Advertisment

ଅଞ୍ଜଳିଙ୍କୁ ଧକ୍କା ଦେଇ ଘୋଷାଡ଼ିଥିବା କାର ମାଲିକ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳିଙ୍କୁ ୧୩ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ବାଲେନୋ କାରର ମାଲିକ ଅଶୁତୋଶଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ  ଗିରଫ କରିଛି। ଅଞ୍ଜଳି ତାଙ୍କ ସ୍କୁଟରରେ ନିଜ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ ମଦ୍ୟପ ଥିବା କାରଟି ଆସି ତାଙ୍କୁ ନୂଆ ବର୍ଷରେ ଧକ୍କା ଦେଇଥିଲା।  ଫୋରେନସିକ୍ ରିପୋର୍ଟ ଅନୁଯାୟୀ ଅଞ୍ଜଳିଙ୍କ ଗୋଡ କାରର ବାମ ଆଗ ଚକରେ ଘୋଷାଡ଼ି ହୋଇ ଟାଣି ହୋଇ ଯାଇଥିଲା। […]

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା: ଆସିଲା ମୃତ ଯୁବତୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

Delhi Hit and run case

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳିଙ୍କୁ ୧୩ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ବାଲେନୋ କାରର ମାଲିକ ଅଶୁତୋଶଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ  ଗିରଫ କରିଛି। ଅଞ୍ଜଳି ତାଙ୍କ ସ୍କୁଟରରେ ନିଜ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ ମଦ୍ୟପ ଥିବା କାରଟି ଆସି ତାଙ୍କୁ ନୂଆ ବର୍ଷରେ ଧକ୍କା ଦେଇଥିଲା।  ଫୋରେନସିକ୍ ରିପୋର୍ଟ ଅନୁଯାୟୀ ଅଞ୍ଜଳିଙ୍କ ଗୋଡ କାରର ବାମ ଆଗ ଚକରେ ଘୋଷାଡ଼ି ହୋଇ ଟାଣି ହୋଇ ଯାଇଥିଲା। ଘଟଣାସ୍ଥଳରୁ ତାଙ୍କ ବନ୍ଧୁ ପଳାୟନ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଅଞ୍ଜଳିଙ୍କ ଖପୁରୀ ଭାଙ୍ଗି ଯାଇଛି। ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମ ସହ ଜଡ଼ିତ କୌଣସି ପ୍ରମାଣ ମିଳିନାହିଁ। ଡାକ୍ତରୀ ଦଳ କହିଛି ଯେ ଅନେକ କିଲୋମିଟର ପର୍ଯ୍ୟନ୍ତ ଘୁଷୁରିବା ପରେ ଅଞ୍ଜଳିଙ୍କୁ ଆଘାତ ଲାଗିଥିଲା। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଏହି ଦୁର୍ଘଟଣା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି। ଅଭିଯୁକ୍ତଙ୍କୁ ୩ ଦିନଆ ପୋଲିସ ହେପାଜତକୁ ପଠାଯାଇ ସେମାନଙ୍କ ରକ୍ତ ନମୁନା ନିଆଯାଇଛି।  ଏହି ଦୁର୍ଘଟଣା ଘଟିବା ସମୟରେ ଅଭିଯୁକ୍ତ ମଦ୍ୟପାନ କରିଥିଲେ ନା ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। ଏହି ଦୁର୍ଘଟଣା ପୂର୍ବରୁ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମୃତକ ଅଞ୍ଜଳି ସିଂହଙ୍କୁ ସହ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ସହ ଦେଖିବାକୁ ମିଳୁଛି।

ଅଞ୍ଜଳିଙ୍କ ବନ୍ଧୁ କହିଛନ୍ତି ଯେ ଦୁର୍ଘଟଣା ସମୟରେ ସେ ସ୍କୁଟି ସହ ଥିଲେ। ଧକ୍କା ହେବା ପରେ ଅଞ୍ଜଳିଙ୍କ ମୃତଦେହ କାର ମଧ୍ୟରେ ଫସି ରହିଥିଲା। ହେଲେ ଅଭିଯୁକ୍ତ କାର ଅଟକାଇ ନଥିଲେ। ବନ୍ଧୁଙ୍କ କହିବା ଅନୁଯାୟୀ ସେ ଏତେ ଡରି ଯାଇଥିଲେ ଯେ ସେ ତାଙ୍କ ଘରକୁ ଯାଇଥିଲେ ଆଉ କାହାକୁ କିଛି କହି ନଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe