Advertisment

ମାଟି ହାଣ୍ଡି ଚିଙ୍ଗୁଡି

ଆବଶ୍ୟକ ସାମଗ୍ରୀ- ଚିଙ୍ଗୁଡି, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ, ଅଦା ରସୁଣ ବଟା, ଟମାଟୋ ପେଷ୍ଟ୍, ଗରମ ମସଲା, ତେଜପତ୍ର, ପଞ୍ଚୁଫୁଟଣ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଚିଙ୍ଗୁଡିକୁ ଧୋଇସାରିବା ପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍‌ ଗୋଳେଇ ରଖନ୍ତୁ। ଏବେ ମାଟି ହାଣ୍ଡିକୁ ଗରମ […]

ମାଟି ହାଣ୍ଡି ଚିଙ୍ଗୁଡି

49759338_234243444171647_44

Advertisment
ଆବଶ୍ୟକ ସାମଗ୍ରୀ- ଚିଙ୍ଗୁଡି, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ, ଅଦା ରସୁଣ ବଟା, ଟମାଟୋ ପେଷ୍ଟ୍, ଗରମ ମସଲା, ତେଜପତ୍ର, ପଞ୍ଚୁଫୁଟଣ ଓ ଲୁଣ।
Advertisment
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଚିଙ୍ଗୁଡିକୁ ଧୋଇସାରିବା ପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍‌ ଗୋଳେଇ ରଖନ୍ତୁ।
ଏବେ ମାଟି ହାଣ୍ଡିକୁ ଗରମ କରି  ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ  ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କଷି ଦିଅନ୍ତୁ । ମସଲା କଷା ହୋଇଗଲା ପରେ ପୂର୍ବରୁ ରଖିଥିବା ଚିଙ୍ଗୁଡିକୁ ସେଥିରେ ପକାଇ ଭଲଭାବେ କଷନ୍ତୁ। ଚିଙ୍ଗୁଡି ସିଝି ଗଲାପରେ ଟମାଟୋ ବଟା ଓ ସାମାନ୍ୟ ପାଣି ଦେଇ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହା ପରେ ସେଥିରେ ଗରମ ମସଲା ପକାଇ କିଛି ସମୟ ପରେ ନିଆଁରୁ ହାଣ୍ଡିକୁ ଓହ୍ଲାଇଦିଅନ୍ତୁ। ଏବେ ଭାତ କିମ୍ବା ରୁଟି ସହ ପରସି ଦିଅନ୍ତୁ ମାଟି ହାଣ୍ଡି ଚିଙ୍ଗୁଡି କଷା।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe