Advertisment

ଯୁବତୀଙ୍କୁ ମାରିଦେଲା, ପରେ ନିଜ ତଣ୍ଟି କାଟିଲା ପ୍ରେମିକ

ରାୟଗଡ଼ା(ମାଉଡ଼ି ବାରିକ): ମଧ୍ୟାହ୍ନ ଭୋଜନ ଖାଇ ବସିଥିଲେ ଯୁବତୀ। କେହି କିଛି ବୁଝିବା ପୂର୍ବରୁ ଏକତରଫା ଭଲ ପାଉଥିବା ପ୍ରେମିକ ଯୁବତୀଙ୍କ ନିକଟରେ ପହଞ୍ଚି ଥିଲା। ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା। ଏହାକୁ ଯୁବତୀ ବିରୋଧ କରିଥିଲେ। ଯାହାକୁ ନେଇ ରାଗରେ ପଞ୍ଚମ ହୋଇ ପ୍ରେମିକ ପ୍ରବର ଯୁବକ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଯୁବତୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ଅନ୍ୟ ଜଣେ ଯୁବତୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। […]

ଅଦ୍ୟତନ ହୋଇଛି
ଯୁବତୀଙ୍କୁ ମାରିଦେଲା, ପରେ ନିଜ ତଣ୍ଟି କାଟିଲା ପ୍ରେମିକ

attack

Advertisment

ରାୟଗଡ଼ା(ମାଉଡ଼ି ବାରିକ): ମଧ୍ୟାହ୍ନ ଭୋଜନ ଖାଇ ବସିଥିଲେ ଯୁବତୀ। କେହି କିଛି ବୁଝିବା ପୂର୍ବରୁ ଏକତରଫା ଭଲ ପାଉଥିବା ପ୍ରେମିକ ଯୁବତୀଙ୍କ ନିକଟରେ ପହଞ୍ଚି ଥିଲା। ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା। ଏହାକୁ ଯୁବତୀ ବିରୋଧ କରିଥିଲେ। ଯାହାକୁ ନେଇ ରାଗରେ ପଞ୍ଚମ ହୋଇ ପ୍ରେମିକ ପ୍ରବର ଯୁବକ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଯୁବତୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ଅନ୍ୟ ଜଣେ ଯୁବତୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେପଟେ ପ୍ରେମିକାକୁ ହତ୍ୟା କରିବା ପରେ ଯୁବକ ଜଣଙ୍କ ନିଜ ବେକ ମଧ୍ୟ କାଟି ଦେଇଥିଲା। ଆଜି ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଉଷାପଡା ଗାଁରେ ଆଜି ଅପରାହ୍ନ ୨ ବେଳେ ଏହି ଘଟଣା ଘଟିଛି। ଏଭଳି ଜଘନ୍ୟାକାଣ୍ଡ ଘଟିଥିବା ସ୍ଥାନଟି ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲା।

Advertisment

ମୃତକ ହେଲେ ଟିକିରି ଥାନା ସାନମାଟିକୋଣା ଗାଁର ରିମା ମାଝୀ। ହତ୍ୟାକାରୀ ହେଉଛନ୍ତି ଟିକିରି ଥାନା ମୁଣ୍ଡାଗାଁ ଗାଁର ରଶିକ ପ୍ରଧାନୀ।

ଖବର ପାଇ ଘଟଣା ସ୍ଥଳରେ ଟିକିରି ପୁଲିସ ପହଞ୍ଚି ଗୁରୁତର ଆହାତ ଥିବା ଅଭିଯୁକ୍ତ ରଶିକକୁ ଉଦ୍ଧାର କରି ଉଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ଯୁବକ। ଯୁବତୀ ଜଣକ ଦିନ ମଜୁରିଆ ହୋଇଥିବାରୁ ଏକ ଘର କାମ କରିବାକୁ ଆଜି ଉଷାପଡା ଆସିଥିଲେ। ସେ ମଧ୍ୟାହ୍ନଭୋଜନ ଖାଇ ସାରି ବିଶ୍ରାମ କରୁଥିବା ବେଳେ ହଠାତ ଅଭିଯୁକ୍ତ ଯୁବକ ପହଞ୍ଚି ଥିଲା। ଯୁବକ ଜଣକ ପ୍ରେମ ନିବେଦନ କରିବାରୁ ଘଟଣା ଯୁକ୍ତିତର୍କ ଆଡ଼କୁ ଗତି କରିଥିଲା। ହଠାତ ଯୁବକ ଜଣଙ୍କ ରାଗି ଯାଇ ଏକ ଧାରୁଆ ଛୁରିରେ ଯୁବତୀଙ୍କ ବେକ କାଟି ଦେଇଥିଲା। ପରେ ନିଜେ ନିଜ ବେକ ମଧ୍ୟ କାଟି ଦେଇଥିଲା। ପୂର୍ବରୁ ଏହି ଘଟଣା ନେଇ ବିବାଦ ଦେଖା ଦେଇଥିବା ପରିବାର ଲୋକଙ୍କ ସୂଚନାରୁ ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe