Advertisment

ଆସନ୍ତାକାଲି ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ସମ୍ବଲପୁର(ସଞ୍ଜୟ ଜେନା): ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢିବାରେ ଲାଗିଛି। ଆସନ୍ତାକାଲି  ହିରାକୁଦ ଡ୍ୟାମ୍‌ରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।      ଲଗାଣ ବର୍ଷା ଯୋଗୁ ରାଜ୍ୟର ବହୁ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ  ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ

hirakud-1..

Advertisment

ସମ୍ବଲପୁର(ସଞ୍ଜୟ ଜେନା): ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢିବାରେ ଲାଗିଛି। ଆସନ୍ତାକାଲି  ହିରାକୁଦ ଡ୍ୟାମ୍‌ରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  

Advertisment

 ଲଗାଣ ବର୍ଷା ଯୋଗୁ ରାଜ୍ୟର ବହୁ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ  ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। 

ଏଥିଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ମଧ୍ୟ ବଢିବାରେ ଲାଗିଛି। ଏହି ସମୟରେ ମହାନଦୀକୁ ନ ଯିବାକୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

Advertisment

ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୫୪ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୦, ୪୯୧ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି  ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧୮, ୫୧୯ ଘନଫୁଟ ଜଳ ନିଷ୍କାସିତ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe