Advertisment

ବୁଡ଼ି ରହିଛି ଚାଷ ଜମି, ଜଳବନ୍ଦି ଲୋକେ

ବୌଦ୍ଧ/କନ୍ଧମାଳ/ବିନିକା(ଓଡ଼ିଶା ରିପୋର୍ଟ): ମହାନଦୀ ପାଣି ବଢ଼ିବା ପରେ ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଯାଇଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ପାଣି ଭିତରେ ବୁଡ଼ି ରହିଛି। ଗାଁମାନଙ୍କରେ ପାଣି ପଶିଯିବା ଯୋଗୁ ଲକ୍ଷାଧିକ ଲୋକ ଜଳବନ୍ଦି ହୋଇଯାଇଛନ୍ତି। ମହାନଦୀରେ ବନ୍ୟା ପାଣି ବଢ଼ିବା ପରେ ବୌଦ୍ଧ ଜିଲ୍ଲାରେ ବଡ଼ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ମହାନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଉଭୟ ତେଲନଦୀ ଓ […]

ଅଦ୍ୟତନ ହୋଇଛି
ବୁଡ଼ି ରହିଛି ଚାଷ ଜମି, ଜଳବନ୍ଦି ଲୋକେ

flood

Advertisment

ବୌଦ୍ଧ/କନ୍ଧମାଳ/ବିନିକା(ଓଡ଼ିଶା ରିପୋର୍ଟ): ମହାନଦୀ ପାଣି ବଢ଼ିବା ପରେ ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଯାଇଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ପାଣି ଭିତରେ ବୁଡ଼ି ରହିଛି। ଗାଁମାନଙ୍କରେ ପାଣି ପଶିଯିବା ଯୋଗୁ ଲକ୍ଷାଧିକ ଲୋକ ଜଳବନ୍ଦି ହୋଇଯାଇଛନ୍ତି।

Advertisment

ମହାନଦୀରେ ବନ୍ୟା ପାଣି ବଢ଼ିବା ପରେ ବୌଦ୍ଧ ଜିଲ୍ଲାରେ ବଡ଼ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ମହାନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହରଭଙ୍ଗା ବ୍ଲକର ୫୫ଟି ଗାଁରେ ବନ୍ୟା ପାଣି ପଶିଛି।

ମହାନଦୀରେ ବନ୍ୟା ବଢ଼ିବା ଯୋଗୁ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କର ସାକୁସିଙ୍ଗା ନାଳ, କୁଶାସିଙ୍ଗା ନାଳ, ଡିଆଁଘାଟ ପୋଲ, ମଲ୍ଲିକପଡା ପୋଲ, ସଦଲଗଣ୍ଡା ନାଳ ଓ ଭେଜିଗୋରା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।  ଫଳରେ ବୌଦ୍ଧ-ହରଭଙ୍ଗା ଯାତାୟାତ ଠପ ହୋଇଯାଇଛି। ୫୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଛି। ମାରାଡ଼ା ଓ ଖଣ୍ଡିସାହି ବନ୍ୟାଜଳ ଘେରରେ ରହିଥିବା ଜଣାପଡିଛି । ମହାନଦୀର ବନ୍ୟାଜଳ ମାଡ଼ି ଯିବାରୁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ପ୍ରଶାସନ ତରଫରୁ ହରଭଙ୍ଗା ତଳିଆ ଅଂଚଳଗୁଡ଼ିକୁ ରେଡ୍ ଜୋନ୍ ତାଲିକା ଭୁକ୍ତ କରାଯାଇଛି। ଲୋକଙ୍କୁ ସତର୍କ ରହି ଆବଶ୍ୟକ ସ୍ଥଳେ ବନ୍ୟା ଆଶ୍ରୟସ୍ଥଳକୁ ଚାଲିଯିବାକୁ କୁହାଯାଇଛି।

Advertisment

କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଜିଲ୍ଲାର ବିଭିନ୍ନ ଛୋଟ ବଡ଼ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ବାଘନଦୀର ଫିରିଙ୍ଗିଆ ବ୍ଲକ ପାଙ୍ଗାଉପରସାହି  ଠାରେ ନିର୍ମିତ କାଠ ପୋଲ ପାଣିରେ ଭାସିଯାଇଛି। ତେଣୁ ସ୍ଥାନୀୟ ୯ ଏବଂ ୧୦ ନମ୍ବର ଓ୍ୱାର୍ଡ଼ର ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେହିଭଳି ବାଘ ନଦୀରେ ବଢ଼ିପାଣି ପ୍ରବାହିତ ହେଉଥିବାରୁ କ୍ରାଣ୍ଡିବାଲି ଗ୍ରାମପଞ୍ଚାୟତର ଡଙ୍ଗେମେଣ୍ଡୀ ୧୦ ନମ୍ବର ଓ୍ୱାର୍ଡ଼ବାସିନ୍ଦା ପ୍ରଭାବିତ ହୋଇଛନ୍ତି।

ପାହାଡ଼ିଆ ନଦୀର ଲୁଇସିଂ ଗ୍ରାମ ପଞ୍ଚାୟତ ଠାରେ ବଢ଼ି ପାଣି ଫୁଲିଥିବାରୁ ଡାଙ୍ଗଣାମୁଁ ଗ୍ରାମରେ ପଶିଛି ବନ୍ୟା ପାଣି। ଚକାପାଦ ବ୍ଲକର ବୃତଙ୍ଗ ନଦୀରେ ପାଣି ଆସିଥିବାରୁ ଜୁଇଖୋଲ ଗାଁ ଭିତରେ ପଶିଛି ପାଣି। ଫୁଲବାଣୀ ବ୍ଲକର ସାଲୁଙ୍କି ନଦୀରେ ବଢ଼ି ପାଣି ବୃଦ୍ଧି ପାଇଥିବାରୁ ବୁଡ଼େନପଙ୍ଗା ଗାଁ ପାଣିଘେରରେ ରହିଛି। ଫୁଲବାଣୀ ସହରର ନଦୀଖଣ୍ଡିସାହିରୁ ଡାକପାଲା ଗ୍ରାମକୁ ସଂଯୋଗ କରୁଥିବା ସାଲୁଙ୍କୀ ନଦୀ ବ୍ରିଜ ଉପରେ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ସ୍ଥାନୀୟ ଲୋକେ ବନ୍ୟା ପାଣିରେ ପଶି ଯାତାୟାତ କରୁଛନ୍ତି।

ହୀରାକୁଦରୁ ବନ୍ୟା ପାଣି ଛଡ଼ାଯିବା ପରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ସହରର ଗୁଲାପଡ଼ାରେ ବଢ଼ି ପାଣି ପଶି ଆସିଛି। ହେକ୍ଟର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି। ଗୁଲାପଡ଼ାରୁ ବିନିକା ଟାଉନକୁ ସଂଯୋଗ କରୁଥିବା ରାସ୍ତା ବୁଡ଼ି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଝରାପଡ଼ା, କୋଲପଡ଼ା ଓ ସେଲେରୀ ପଞ୍ଚାୟତ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe