/odisha-reporter/media/post_attachments/uploads/2019/03/49759338_234243444171647_44.jpg)
49759338_234243444171647_44
ଆବଶ୍ୟକ ସାମଗ୍ରୀ- ଚିଙ୍ଗୁଡି, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ, ଅଦା ରସୁଣ ବଟା, ଟମାଟୋ ପେଷ୍ଟ୍, ଗରମ ମସଲା, ତେଜପତ୍ର, ପଞ୍ଚୁଫୁଟଣ ଓ ଲୁଣ।
Advertisment
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଚିଙ୍ଗୁଡିକୁ ଧୋଇସାରିବା ପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍ ଗୋଳେଇ ରଖନ୍ତୁ।
ଏବେ ମାଟି ହାଣ୍ଡିକୁ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କଷି ଦିଅନ୍ତୁ । ମସଲା କଷା ହୋଇଗଲା ପରେ ପୂର୍ବରୁ ରଖିଥିବା ଚିଙ୍ଗୁଡିକୁ ସେଥିରେ ପକାଇ ଭଲଭାବେ କଷନ୍ତୁ। ଚିଙ୍ଗୁଡି ସିଝି ଗଲାପରେ ଟମାଟୋ ବଟା ଓ ସାମାନ୍ୟ ପାଣି ଦେଇ ୫ ମିନିଟ୍ ଛାଡ଼ି ଦିଅନ୍ତୁ। ଏହା ପରେ ସେଥିରେ ଗରମ ମସଲା ପକାଇ କିଛି ସମୟ ପରେ ନିଆଁରୁ ହାଣ୍ଡିକୁ ଓହ୍ଲାଇଦିଅନ୍ତୁ। ଏବେ ଭାତ କିମ୍ବା ରୁଟି ସହ ପରସି ଦିଅନ୍ତୁ ମାଟି ହାଣ୍ଡି ଚିଙ୍ଗୁଡି କଷା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
