Advertisment

ଧାରଣା ସ୍ଥଳରେ ବାଇଡ଼ଙ୍କ ପକେଇ ଦେଲେ, ଆନ୍ଦୋଳନକାରୀ ନାକେଦମ

ନୀଳଗିରି(ବିଶ୍ୱମ୍ଭର ଦାସ): ଧାରଣା ସ୍ଥଳରେ ବାଇଡ଼ଙ୍କ ପକେଇ ଦେଲେ। ଯିଏ ଧାରଣା ସ୍ଥଳରେ ବସିଲା କୁଣ୍ଡେଇ ହୋଇ ନାକେଦମ ହେଲା। ଧାରଣା ଦେଉଥିବା ଅନେକ ଲୋକେ ଅସମ୍ଭାଳ କଣ୍ଡୁରେ ସ୍ଥାନ ଛାଡ଼ି ଘରକୁ ଚାଲି ଯାଇଥିଲେ। ସେପଟେ ଧାରଣାକୁ ବିରୋଧ କରି କିଛି ଲୋକ ହୋହଲ୍ଲା କରିଥିଲେ। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରିର ଆଇଟିଡିଏ ଅଫିସ ଆଗରେ ଆଜି ଉତ୍ତେଜନା ଦେଖାଦେଇଥିଲା। ଧାରଣାରେ ପୂର୍ବତନ ବିଧାୟକ ସାମିଲ ଚିତ୍ତରଂଜନ ଷଡ଼ଙ୍ଗୀ ହୋଇଥିଲେ। ଚିତ୍ତରଞ୍ଜନ କହିଛନ୍ତି, ଗରିବ […]

ଅଦ୍ୟତନ ହୋଇଛି
ଧାରଣା ସ୍ଥଳରେ ବାଇଡ଼ଙ୍କ ପକେଇ ଦେଲେ, ଆନ୍ଦୋଳନକାରୀ ନାକେଦମ

strik

Advertisment

ନୀଳଗିରି(ବିଶ୍ୱମ୍ଭର ଦାସ): ଧାରଣା ସ୍ଥଳରେ ବାଇଡ଼ଙ୍କ ପକେଇ ଦେଲେ। ଯିଏ ଧାରଣା ସ୍ଥଳରେ ବସିଲା କୁଣ୍ଡେଇ ହୋଇ ନାକେଦମ ହେଲା। ଧାରଣା ଦେଉଥିବା ଅନେକ ଲୋକେ ଅସମ୍ଭାଳ କଣ୍ଡୁରେ ସ୍ଥାନ ଛାଡ଼ି ଘରକୁ ଚାଲି ଯାଇଥିଲେ। ସେପଟେ ଧାରଣାକୁ ବିରୋଧ କରି କିଛି ଲୋକ ହୋହଲ୍ଲା କରିଥିଲେ। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲା ନୀଳଗିରିର ଆଇଟିଡିଏ ଅଫିସ ଆଗରେ ଆଜି ଉତ୍ତେଜନା ଦେଖାଦେଇଥିଲା। ଧାରଣାରେ ପୂର୍ବତନ ବିଧାୟକ ସାମିଲ ଚିତ୍ତରଂଜନ ଷଡ଼ଙ୍ଗୀ ହୋଇଥିଲେ।

Advertisment

ଚିତ୍ତରଞ୍ଜନ କହିଛନ୍ତି, ଗରିବ ଲୋକଙ୍କ ନିକଟରେ ସରକାରୀ ଯୋଜନା ଠିକ୍ ଭାବେ ପହଞ୍ଚୁ ନ ଥିବା, ନିର୍ମାଣ କାମରେ ଦୁର୍ନୀତି ଓ ଆରଟିଆଇରେ ମଗାଯାଉଥିବା ତଥ୍ୟ ପ୍ରଦାନ କରାଯାଉ ନ ଥିବା ଅଭିଯୋଗରେ ଏହି ଧାରଣା ଚାଲିଛି। ଧାରଣାକୁ ଭଣ୍ଡୁର କରିବା ନିମନ୍ତେ ଏଠାରେ ବାଇଡଙ୍ଗ ପକେଇ ଦିଆଯାଇଥିଲା।  ଆଜି ଧାରଣା ଆରମ୍ଭ ହେବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ଦେହ କୁଣ୍ଡାଇ ହୋଇଥିଲା। ଯାଞ୍ଚ କରିବାରୁ ଜଣାପଡ଼ିଲା, ଅଫିସ ପାଚେରିରେ ପରସ୍ତ ପରସ୍ତ ବାଇଡଙ୍କ ରହିଛି। ସେଠାରୁ ପବନରେ ଉଡ଼ି ଆସି ଲୋକଙ୍କ ଦେହରେ ଲାଗି ଯାଇଛି ବାଇଡଙ୍କ। ଲୋକେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ତା’ ଉପରେ କନା ଢାଙ୍କି ଧାରଣା ଜାରି ରଖିଥିଲେ। କିଛି ସମୟ ପରେ ଗୋଟିଏ ଗୋଷ୍ଠୀର ଲୋକ ଆସି ସେମାନଙ୍କୁ ବିରୋଧ କରିଥିଲେ। ଧାରଣା ବନ୍ଦ କରିବାକୁ ଧମକ ଦେଇଥିଲେ। ପୁଲିସକୁ ଜଣାଇବା ସତ୍ତ୍ୱେ ଧାରଣା ସ୍ଥଳରେ କୌଣସି ପୁଲିସ କର୍ମଚାରୀ ଦିଆଯାଇ ନ ଥିବାରୁ ଏଭଳି ଘଟଣା ଘଟିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ପହଞ୍ଚି ସ୍ଥିତକୁ ନିୟନ୍ତ୍ରଣ କରିଥିଲା। ଦୁର୍ନୀତି ଧରାପଡ଼ିଯିବା ଭୟରେ ଅଫିସରମାନେ ଧାରଣାକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କରିଥିଲେ। ଏହାକୁ ନେଇ ଜେଇଙ୍କ ବିରୋଧରେ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଇ ରତିକାନ୍ତ ମଢ଼େଇ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe