋଡ଼ି ଅଫ୍‌ ଦ ଇୟର’ ସବ୍ୟସାଚୀ ଏବଂ ଏଲିନା ହୋଇଥିବା ବେଳେ, ‘ଡିଭା ଅଫ୍‌ ଦ ଇୟର’ ଭାବେ ଶିବାନୀ ସଙ୍ଗୀତାଙ୍କୁ ଆୱାର୍ଡ ମିଳିଥିଲା। ‘ବେଷ୍ଟ ଡ୍ରାମେବାଜ୍‌ ଅଫ୍ ଦ ଇୟର’ ଭାବେ ବାବୁସାନ୍‌ଙ୍କୁ ଆୱାର୍ଡ ମିଳିଛି।

publive-imageଏଥିସହ ବବି ମିଶ୍ରଙ୍କୁ ‘ବ୍ୟାଡ୍‌ମାନ୍‌ ଅଫ୍‌ ଦ ଇୟର’, ‘ଷ୍ଟାର ଅଫ୍‌ ଟୁମୋର’ ପାଇଁ ରାକେଶ-  ଦିବ୍ୟା, ‘ଲିଟିଲ୍‌ ମାଷ୍ଟର ଅଫ୍‌ ଦ ଇୟର’ ପାଇଁ  ଅନିମେଶ ମହାନ୍ତି,  ‘ମ୍ୟୁଜିକାଲ୍‌ ସେନ୍‌ସେସନ୍‌ ଅଫ ଦ ଇୟର ଫିମେଲ୍‌’ ପାଇଁ ଅନନ୍ୟାଙ୍କୁ ପୁରଷ୍କାର ମିଳିଛି। ମେଲ୍‌ କାଟାଗୋରୀରେ ସ୍ୱୟମ ପାଢୀଙ୍କୁ ପୁରଷ୍କୃତ କରାଯାଇଥିଲା।

Advertisment

ଏଥିସହ ‘ମେଲୋଡି ମେକର’ ଭାବେ ପ୍ରେମ ଆନନ୍ଦଙ୍କୁ ଆୱାର୍ଡ ମିଳିଥିବା ବେଳେ ‘ଡ୍ୟାନ୍ସ ଗୁରୁ ଅଫ୍‌ ଦ ଇୟର’ ଭାବେ ଅମିତ୍‌ ନାୟକଙ୍କୁ ସମ୍ମାନିତ କରାଯାଇଛି। ‘କମିକ୍‌ ଏଣ୍ଟରଟେନର ଅଫ୍‌ ଦ ଇୟର’  ପୁରଷ୍କାର ବୁଦ୍ଧାଦିତ୍ୟଙ୍କୁ ମିଳିଛି।

ବେଷ୍ଟ ଡିରେକ୍ଟର ଭାବେ ତାପସ ସରଘରିଆ ଏବଂ ଅଶୋକ ପତିଙ୍କୁ ସମ୍ମାନିତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe