ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୁନ ୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର। କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି । ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି । ଏହା କହିଛନ୍ତି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ କେଉଁ ଭ୍ୟାକ୍ସିନ୍ କେତେ କାମ ଦେଉଛି, ତାହା ଏବେ କୁହାଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।
କେତେ ଲୋକେ ଭ୍ୟାକ୍ସିନ୍ ନେବା ପରେ ବି ସଂକ୍ରମିତ ହେଉଛନ୍ତି, ତାଙ୍କ ଭିତରୁ କେତେ ସୁସ୍ଥ ହେଉଛନ୍ତି, କେତେ ଗୁରୁତର ହେଉଛନ୍ତି, କେତେ ଜଣଙ୍କର ମୃତ୍ୟୁ ହେଉଛି-ସେସବୁକୁ ଅନୁଧ୍ୟାନ କରାଯିବ । ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା ବୋଲି ସେ ସୂଚନା ଦେଇଛନ୍ତି ।
ମୋଟାମୋଟି ଭାବେ ଭାକ୍ସିନ୍ ଆମକୁ ୭୧ରୁ ୯୧ ପ୍ରତିଶତ ସୁରକ୍ଷା ଦେଉଛି । ଆଣ୍ଟି ବଡି ସତ୍ତ୍ୱେ ପାଟି ଓ ନାକ ବାଟେ ଭାଇରସ୍ ଶରୀର ଭିତରକୁ ଯିବାର ଆଶଙ୍କା ଥିବା ସତର୍କ କରାଇ ଦେଇଛନ୍ତି ବିଜୟ ମହାପାତ୍ର । ରାଜ୍ୟ ସରକାର ଇକମୋ ମେସିନ ଆଣିବାକୁ ପ୍ରକ୍ରିୟା ଚଳାଇଥିବା ସେ ସୂଚନା ଦେଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।