Advertisment

ସ୍ଵଚ୍ଛ ଭାରତ ଅଭିଯାନରେ ସାମିଲ୍‌ ହେଲା କାଉ!

ନୂଆଦିଲ୍ଲୀ: ପରିବେଶକୁ ସଫା ଓ ସୁନ୍ଦର ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ। ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏହି ଅଭିଯାନଟି ଆରମ୍ଭ ହୋଇଥିଲା। ୨ ଅକ୍ଟୋବର ୨୦୧୪ରେ ମହାତ୍ମା ଗାନ୍ଧୀଙ୍କ ୧୪୫ତମ ଜୟନ୍ତୀ ଦିନ ଏହି ଆଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଖୋଦ୍‌ ପ୍ରଧାନ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର ସେଲିବ୍ରେଟି, ନେତା, ଜନତା ସମସ୍ତେ ସାମିଲ୍‌ ହୋଇଥିବା ବେଳେ […]

ସ୍ଵଚ୍ଛ ଭାରତ ଅଭିଯାନରେ ସାମିଲ୍‌ ହେଲା କାଉ!

kau

Advertisment

ନୂଆଦିଲ୍ଲୀ: ପରିବେଶକୁ ସଫା ଓ ସୁନ୍ଦର ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ। ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ଭାରତ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏହି ଅଭିଯାନଟି ଆରମ୍ଭ ହୋଇଥିଲା। ୨ ଅକ୍ଟୋବର ୨୦୧୪ରେ ମହାତ୍ମା ଗାନ୍ଧୀଙ୍କ ୧୪୫ତମ ଜୟନ୍ତୀ ଦିନ ଏହି ଆଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଖୋଦ୍‌ ପ୍ରଧାନ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର ସେଲିବ୍ରେଟି, ନେତା, ଜନତା ସମସ୍ତେ ସାମିଲ୍‌ ହୋଇଥିବା ବେଳେ ଏବେ ଏହି ଅଭିଯାନରେ ପକ୍ଷୀମାନେ ବି ସାମିଲ୍‌ ହୋଇଛନ୍ତି ବୋଲି କୁହାଯାଉଛି। ନିକଟରେ ଏ ସମ୍ପର୍କରେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଭିଡିଓରେ ଯାହା ଦେଖିବାକୁ ମିଳିଛି ଗୋଟେ କାଉ ରାସ୍ତା ଉପରେ ପଡ଼ିଥିବା ଏକ ବୋତଲକୁ ଆଣି ହଳଦିଆ ରଙ୍ଗର ଡଷ୍ଟବିନ୍‌ରେ ପକେଇ ଉଡ଼ିଯାଇଛି।

ଯେଉଁଠି ଲୋକମାନେ ନିଜର ହିତାହିତ ଜ୍ଞାନ ଭୁଲି ପରିବେଶକୁ ପ୍ରଦୂଷଣ କରିବାରୁ ବାଦ୍‌ ପଡ଼ୁନାହାନ୍ତି ସେଠାରେ ଗୋଟେ କାଉ ଏମିତି କାମ କରୁଥିବା ମଣିଷ ପାଇଁ ଗୋଟେ ଶିକ୍ଷା ବୋଲି ଅନେକେ କହିଛନ୍ତି।

Advertisment

ଏହି ଭିଡିଓକୁ ସୁଶାନ୍ତ ନନ୍ଦା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଗତ ୨୨ତାରିଖରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଥିଲେ। ଭିଡିଓଟିକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଲାଇକ୍‌ ମିଳିସାରିଲାଣି।

https://twitter.com/susantananda3/status/1164354750923468800

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe