Advertisment

ଜୁନ ୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୁନ ୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର।  କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି । ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି । ଏହା କହିଛନ୍ତି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ କେଉଁ ଭ୍ୟାକ୍ସିନ୍ କେତେ କାମ ଦେଉଛି, ତାହା ଏବେ କୁହାଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି । କେତେ ଲୋକେ ଭ୍ୟାକ୍ସିନ୍ ନେବା ପରେ ବି […]

ଅଦ୍ୟତନ ହୋଇଛି
କୋଭିଡ୍ ଟିକାର ଦୁଇଟି ଡୋଜ୍ ନେବାପରେ ଆପଣ ବେପରୁଆ ହେଉଛନ୍ତି କି?

vaccine

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୁନ ୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର।  କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି । ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି । ଏହା କହିଛନ୍ତି, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ କେଉଁ ଭ୍ୟାକ୍ସିନ୍ କେତେ କାମ ଦେଉଛି, ତାହା ଏବେ କୁହାଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

Advertisment

କେତେ ଲୋକେ ଭ୍ୟାକ୍ସିନ୍ ନେବା ପରେ ବି ସଂକ୍ରମିତ ହେଉଛନ୍ତି, ତାଙ୍କ ଭିତରୁ କେତେ ସୁସ୍ଥ ହେଉଛନ୍ତି, କେତେ ଗୁରୁତର ହେଉଛନ୍ତି, କେତେ ଜଣଙ୍କର ମୃତ୍ୟୁ ହେଉଛି-ସେସବୁକୁ ଅନୁଧ୍ୟାନ କରାଯିବ । ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା ବୋଲି ସେ ସୂଚନା ଦେଇଛନ୍ତି ।

ମୋଟାମୋଟି ଭାବେ ଭାକ୍ସିନ୍ ଆମକୁ ୭୧ରୁ ୯୧ ପ୍ରତିଶତ ସୁରକ୍ଷା ଦେଉଛି । ଆଣ୍ଟି ବଡି ସତ୍ତ୍ୱେ ପାଟି ଓ ନାକ ବାଟେ ଭାଇରସ୍ ଶରୀର ଭିତରକୁ ଯିବାର ଆଶଙ୍କା ଥିବା ସତର୍କ କରାଇ ଦେଇଛନ୍ତି ବିଜୟ ମହାପାତ୍ର  । ରାଜ୍ୟ ସରକାର ଇକମୋ ମେସିନ ଆଣିବାକୁ ପ୍ରକ୍ରିୟା ଚଳାଇଥିବା ସେ ସୂଚନା ଦେଇଛନ୍ତି।

Advertisment
Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe