police
ବ୍ରହ୍ମଗିରି : ସରକାରୀ ଜମିରେ ଥିବା ଗ୍ରାମ୍ୟ ଜଙ୍ଗଲକୁ ନେଇ ଆଜି ଗୋଡରଡଙ୍ଗ ଓ ଶଅର ସାହି ମଧ୍ୟରେ ସଂଘର୍ଷ ଘଟିଛି । ଏହି ଗ୍ରାମ୍ୟ ଜଙ୍ଗଲକୁ ଦୁଇ ଗାଁ ମଧ୍ୟରେ ବିବାଦ ଥିଲା । ସରକାରୀ ଜମିରେ ଥିବା ଏହି ଗ୍ରାମ୍ୟ ଜଙ୍ଗଲ ଶଅର ସାହିର ଲୋକମାନେ ଜବରଦଖଲ କରିଥିବାର ଗୋଡରଡଙ୍ଗ ଗାଁର ଲୋକମାନେ ଅଭିଯୋଗ କରିଥିଲେ । ସେମାନଙ୍କୁ ହଟାଇବା ପାଇଁ ଉଦ୍ୟମ ହୋଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଜି ପୋଲିସ ଘଟଣା ସ୍ଥଳକୁ ଯାଇଥିଲା । ତେବେ ପୋଲିସ ଉପରେ ମଧ୍ୟ ଢ଼େଲା ମାଡ ହୋଇଥିଲା । ଢ଼େଲା ମାଡରେ ବ୍ରହ୍ମଗିରି ଆଇଆଇସି ସୁବାଷ ଚନ୍ଦ୍ର ପଣ୍ଡା ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/police.jpg)