Advertisment

ଆଈକୁ ପିଟି ମାରିଦେଲେ ଦୁଇ ନାତି

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପାରିବାରିକ କଳହର କରୁଣ ପରିଣତି। ଆଈକୁ ପିଟି ମାରିଦେଲେ ଦୁଇ ନାତି। ଆଈ ଯେଉଁ ନାତିମାନଙ୍କୁ କୋଳେଇ କାଖେଇ ବଡ଼ କରିଥିଲା, ଶେଷରେ ସେମାନେ ହିଁ ପ୍ରାଣ ନେଇଛନ୍ତି। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା କେଲବଳମ ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ୭୦ ବର୍ଷିୟା ସୁକାନ୍ତି ମୁଣ୍ଡା। ତେଣେ ଅଘଟଣ ଘଟାଇବା ପରେ ଦୁଇ ନାତି ଫେରାର ହୋଇଯାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ପଦ୍ମସର ମୁଣ୍ଡା ଓ ପଦଚରଣ ମୁଣ୍ଡା। ସୂଚନା […]

ଅଦ୍ୟତନ ହୋଇଛି
ପରିବାରର ୩ ଜଣଙ୍କୁ ମାରି ପୋତି ଦେଲା ନାବାଳକ

murder

Advertisment

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପାରିବାରିକ କଳହର କରୁଣ ପରିଣତି। ଆଈକୁ ପିଟି ମାରିଦେଲେ ଦୁଇ ନାତି। ଆଈ ଯେଉଁ ନାତିମାନଙ୍କୁ କୋଳେଇ କାଖେଇ ବଡ଼ କରିଥିଲା, ଶେଷରେ ସେମାନେ ହିଁ ପ୍ରାଣ ନେଇଛନ୍ତି। ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା କେଲବଳମ ଗାଁରେ ଘଟିଛି ଏହି ଘଟଣା। ମୃତକ ଜଣକ ୭୦ ବର୍ଷିୟା ସୁକାନ୍ତି ମୁଣ୍ଡା। ତେଣେ ଅଘଟଣ ଘଟାଇବା ପରେ ଦୁଇ ନାତି ଫେରାର ହୋଇଯାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ପଦ୍ମସର ମୁଣ୍ଡା ଓ ପଦଚରଣ ମୁଣ୍ଡା।

Advertisment

ସୂଚନା ମୁତାବକ, ଗୁରୁବାର ଜମିବାଡ଼ିକୁ ନେଇ ପାରିବାରିକ ଝଗଡ଼ା ସୂତ୍ରପାତ ହୋଇଥିଲା। ଯାହାକୁ ନେଇ ଆଈ ଉପରେ ଦୁଇ ନାତି ଆକ୍ରମଣ କରିଥିଲେ। ନାତିମାନଙ୍କ ଠେଙ୍ଗାମାଡ଼ରେ ସେ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରେଢ଼ାଖୋଲ ମେଡିକାଲ ନିଆଯାଇଥିଲା। ହେଲେ ଚିକିତ୍ସା କରିବାର କିଛି ଘଣ୍ଟା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହି ଘଟଣା ନେଇ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe