Advertisment

ଡବଲ ଡୋଜ୍ ନେଇଥିଲେ ୫ ପ୍ରତିଶତ ଡିସ୍‌କାଉଣ୍ଟ, ଏମିତି କିଏ ଦେଉଛି ଅଫର ?

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆପଣ କୋଭିଡ୍‌ର ଦୁଇଟାଯାକ ଡୋଜ୍‌ ନେଇଛନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଖୁସି ଖବର। କରୋନାର ଡବଲ ଡୋଜ୍‌ ନେଇଥିଲେ ଆପଣ କିଣୁଥିବା ସାମଗ୍ରୀ ଉପରେ ୫ ପ୍ରତିଶତ ଡିସ୍‌କାଉଣ୍ଟ ପାଇବେ। ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଅଧୀନରେ ଥିବା ବ୍ୟବସାୟୀମାନେ ଏହି ଅଫର ଦେଉଛନ୍ତି। ଟିକାକରଣକୁ ପ୍ରୋତ୍ସାହିତ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଯାହାକୁ ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ପକ୍ଷରୁ ସ୍ୱାଗତ କରାଯାଇଛି। ମ୍ୟୁନିସିପାଲଟି ଅନ୍ତର୍ଗତ […]

ଅଦ୍ୟତନ ହୋଇଛି
ଡବଲ ଡୋଜ୍ ନେଇଥିଲେ ୫ ପ୍ରତିଶତ ଡିସ୍‌କାଉଣ୍ଟ, ଏମିତି କିଏ ଦେଉଛି ଅଫର ?

790

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆପଣ କୋଭିଡ୍‌ର ଦୁଇଟାଯାକ ଡୋଜ୍‌ ନେଇଛନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଖୁସି ଖବର। କରୋନାର ଡବଲ ଡୋଜ୍‌ ନେଇଥିଲେ ଆପଣ କିଣୁଥିବା ସାମଗ୍ରୀ ଉପରେ ୫ ପ୍ରତିଶତ ଡିସ୍‌କାଉଣ୍ଟ ପାଇବେ। ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଅଧୀନରେ ଥିବା ବ୍ୟବସାୟୀମାନେ ଏହି ଅଫର ଦେଉଛନ୍ତି। ଟିକାକରଣକୁ ପ୍ରୋତ୍ସାହିତ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଯାହାକୁ ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ପକ୍ଷରୁ ସ୍ୱାଗତ କରାଯାଇଛି। ମ୍ୟୁନିସିପାଲଟି ଅନ୍ତର୍ଗତ ୧୦ଟି ଦୋକାନ ଦେଉଛନ୍ତି ଏହି ସୁବିଧା।

Advertisment

ଏଥିରେ ସାମିଲ ହୋଇଛନ୍ତି କିଛି ହୋଟେଲ, ଲୁଗା ଦୋକାନ ଓ ତେଜରାତି ଦୋକାନ। ଆପଣ ଯାହା ବି ଏହି ଦୋକାନ ଗୁଡ଼ିକରେ କିଣିବେ ଦୋକାନୀ ଆପଣଙ୍କୁ ୫ ପ୍ରତିଶତ ରିହାତି ଦେବେ।  ପ୍ରଥମେ ଏଭଳି କରିବା ଦ୍ୱାରା ଗ୍ରାମାଞ୍ଚଳର ଲୋକେ ଯେଉଁମାନେ ଟୀକା ନେଇନାହାନ୍ତି ସେମାନେ ଏହି ଅଫର୍ ବିଷୟରେ ଜାଣି ନିଜେ ଟିକା ନେବେ ଓ ଅନ୍ୟକୁ ପ୍ରୋତ୍ସାହିତ କରିବେ ବୋଲି କହିଛନ୍ତି ଜଣେ ଗ୍ରାହକ।  ଗତ ଦୁଇ ଦିନ ହେଲା ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଲୋକଙ୍କୁ ରିହାତି ଦିଆଯାଉଥିବା କହିଛନ୍ତି ଦୋକାନୀ। ତେବେ ଏହି ଯୋଜନା ନେଇ ହିଞ୍ଜିଳିକାଟୁ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସ୍ତାବ ଦେଥିଲେ।
https://twitter.com/Hinjilicutmuni1/status/1401947970916937728?s=20

ଟିକାକରଣକୁ ଅଧିକ ଲୋକାଭିମୁଖୀ କରିବାକୁ ଏହିଭଳି ଏକ ଯୋଜନା ଦୋକାନୀ ମାନଙ୍କ ପାଖରେ ରଖିଥିଲେ। ଏହା ଶୁଣି ଦୋକାନୀ ମାନେ ମଧ୍ୟ ସହମତି ପ୍ରକାଶ କରିଥିଲେ। ପରେ ତାହାକୁ ଲାଗୁ କରାଯାଇଥିଲା । ତେବେ ବ୍ୟବସାୟୀମାନେ ଏହି ପ୍ରସ୍ତାବରେ ରାଜି ହୋଇ ଥିବାରୁ ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଟ୍ୱିଟ୍‌ କରି କାର୍ଯ୍ୟକ୍ରମକୁ ଉତ୍ସାହିତ କରାଯାଇଛି। ଦୋକାନ ଗୁଡ଼ିକରେ ଏଥିରେ ଗ୍ରାହକ ଖୁସ୍ ରହୁଥିବା ବେଳେ ହିଞ୍ଜିଳିକାଟୁ ନିକଟସ୍ଥ ଗ୍ରାମାଞ୍ଚଳ ଲୋକେ ଦୋକାନକୁ ଆସି ଜିନିଷ କିଣିବା ସହ ରିହାତି ମଧ୍ୟ ପାଉଛନ୍ତି।

Advertisment
Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe