Advertisment

ବିବାଦୀୟ କୋଟିଆରେ ନିର୍ବାଚନୀ ପ୍ରସ୍ତୁତି: ଆନ୍ଧ୍ର ପାଖରେ ପୁଣି ଫିକା ଦିଶିଲା ଓଡ଼ିଶା

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ପୁଣି ଏବେ ଚର୍ଚ୍ଚାକୁ ଆସିଛି ବିବାଦୀୟ କୋଟିଆ। କୋଟିଆକୁ ନିଜର ବୋଲି ସାବ୍ୟସ୍ତ କରିବାକୁ ଆନ୍ଧ୍ର ଜୋରଦାର ଲାଗି ପଡ଼ିଛି। ନିର୍ବାଚନୀ ପ୍ରଚାରରେ ମାତି ଯାଇଛନ୍ତି ନେତା। ଅନ୍ୟପକ୍ଷେ ଓଡ଼ିଶାର ଅବହେଳା ପୁଣି ସ୍ପଷ୍ଟ ହୋଇଛି। ଓଡ଼ିଶା ଓ ଆନ୍ଧ୍ର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ରେ ଏଠାରେ ହେବ ମତଦାନ। ତେବେ କୋଟିଆବାସୀଙ୍କ ଭୋଟ କାହା ଭାଗରେ ପଡ଼ିବ ତାହା ହିଁ ପ୍ରଶ୍ନ। କୋଟିଆ ଭୋଟ ହାତେଇବା ପାଇଁ ଲାଗି […]

ଅଦ୍ୟତନ ହୋଇଛି
ବିବାଦୀୟ କୋଟିଆରେ ନିର୍ବାଚନୀ ପ୍ରସ୍ତୁତି: ଆନ୍ଧ୍ର ପାଖରେ ପୁଣି ଫିକା ଦିଶିଲା ଓଡ଼ିଶା

kook

Advertisment

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ପୁଣି ଏବେ ଚର୍ଚ୍ଚାକୁ ଆସିଛି ବିବାଦୀୟ କୋଟିଆ। କୋଟିଆକୁ ନିଜର ବୋଲି ସାବ୍ୟସ୍ତ କରିବାକୁ ଆନ୍ଧ୍ର ଜୋରଦାର ଲାଗି ପଡ଼ିଛି। ନିର୍ବାଚନୀ ପ୍ରଚାରରେ ମାତି ଯାଇଛନ୍ତି ନେତା। ଅନ୍ୟପକ୍ଷେ ଓଡ଼ିଶାର ଅବହେଳା ପୁଣି ସ୍ପଷ୍ଟ ହୋଇଛି।

Advertisment

ଓଡ଼ିଶା ଓ ଆନ୍ଧ୍ର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଏପ୍ରିଲ ୧୧ରେ ଏଠାରେ ହେବ ମତଦାନ। ତେବେ କୋଟିଆବାସୀଙ୍କ ଭୋଟ କାହା ଭାଗରେ ପଡ଼ିବ ତାହା ହିଁ ପ୍ରଶ୍ନ। କୋଟିଆ ଭୋଟ ହାତେଇବା ପାଇଁ ଲାଗି ପଡ଼ିଛି ଆନ୍ଧ୍ର। ନେରେଡିବାଲାସା ଓ ତା ନିକଟବର୍ତ୍ତୀ ତାଡ଼ିବାଲାସା, ଝଙ୍କରଗୁଡା, କୁମ୍ଭୀମାଡ଼ାର ଭୋଟରଙ୍କ ସମେତ ୨୦ ରୁ ୨୫ କିଲୋମିଟର ଦୂରରେ ଥିବା  ତଳଗଞ୍ଜେଇପଦର, ଉପର ଗଞ୍ଜେଇପଦର, କୁରୁଡିପଦର, ତଳସେମ୍ବୀ, ଉପରସେମ୍ବି, କୋଟାଯାନୀଗୁଡା, ଡୋଲିପଦର, ସୀମାଗଡ଼ା ଗ୍ରାମବାସୀଙ୍କ ପାଇଁ ଆନ୍ଧ୍ର ପକ୍ଷରୁ ୨ଟି ବୁଥ ଖୋଲାଯାଇଛି।

ଅପରପକ୍ଷେ ଓଡ଼ିଶା ସରକାରଙ୍କ ତରଫରୁ  କୋଟିଆ ନିକଟବର୍ତ୍ତୀ ଗ୍ରାମଗୁଡିକ ସମେତ ନେରେଡିବାଲାସା ଓ ଆଖପାଖ ଗ୍ରାମର ଭୋଟରଙ୍କ ପାଇଁ ଗଂଜେଇପଦର ଓ ରଣସିଙ୍ଗଠାରେ ଖାଲାଯାଇଛି ୨ଟି ଭୋଟକେନ୍ଦ୍ର ।

Advertisment

ବିବାଦୀୟ କୋଟିଆକୁ ନେଇ ଦୁଇ ରାଜ୍ୟ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ। ବିବାଦୀୟ ଅଞ୍ଚଳରେ ଉଭୟ ରାଜ୍ୟ ବର୍ଷ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି। ଯେଉଁ ରାଜ୍ୟ ଅଧିକ ସେବା ଦେଇଛି ତା ପଟକୁ ଢଳୁଛନ୍ତି କୋଟିଆବାସୀ। ଏଥର ମଧ୍ୟ ସମାନ ସ୍ଥିତି। ଯିଏ ଅଧିକ ସୁବିଧା ଦେବ ତା’କେନ୍ଦ୍ରରେ ଭୋଟ ପଡ଼ିବ। ଏହି ସୂଚନା ଗଂଜେଇପଦର , ଉପରସେମ୍ବି , ଧୂଳିପଦର ଓ ନେରେଡିବାଲାସା ଗ୍ରାମବାସୀ ଦେଇଛନ୍ତି ।

ନେରେଡ଼ିବାଲାସା ବାସିନ୍ଦା ଜୟସିଂ ମାଝୀଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଭୋଟରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ନେରେଡିବାଲସାରେ ମତଦାନ କେନ୍ଦ୍ର ଖୋଲାଯାଇ ନାହିଁ।  ବରଂ ରଣସିଙ୍ଗରେ  ଖୋଲା ଯାଇଛି ।  ଏହିକେନ୍ଦ୍ରରେ ଭୋଟ ଦେବାପାଇଁ ଲୋକଙ୍କୁ  ଅତିକମ୍‌ରେ  ୧୫ କିଲୋମିଟର ଯିବାକୁ ପଡ଼ିବ।  ଅନ୍ୟପକ୍ଷରେ ଆନ୍ଧ୍ର ନେରେଡ଼ିବାଲାସାରେ ମତଦାନ କେନ୍ଦ୍ର ଖୋଲିଛି। ଓଡ଼ିଶା ଭୋଟର ଭାବେ ମତଦାନ କରିବାକୁ ଇଚ୍ଛା ଥିଲେ ମଧ୍ୟ ଏତେ ଦୂର ମତଦାନ କେନ୍ଦ୍ରକୁ ଯାଇ ଅଧିକାର ସାବ୍ୟସ୍ତ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେବ ନାହିଁ। ତେଣୁ ଆନ୍ଧ୍ରସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭୋଟ ପରିଚୟପତ୍ରକୁ ବ୍ୟବହାର କରି ସେଠାକାର ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଶ୍ରୀ ସିଂ ଜଣାଇଛନ୍ତି ।

ଭୋଟରଙ୍କ ପାଇଁ ଆନ୍ଧ୍ର ଖାଲି ମତଦାନ କେନ୍ଦ୍ର ଖୋଲିନି, ବରଂ ନିକଟସ୍ଥ ତଳଗଂଜେଇପଦର ଓ ଅନ୍ୟାନ୍ୟ ଗ୍ରାମର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଭୋଟ ଗ୍ରହଣ କେନ୍ଦ୍ରକୁ ସୁଦୃଶ୍ୟ କରିଛି। ଭୋଟରଙ୍କୁ ନିଜ ଗ୍ରାମରୁ ନେରେଡ଼ିବାଲାସାକୁ ଆଣିବା, ଭୋଟଦାନ ପରେ ଖାଦ୍ୟ ଯୋଗାଇ ଦେବା, ପୁଣିଥରେ ଗାଁରେ ନେଇ ଛାଡ଼ିବାର ସବୁ ବ୍ୟବସ୍ଥା କରିଛନ୍ତି ଆନ୍ଧ୍ର ସରକାର।  ହେଲେ ଏ ଦିଗରେ ଓଡ଼ିଶା ସରକାରଭ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

ଓଡିଶା ସରକାରଙ୍କ ଦ୍ୱାରା ଦିଆଯାଉଥିବା ସେବାରେ ଆନ୍ତରିକତା ନଥିବା ଅଭିଯୋଗ କରିଛନ୍ତି କୋଟିଆବାସୀ । ପାହାଡ଼ପର୍ବତ ଘେରା କୋଟିଆର ଭୌଗୋଳିକ ସ୍ଥିତିକୁ ନ ବୁଝି ୨୧ଟି ଗାଁ ପାଇଁ ମାତ୍ର ପାଞ୍ଚଟି ଭୋଟଦାନ କେନ୍ଦ୍ର ଖୋଲି  ଚୁପ ରହିବା ଓଡ଼ିଶା ସରକାରଙ୍କ ଅଣଦେଖାକୁ ସ୍ପଷ୍ଟ କରୁଛି।

ସେତିକି ନୁହେଁ, ନିର୍ବାଚନୀ ପ୍ରଚାରରେ ଆନ୍ଧ୍ର ଆଗରେ ରହିଛି। ଉପରସେମ୍ବିର ଗେମେଲ ସାଲାପୁଙ୍କ କହିବାନୁଯାୟୀ, ଆନ୍ଧ୍ରପ୍ରଦେଶର ନେତାମାନେ ଏହି ଗାଁଗୁଡ଼ିକରେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ଓଡ଼ିଶାର ରାଜନୈତିକ ନେତା ଓ ଦଳ ମଧ୍ୟ ପଛରେ ପଡିଯାଇଛନ୍ତି । ତେଣୁ କୋଟିଆବାସୀଙ୍କୁ ନିଜର ବୋଲି ପ୍ରମାଣିତ କରିବା ରେସ୍‌ରେ ଏଥର ମଧ୍ୟ ଆନ୍ଧ୍ର ଆଗରେ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଓଡିଶା ସରକାରଙ୍କ ଏହି ଅଣଦେଖା ଓ ଖାମଖିଆଲି ନୀତି ଯୋଗୁଁ ଆନ୍ଧ୍ର ଖୋଲିଥିବା ଭୋଟଦାନ କେନ୍ଦ୍ରରେ କୋଟିଆବାସୀଙ୍କ ଭୋଟ  ଅଧିକ ପଡ଼ିବାର ସମ୍ଭାବନା ରହିଛି। ଯଦି ଏହା ହୁଏ ତେବେ ‘କୋଟିଆ ଅଧିକାର ସଂଗ୍ରାମ’ରେ ଓଡ଼ିଶା ଭୋଟଦାନର ହିସାବ ରୂପକ ଜନସମର୍ଥନ ପାଇବାରେ ପଛୁଆ ହୋଇଯିବ ବୋଲି ଆଲୋଚନା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe