soldier
ଶ୍ରୀନଗର: କଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ୪ଥର ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ଭୋର ସମୟରେ ସୋପିଆ ଜିଲ୍ଲାର ଇମାମ ସାହାବ ଅଞ୍ଚଳରେ ଗୋଟିଏ ଘରେ ୨ରୁ୩ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ସେହିପରି ବାନ୍ଦିପୋରାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଲଶ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିଲେ । ଯେଉଁଥିରେ ଲଶ୍କରର ଟପ କମାଣ୍ଡର ଅଲି ଭାଇର ମୃତ୍ୟୁ ହୋଇଥିବା ଜଣାପଡ଼଼ିଛି। ସେହିପରି ଗୁରୁବାର ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ମୃତ ଲଶ୍କର ଆତଙ୍କବାଦୀ ଅଲ୍ଲି ଭାଇ ପାକିସ୍ତାନର ବୋଲି ଜଣାପଡ଼ିଛି।
ଶ୍ରୀନଗର ରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିୟା କହିଛନ୍ତି କି ବାରମୁଲାରେ କଲତରା ଅଞ୍ଚଳରେ ନମବଲନାର ଅଭିଯାନରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏବେ ବି ଗୁଳିବିନିମୟ ଜାରି ରହିଥିବା ସୂଚନା ରହିଛି। ଏଥିରେ ଜଣେ ସେନା ଅଧିକାରୀ ଓ ୨ ଯବାନ ଆହତ ହୋଇଛନ୍ତି।
ଆହତ ଯବାନଙ୍କୁ ବାଦାମିବାଗ ସ୍ଥିତ ୯୨ ବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଗତକାଲି ହୋଲି ଥିବାବେଳେ ସେନା ଉପରକୁ ଆତଙ୍କବାଦୀ ଗ୍ରେନେଡ଼ ଆକ୍ରମଣ କରିଥିଲେ । ତେବେ ଏଥିରେ କାହାରି କ୍ଷତି ହୋଇନଥିବା ଜଣାପଡ଼ିଛି। ଏବେ ଉଭୟ ପୁଲିସ ଓ ସେନା ସମଗ୍ର ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେସନ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/soldier.jpg)