Advertisment

ପ୍ରତିମାସରେ ଘର ଲୋକଙ୍କୁ ୧୦ ଲକ୍ଷ ପଠାଉଛି ଦାଉଦ

ମୁମ୍ବାଇ: ପଳାତକ ଆତଙ୍କୀ ଦାଉଦ ଇବ୍ରାହିମ ଏବଂ ଏହାର ଅନ୍ୟ ସଦସ୍ୟଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏହି ଗ୍ୟାଙ୍ଗଷ୍ଟର ପ୍ରତିମାସରେ ଇକବାଲ କାସକର ସହିତ ତାର ଭାଇ, ଭଉଣୀ ଏବଂ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପଠାଉଥିବା ଇଡ଼ି ଜାଣିବାକୁ ପାଇଛି ଯେ। ଏହି ସୂଚନା ଖାଲିଦ ଉସମାନ ଶେଖ ଇଡ଼ିକୁ ଦେଇଛି। ସେ ସୂଚନାରେ କହିଛି, ଖାଲିଦ ଉସମାନ ଶେଖ, ଇକବାଲର […]

ପ୍ରତିମାସରେ ଘର ଲୋକଙ୍କୁ ୧୦ ଲକ୍ଷ ପଠାଉଛି ଦାଉଦ

dawood-ibrahim

Advertisment

ମୁମ୍ବାଇ: ପଳାତକ ଆତଙ୍କୀ ଦାଉଦ ଇବ୍ରାହିମ ଏବଂ ଏହାର ଅନ୍ୟ ସଦସ୍ୟଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏହି ଗ୍ୟାଙ୍ଗଷ୍ଟର ପ୍ରତିମାସରେ ଇକବାଲ କାସକର ସହିତ ତାର ଭାଇ, ଭଉଣୀ ଏବଂ ପରିଜନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପଠାଉଥିବା ଇଡ଼ି ଜାଣିବାକୁ ପାଇଛି ଯେ। ଏହି ସୂଚନା ଖାଲିଦ ଉସମାନ ଶେଖ ଇଡ଼ିକୁ ଦେଇଛି।

Advertisment

ସେ ସୂଚନାରେ କହିଛି, ଖାଲିଦ ଉସମାନ ଶେଖ, ଇକବାଲର ପିଲା ଦିନର ବନ୍ଧୁର ସାନ ଭାଇ। ଇକବାଲ କାସକରଙ୍କ ପିଲାଦିନର ବନ୍ଧୁଙ୍କ ମୃତ୍ୟୁ ହୋଇସାରିଛି। ଖାଲିଦଙ୍କ ବଡ ଭାଇ ଅବଦୁଲ ସମଦ, ଇକବାଲ କାସକରଙ୍କ ଘନିଷ୍ଠ ବନ୍ଧୁଥିଲା। ଯିଏ ଡି-କମ୍ପାନୀ ପାଇଁ କାମ କରୁଥିଲା।

୧୯୯୦ ଡିସେମ୍ବରରେ ଦାଉଦ ଇବ୍ରାହିମ ଓ ଅରୁଣ ଗବଲି ଗ୍ୟାଙ୍ଗ ଭିତରେ ହୋଇଥିବା ଗ୍ୟାଙ୍ଗ ୱାରରେ ଅବଦୁଲ ସମଦର ମୃତ୍ୟୁ ହୋଇଥିଲା। ଏନସିପିର ମନ୍ତ୍ରୀ ନବାବ ମଲିକଙ୍କ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ତଥ୍ୟ ଦେଇଛି। ମାମଲାରେ ଜଣେ ସାକ୍ଷୀ ଭାବେ ଖାଲିଦ ଉସମାନ ଏହା କହିଛି। ଇକବାଲ କାସକର ଏହି କଥା ତା' ଆଗରେ କହିଥବା ଖାଲିଦ ଇଡ଼ିକୁ କହିଛି।

Advertisment

ଇଡିକୁ ବୟାନ ଦେଇ ଖାଲିଦ ଉସମାନ କହିଛି, ତାର ଭାଇ ଅବଦୁଲ ଏବଂ ଇକବାଲ ପିଲାବେଳର ସାଙ୍ଗ ଥିଲେ। ଇକବାଲ ଦୁବାଇରେ ଥିଲା। ସେ ଭାରତ ଫେରିବା ପରେ ତାଙ୍କ ମା’କୁ ଦେଖିବାକୁ ଆସିଥିଲା। ସେବେଠାରୁ ଇକବାଲ ତାକୁ ଓ ତା' ଭାଇ ସବିର ଉସମାନକୁ ଯେବେବି ଡକରା ପଠାଇଛି, ସେ ଯାଇଛନ୍ତି। ସୂଚନା ଥାଉକି ସବିର ଉସମାନ ଏକ ଡ୍ରଗ୍ସ ମାମଲାରେ ଗିଫର ହୋଇ ଜେଲ ଯାଇଛି।

ଇକବାଲ କାସକର ସହ ଯେତେବେଳେ ଦେଖାସାକ୍ଷାତ ହୋଇଥିଲା ସେତେବଳେ ଦାଉଦ ଇବ୍ରାହିମ ତା'ର ସମସ୍ତ ଭାଇ ଓ ଭଉଣୀଙ୍କୁ ତଥା ସମ୍ପର୍କୀୟଙ୍କୁ ପ୍ରତିି ମାସରେ ୧୦ ଲକ୍ଷ ଲେଖାଏଁ ପଠାଉଥିବା ଖାଲିଦ କହିଛି। ଏହି ଟଙ୍କାକୁ ଦାଉଦ ତା' ସହଯୋଗୀଙ୍କ ହାତରେ ପଠାଉଥିଲା। କେବଳ ସେତିକି ନୁହେଁ ଇକବାଲ କାସକରଙ୍କୁ ମଧ୍ୟ ପ୍ରତି ମାସରେ ଦାଉଦ ୧୦ ଲକ୍ଷ ଟଙ୍କା ଦେଉଥିବା ଖାଲିସ ଇଡି ଆଖରେ ଖୁଲାସା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe