Advertisment

ହୋଲିରେ ହୋଇଥାନ୍ତା ଅଘଟଣ! ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ

ଶ୍ରୀନଗର: ଆସନ୍ତାକାଲି ହୋଲି। ଏହି ଅବସରରେ ଲୋକମାନେ ଏକାଠି ହେବେ। ଏହି ସମୟରେ କିନ୍ତୁ ଆତଙ୍କବାଦୀମାନେ ଅଘଟଣ ଘଟାଇବାକୁ ଆକଳନ କରୁଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲାସ୍ଥିତ ଖାଜପୁରା ରେବନ ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାପରେ ଆତଙ୍କବାଦୀ ହୋଲି ଅବସରରେ ଅଘଟଣ ଘଟାଇବାକୁ ଲକ୍ଷ୍ୟ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଯାବତ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। […]

author-image
Pragnya Choudhury
ଅଦ୍ୟତନ ହୋଇଛି
କୁଲଗାମରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିପାତ

Terror attack

ଶ୍ରୀନଗର: ଆସନ୍ତାକାଲି ହୋଲି। ଏହି ଅବସରରେ ଲୋକମାନେ ଏକାଠି ହେବେ। ଏହି ସମୟରେ କିନ୍ତୁ ଆତଙ୍କବାଦୀମାନେ ଅଘଟଣ ଘଟାଇବାକୁ ଆକଳନ କରୁଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲାସ୍ଥିତ ଖାଜପୁରା ରେବନ ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାପରେ ଆତଙ୍କବାଦୀ ହୋଲି ଅବସରରେ ଅଘଟଣ ଘଟାଇବାକୁ ଲକ୍ଷ୍ୟ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

Advertisment

ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଯାବତ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାସହ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ମଧ୍ୟ ଆତଙ୍କବାଦୀ ପାଖରୁ ଜବତ ହୋଇଛି।

ସୂଚନାଯୋଗ୍ୟ ଯେ, ରେବନ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାବଳ ସୂଚନା ପାଇଥିଲେ। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏନେଇ ସୁରକ୍ଷାବଳ ଉକ୍ତ ଅଞ୍ଚଳରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇ ସେନା ପକ୍ଷରୁ ମଧ୍ୟ ଗୁଳି ଚଳାଯାଇଥିଲା। ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆତଙ୍କବାଦୀ ସନ୍ଦିଗ୍ଧ ଅଞ୍ଚଳରେ ଲୁଚି ରହିଥିବା ଆଶଙ୍କା କରାଯାଉଛି।

Advertisment