53
ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଏବେର ରାଜନୀତି ପରିବା ବଜାରଠୁ ଆରମ୍ଭ କରି ପୁଞ୍ଜି ବଜାର ପର୍ଯ୍ୟନ୍ତ ସବୁ କଥାକୁ ପ୍ରଭାବିତ କରୁଛି। ଯେତେବେଳେ ଗତ କାଲି ଏକାଧିକ ସଂସ୍ଥାର ଏକଜିଟ ପୋଲ ଆକଳନରେ ଭାରତରେ ଏନ୍ଡିଏ ନେତୃତ୍ୱାଧୀନ ଭାଜପା ଦଳ ପୁଣି ଥରେ ସରକାର ଗଠନ କରିବ ବୋଲି ଜଣାପଡ଼ିଲା, ତାହାର ପ୍ରଭାବ ପୁଞ୍ଜି ବଜାରରେ ହଠାତ୍ ଦେଖିବାକୁ ମିଳିଲା।
ଆଜି ସୋମବାର ପୁଞ୍ଜି ବଜାରରେ କାରବାର ଆରମ୍ଭ ହେବା ପରଠାରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନ୍ସେକ୍ସରେ ଆଜି ଦିନ ୧୦ ଟା ୫୦ ବେଳକୁ ୯୧୩ ପଏଣ୍ଟ୍ ବୃଦ୍ଧି ପାଇ ଏହାର ମୂଲ୍ୟ ୨.୪% ବଢ଼ିଥିବା ବେଳେ କାରବାର ଶେଷ ବେଳକୁ ଏହା ୧୪୨୧.୯୦ ପଏଣ୍ଟ୍ ବୃଦ୍ଧି ପାଇଥିଲା। ଫଳରେ ଏହା ଆଜି ୩୯,୩୫୨.୬୭ ରେ ପହଞ୍ଚିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ଏହା କାଳେ ଗତ ୮ ବର୍ଷର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।
ଏହି ଏକ୍ଜିଟ୍ ପୋଲ୍ ପ୍ରଭାବରେ ଯଦି ସକାରାତ୍ମକ ଭାବେ କିଏ ବେଶି ପ୍ରଭାବିତ ହୋଇଛି ତେବେ ସେମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ), ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଟାଟା ମୋଟର୍ସ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଲାରସନ୍ ଆଣ୍ଡ୍ ଟର୍ବୋ ଆଦି କମ୍ପାନୀ ସବୁଠାରୁ ଅଧିକ ସକ୍ରିୟ ଥିବା ଜଣାପଡ଼ିଛି ।
ସେହିଭଳି ଦିଲ୍ଲୀ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି କାରବାର ଆରମ୍ଭରେ ୨୬୩ ପଏଣ୍ଟ୍ ବୃଦ୍ଧି ପାଇ ୧୧,୬୭୧ ପଏଣ୍ଟରେ କାରବାର କରିବା ସହିତ ବଜାର ବନ୍ଦ ହେବା ବେଳକୁ ଏହା ୩.୭୫% ବୃଦ୍ଧି ପାଇ ୪୨୧.୧୦ ପଏଣ୍ଟ୍ ବଢ଼ିଛି। ଫଳରେ ଏହା ୧୧,୮୨୮.୨୫ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଆଜି ୬୪ ପଇସା ସମୃଦ୍ଧ ହୋଇ ୬୯.୫୯ ଟଙ୍କାକୁ ବୃଦ୍ଧି ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/05/53-1.jpg)